ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ଗିରଫ କଲା ATS । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ
author img

By

Published : Nov 29, 2022, 8:46 AM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ । ଗୁଜୁରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ATS) ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକ ୨୫ ବର୍ଷୀୟ ଅମନ ସକ୍ସେନା ଓ ଘର ଉତ୍ତରପ୍ରଦେଶର ବଦାୟୁରେ(ATS arrests youth for threatening PM Modi)। ATS ଉତ୍ତରପ୍ରଦେଶରୁ ହିଁ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଯୁବକ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ ।

ଏହାମଧ୍ୟ ପଢନ୍ତୁ: Duplicate of Modi: ଗୁଜୁରାଟ ଜନସଭାରେ ନକଲି ମୋଦି, ସେଲ୍ଫି ନେବାକୁ ଲୋକଙ୍କ ଭିଡ

ସୂଚନା ମୁତବାକ, ଅଭିଯୁକ୍ତ ଅମନ ସକ୍ସେନା ଆଇଆଇଟି ବମ୍ବେରେ ଅଧ୍ୟୟନ କରିଛନ୍ତି । ATS ସ୍ଥାନୀୟ ପୋଲିସର ସହାୟତାରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ପ୍ରକାଶଥାଉ କି, ଏହି ଯୁବକ ଜଣକ ଇ-ମେଲ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିବା ପାଇଁ ଧମକ ଦେଇଥିଲା । ଏହି ଅପରାଧରେ ତାଙ୍କ ସହ ଗୁଜୁରାଟର ଜଣେ ଯୁବତୀ ଓ ଦିଲ୍ଲୀର ଜଣେ ଯୁବକ ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି । ATSର ଜଣେ ବରିଷ୍ଠ ଅଧିକାରୀ ଏହି ମାମଲାରେ କହିଛନ୍ତି, ''ଗିରଫ ଯୁବକଙ୍କୁ ଏବେ ପଚରାଉଚରା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇବା ପଛରେ କାରଣ ଜାଣିବାକୁ ଉଦ୍ୟମ ଚାଲିଛି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.