ETV Bharat / bharat

CISF ଯବାନଙ୍କୁ କୋଇଲା ମାଫିଆଙ୍କ ସଙ୍ଗବଦ୍ଧ ଆକ୍ରମଣ

author img

By

Published : Aug 17, 2022, 10:47 PM IST

କୋଇଲା ଖଣିରେ CISF ଯବାନଙ୍କୁ ସଙ୍ଗରୋଧ ଆକ୍ରମଣ କଲେ କୋଇଲା ମାଫିଆ । ସଙ୍ଗବଦ୍ଧ ଆକ୍ରମଣ ସହ ହତିଆର ଲୁଟ କରିବା ପାଇଁ ଉଦ୍ୟମ ବେଳେ ଗୁଳି ଚଳାଇଲେ ଯବାନ ଥାନାରେ ଏତଲା ପରେ ଜାରି ରହିଛି ତଦନ୍ତ ।

CISF ଯବାନଙ୍କୁ କୋଇଲା ମାଫିଆ ସଙ୍ଗବଦ୍ଧ ଆକ୍ରମଣ, ଆତ୍ମରକ୍ଷା ପାଇଁ ଯବାନ ଚଳାଇଲେ ଗୁଳି

ରାଞ୍ଚି: କୋଇଲା ଖଣିରେ କାର୍ଯ୍ୟରତ CISF ଯବାନଙ୍କୁ ସଙ୍ଗବଦ୍ଧ ଆକ୍ରମଣ (attack on CISF Jawans in Baghmara) କଲେ କୋଇଲା ମାଫିଆ । ଝାଡଖଣ୍ଡର ଧାନବାଦ ଜିଲ୍ଲାର ବାଘମରାର ବିସିସିଆଇ ବ୍ଲକ୍ 2 ଅନ୍ତର୍ଗତ କେକେସି ମେନ୍ ସାଇଡିଂରେ କାର୍ଯ୍ୟରତ ଥିବା CISF ଯବାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କୋଇଲା ଚୋରି କରୁଥିବା ମାଫିଆ । ଏହି ଘଟଣାରେ ପ୍ରାୟ 30 ରୁ 40ଜଣ ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

କୋଇଲା ମାଫିଆମାନେ ଆକ୍ରମଣ କରିବା ସହ ସୁରକ୍ଷାକର୍ମୀଙ୍କ ରାଇଫଲ ମଧ୍ୟ ଛଡାଇ ନେବାକୁ ଉଦ୍ୟମ ବେଳେ ଯବାନ ବାଧ୍ୟ ହୋଇ ଗୁଳି ଚଳାଇଥିଲେ । ଫଳରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତର ମୋବାଇଲ ଫୋନ ଜବତ କରାଯାଇଛି । ଉକ୍ତ ମୋବାଇଲ ଆଧାରରେ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ ।

ପୋଲିସ ତଦନ୍ତ ଜାରି:-

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ଆହତ ହୋଇଥିବା ଯବାନ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇଛି । ସ୍ଥାନୀୟ ବାଘମରା ପୋଲିସ ଷ୍ଟେସନରେ ଏନେଇ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି ସିଆଇଏସଏଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.