ETV Bharat / bharat

Atiq-Ashraf killing: 14 ଦିନିଆ ନ୍ୟାୟିକ ହାଜତକୁ ଗଲେ 3 ଅଭିଯୁକ୍ତ

author img

By

Published : Apr 16, 2023, 7:30 PM IST

ଅତିକ-ଅସରଫ ହତ୍ୟା ମାମଲାରେ 14 ଦିନିଆ ନ୍ୟାୟିକ ହାଜତକୁ ଗଲେ 3 ଅଭିଯୁକ୍ତ । ଗତକାଲି ହତ୍ୟା କରିବା ପରେ ଘଟଣାସ୍ଥଳରେ କରିଥିଲେ ଆତ୍ମସମର୍ପଣ । ଅଧିକ ପଢନ୍ତୁ

Atiq- Ashraf killing: 14 ଦିନିଆ ନ୍ୟାୟିକ କଷ୍ଟଡିକୁ ଗଲେ 3 ଅଭିଯୁକ୍ତ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ହତ୍ୟା କରିଥିବା 3 ହତ୍ୟାକାରୀଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି । ଗତକାଲି ତାଙ୍କୁ ହତ୍ୟାକାଣ୍ଡ ସ୍ଥଳରୁ ପୋଲିସ କାବୁ କରିବା ପରେ ଗିରଫ କରିଥିଲା । ଆଜି ସେମାନଙ୍କୁ ପ୍ରାୟାଗରାଜର ଏକ କୋର୍ଟରେ ହାଜର କରାଯାଇଥିଲା । ସମସ୍ତ 3 ଅଭିଯୁକ୍ତଙ୍କୁ କୋର୍ଟ 14 ଦିନିଆ ଅର୍ଥାତ 2 ସପ୍ତାହ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଛନ୍ତି ।

  • #UPDATE | Uttar Pradesh: All three shooters, Arun Maurya, Sunny Singh and Lovelesh Tiwari who killed Atiq Ahmed and his brother Ashraf, have been sent to 14-day judicial custody. https://t.co/d7ArxDicVA

    — ANI UP/Uttarakhand (@ANINewsUP) April 16, 2023 " class="align-text-top noRightClick twitterSection" data=" ">

ଗତକାଲି ପୋଲିସ କଷ୍ଟଡିରେ ଦୁଇ ମାଫିଆ ଭାଇଙ୍କୁ ହତ୍ୟା କରିଥିଲେ ଏହି ତିନି ହତ୍ୟାକାରୀ ଅରୁଣ ମୌର୍ଯ୍ୟ, ସନ୍ନି ସିଂ ଏବଂ ଲଭଲେଶ୍ ତିୱାରୀ । ମାତ୍ର କେଇ ସେକେଣ୍ଡରେ ପ୍ରାୟ 20 ରାଉଣ୍ଡ ଗୁଳି ଚଳାଇବା ପରେ ପିସ୍ତଲ ଫିଙ୍ଗି ଦେଇ ସରେଣ୍ଡର ସରେଣ୍ଡର କହି ଚିତ୍କାର କରୁଥିଲେ । ପୋଲିସ ସେମାନଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଗିରଫ କରି ତୁରନ୍ତ କୌଣସି ଅଜ୍ଞାତ ସ୍ଥାନକୁ ନେଇଯାଇଥିଲା ପୋଲିସ । ସେଠାରେ ରାତି ତମାମ ଜେରା ପରେ ଆଜି ଅପରାହ୍ନରେ ପ୍ରୟାଗରାଜର ଏକ ସ୍ଥାନୀୟ କୋର୍ଟରେ ସମସ୍ତ ହତ୍ୟାକାରୀଙ୍କୁ ହାଜର କରାଯାଇଥିଲା । ସମସ୍ତଙ୍କୁ କୋର୍ଟ 14 ଦିନିଆ ଜୁଡିସିଆଲ କଷ୍ଟଡିରେ ପଠାଇଛନ୍ତି ।

ଗତକାଲି(ଶନିବାର) ରାତି ପ୍ରାୟ 10.40 ରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଉଭୟ ଗ୍ୟାଙ୍ଗଷ୍ଟାର ଅତିକ ଓ ଅସରଫଙ୍କୁ ପୋଲିସ ପ୍ରାୟାଗରାଜ ହସ୍ପିଟାଲରୁ ଚେକ-ଅପ ପରେ କଷ୍ଟଡିକୁ ନେଉଥିଲା । ଉଭୟ ପୋଲିସ କଷ୍ଟଡିରେ ରହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ଅତି ନିକଟରୁ ଏହି ଆତତାୟୀମାନେ ଦୁଇ ଭାଇଙ୍କ ଉପରେ ଗୁଳି ବର୍ଷାଇଥିଲେ । ସିଧା ଅତିକର ମୁଣ୍ଡରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଥିଲା ଜଣେ ଅଭିଯୁକ୍ତ । କେହି କିଛି ବୁଝିବା ପୂର୍ବରୁ ଅସରଫ ଉପରେ ମଧ୍ୟ ଗୁଳି ବର୍ଷା ହୋଇଥିଲା । ହ୍ୟାଣ୍ଡକଫ ଲାଗିଥିବା ଅବସ୍ଥାରେ ଉଭୟ ସେହିଠାରେ ହିଁ ଟଳି ପଡିଥିଲା ।

ଏହି ତିନି ଅଭିଯୁକ୍ତଙ୍କର ଅପରାଧିକ ପୃଷ୍ଠଭୂମି ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏମାନେ ମାରଣାସ୍ତ୍ର ଚଲାଇବାରେ ମଧ୍ୟ ବେଶ ଅଭ୍ୟସ୍ତ । ପ୍ରାଥମିକ ଜେରାରେ ଏମାନେ ପୋଲିସକୁ ସାଙ୍ଘାତିକ ତଥ୍ୟ ମଧ୍ୟ ଦେଇଛନ୍ତି । ଅତିକ ପ୍ରୟାଗରାଜରେ ବଡ଼ ମାଫିଆ ଥିଲା । ତାକୁ ହତ୍ୟା କରି ପ୍ରାୟାଗରାଜ ମାଫିଆ ସାମ୍ରାଜ୍ୟରେ ନୂଆ ଡନ ହେବା ଉଦ୍ଦେଶ୍ୟରେ ଏମାନେ ତାକୁ ଓ ତାର ଭାଇକୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ଏମାନେ ତୁର୍କୀ ନିର୍ମିତ ଅତ୍ୟାଧୁନିକ ଜିଗାନା ପିସ୍ତଲରୁ ଗୁଳି ବର୍ଷାଇଥିଲେ । ଯାହାର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ଭାରତରେ ନିଷେଧ ମଧ୍ୟ । ତେଣୁ ଏମାନଙ୍କର ଲିଙ୍କ୍‌ କୌଣସି ବଡ ଗ୍ୟାଙ୍ଗ ସହ ଥିବା ପୋଲିସ ସନ୍ଦେହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.