ETV Bharat / bharat

Attack on Owaisi Car: ଦୁଇ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ - ଓଓ୍ବେସୀଙ୍କୁ ଆକ୍ରମଣ ଅଭିଯୁକ୍ତକାରୀଙ୍କୁ ପୋଲିସ ରିମାଣ୍ଡ

AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ଗାଡିକୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

Attack on Owaisi: ୨୪ ଘଣ୍ଟିଆ ପୋଲିସ ହେପାଜତକୁ ଗଲେ ଅଭିଯୁକ୍ତ

author img

By

Published : Feb 13, 2022, 4:54 PM IST

ଲକ୍ଷ୍ନୌ: ନିର୍ବାଚନୀ ପ୍ରଚାର ବେଳେ ଉତ୍ତର ପ୍ରଦେଶର ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ଗଡିକୁ ଆକ୍ରମଣ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରୁଛି ପୋଲିସ । ଉଭୟଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ପଠାଇଛନ୍ତି ମାମଲାର ଶୁଣାଣି କରୁଥିବା ଏକ ସ୍ଥାନୀୟ କୋର୍ଟ । ଗତ ୩ ତାରିଖରେ ଘଟିଥିବା ଏହି ଘଟଣାରେ ସଚିନ ଓ ଶୁଭମ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଚଳିତ ମାସ ୩ ତାରିଖରେ ଉତ୍ତର ପ୍ରଦେଶର ମିରଟ ନିକଟରେ ନିର୍ବାଚନୀ ସଭା ସାରି ଓଓ୍ବେସୀ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ଗାଡିକୁ ୩ ରାଉଣ୍ଡ ଗୁଳିମାଡ କରାଯାଇଥିଲା। ତେବେ ଆକ୍ରମଣରୁ ଓଓ୍ବେସୀ ଅଳ୍ପକେ ବର୍ତ୍ତିଯାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଦିଲ୍ଲୀରେ ପହଞ୍ଚିଥିବା ବେଳେ ତାଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାକୁ ଗମ୍ଭୀରତୀର ସହ ନେଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ପରଦିନ ଉଭୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ପରେ ଏହି ଘଟଣାରେ ରାଜ୍ୟସଭାରେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ରଖିବା ସହ ଓଓ୍ବେସୀଙ୍କୁ ସରକାରୀ ସୁରକ୍ଷା ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ତେବେ ଆଜି ଉଭୟ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରି ରଖିଛି ପୋଲିସ । ଏମାନଙ୍କ ଠାରୁ ଆକ୍ରମଣ ସମ୍ପର୍କିତ ଅନେକ ତଥ୍ୟ ସହ ଘଟଣାରେ ଅନ୍ୟ କେଉଁମାନେ ଜଡିତ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରିବ ପୋଲିସ । ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟ ଅଭୁିଯୁକ୍ତଙ୍କୁ ପୁଣି ଜେଲ ପଠାଇ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.