କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କୁ ଆକ୍ରମଣ । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ପୂର୍ବ ମେଦିନାପୁରର ମୋୟନା ଆସନକୁ ବିଜେପିର ପ୍ରାର୍ଥୀ ଅଛନ୍ତି ।
ଅଶୋକ ଡିଣ୍ଡାଙ୍କ ପିଠିରେ ଘାତ ଲାଗିଥିବା ନେଇ ମିଳିଛି ସୂଚନା । 50ରୁ ଉର୍ଦ୍ଧ୍ବ ଟିଏମସି କର୍ମୀ ଅଶୋକ ଡିଣ୍ଡାଙ୍କ ଗାଡିକୁ ମୋୟନା ବଜାରରେ ଘେରି ଏହା ଉପରକୁ ପଥର ମାଡ କରିଥିଲେ । ଏହି ଘଟଣାରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି । 24 ଫେବୃଆରୀରେ ବିଜେପିରେ ସାମିଲ ହୋଇଥିଲେ ଡିଣ୍ଡା ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ଥିଲା ପ୍ରଚାରର ଶେଷ ଦିନ ।