ETV Bharat / bharat

Umesh Pal Abduction Case: ଗ୍ୟାଙ୍ଗଷ୍ଟାର ଅତିକ ସମେତ ୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଆସିଲା ଉମେଶ ପାଲ ଅପହରଣ ମାମଲାର ରାୟ । ଗ୍ୟାଙ୍ଗଷ୍ଟାର ଅତିକ ସମେତ ୩ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

author img

By

Published : Mar 28, 2023, 4:22 PM IST

Updated : Mar 28, 2023, 4:54 PM IST

Atiq Ahmed
Atiq Ahmed

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ଅପହରଣ ମାମଲା । ଆଜି ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ସମେତ ୩ ଅପରାଧୀଙ୍କୁ ଏମପି-ଏମଏଲଏ କୋର୍ଟ ବିଚାରପତି ଡକ୍ଟର ଦିନେଶ ଚନ୍ଦ୍ର ଶୁକ୍ଲା ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ୩ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅତିକର ଭାଇ ଅଶ୍ରଫ ସମେତ ୭ ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । କୋର୍ଟ ଏହି ଘୋଷଣା କରିବା ପରେ ଅତିକ ଭାଇ ଅଶ୍ରଫକୁ ଆଲିଙ୍ଗନ କରି ଖୁବ ଜୋରରେ କାନ୍ଦିଥିବା ସୂଚନା ମିଳିଛି ।

କୋର୍ଟ ଆଇପିସି ଧାରା ୩୬୪(ଏ) ଅନୁଯାୟୀ ୩ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀଙ୍କ ବିରୋଧରେ ୫ ହଜାର ଲେଖାଏଁ ଅର୍ଥଦଣ୍ଡ ସହିତ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅତିକ ସହିତ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଅପରାଧୀ ତଥା ଅତିକର ସହଯୋଗୀଙ୍କ ନାମ ହେଉଛି ଶୌକତ ହନିଫ ଓ ଦିନେଶ ପାସି । ରବିବାର ଅତିକକୁ ଗୁଜୁରାଟ ସାବରମତୀ ଜେଲରୁ ଅଣାଯାଇଥିବା ବେଳେ କାଲି ସେ ପ୍ରୟାଗରାଜରେ ପହଞ୍ଚିଥିଲା । ଏହାପରେ କଡ଼ା ସୁରକ୍ଷାର ସହିତ ତାକୁ ନୈନି ଜେଲରେ ରଖାଯାଇଥିଲା । ଅତିକର ଭାଇ ଅଶ୍ରଫକୁ ମଧ୍ୟ ବରେଲି ଜେଲରୁ ପ୍ରୟାଗରାଜକୁ ଅଣାଯାଇଥିଲା ।

ଏହା ବି ପଢନ୍ତୁ-Umesh Pal kidnapping case: ଆଜି ଆସିବ ରାୟ, ଜାଣନ୍ତୁ ପୁରା ଘଟଣା

ଆଜି ଅତିକ, ଅଶ୍ରଫ ଓ ଫରହାନକୁ କଡା ସୁରକ୍ଷାର ସହିତ ଜେଲରୁ ଅଲଗା ପ୍ରିଜନ ଭ୍ୟାନରେ ନିଆଯାଇ କୋର୍ଟରେ ହାଜର କରାଯାଇଥିଲା । କିଛି ଆଇନଜୀବୀ ଉମେଶ ପାଲ ହତ୍ୟା ଘଟଣାକୁ ନେଇ ଜୋତା ମାଳ ସହିତ କୋର୍ଟ ପରିସରରେ ପହଞ୍ଚିଥିଲେ । ତେବେ ସ୍ଥିତିକୁ ସମ୍ଭାଳିବା ଲାଗି ପୂର୍ବରୁ ପୋଲିସ, ପିଏସି ଓ ଆରପିଏଫ ଯବାନାମାନେ ଉପସ୍ଥିତ ରହିଥିଲେ । ଆଇନଜୀବୀମାନେ ଅତିକକୁ ଜୋତାମାଳ ପିନ୍ଧାଇବା ଲାଗି ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷା ବଳ କୋର୍ଟ ଗେଟ ପୂର୍ବରୁ ଅଟକାଇଥିଲା ।

ସୂଚନା ଥାଉ କି ୨୦୦୫ ମସିହା ଜାନୁଆରୀ ୨୫ ତାରିଖରେ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟା ହୋଇଥିଲା । ଉମେଶ ପାଲ ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ରହିଥିଲେ । ଅତିକ କ୍ରମାଗତ ଭାବେ ଉମେଶ ପାଲଙ୍କୁ ଏ ନେଇ ଧମକଚମକ ଦେଉଥିଲା । ମାତ୍ର ଉମେଶ ପାଲ ଭୟଭୀତ ହୋଇନଥିଲେ । ଏହାପରେ ଉମେଶଙ୍କୁ ରାସ୍ତାରୁ ହଟାଇବା ଲାଗି ଷଡ଼ଯନ୍ତ୍ର କରିଥିଲେ ଅତିକ ଗ୍ୟାଙ୍ଗ । ଏହାପରେ ଗତ ୨୦୦୬ ମସିହା ଫେବୃଆରୀ ୨୮ ତାରିଖରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା । କୋର୍ଟରେ ରାଜୁ ପାଲଙ୍କ ମାମଲାରେ ସାକ୍ଷୀ ନ ଦେବାକୁ କୁହାଯାଇଥିଲା । ମାତ୍ର ସେ ନ ମାନିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ।

ଅପହରଣ ମାମଲାରେ ୧୧ଜଣ ଅପରାଧୀଙ୍କୁ ଚିହ୍ନଟ କରାଯାଇଥିଲା । କୋର୍ଟରେ ହାଜର ହେବା ଲାଗି ଅତିକ ଅହମ୍ମଦ ଓ ଭାଇ ଅଶ୍ରଫ ନୈନି ସେଣ୍ଟ୍ରାଲ ଜେଲରେ ପହଞ୍ଚିଥିଲେ । ସେପଟେ ଫରହାନ ପୂର୍ବରୁ ଉକ୍ତ ଜେଲ୍‌ରେ ସଜା କାଟୁଥିଲା । ମାମଲାରେ ଅନ୍ୟ ଅପରାଧୀ ଜାମିନରେ ଥିବା ବେଳେ ଜଣେ ଅପରାଧୀର ପୂର୍ବରୁ ମୃତ୍ୟୁ ଘଟିସାରିଛି । ମଙ୍ଗଳବାର କୋର୍ଟ ରାୟ ଶୁଣାଇବା ସମୟରେ ୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ଅନ୍ୟମାନଙ୍କୁ ଦୋଷମୁକ୍ତ କରିଛନ୍ତି ।

Last Updated : Mar 28, 2023, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.