ETV Bharat / bharat

ମହଙ୍ଗା ବିମାନ ଯାତ୍ରା, ବଢିଲା ATF ଦର

author img

By

Published : Jul 1, 2021, 3:29 PM IST

Updated : Jul 1, 2021, 5:26 PM IST

ବିମାନଯାତ୍ରୀଙ୍କ ଉପରେ ମହଙ୍ଗାମାଡ । ATF ଦର ବଢିବା ପରେ ଆଗକୁ ବିମାନ ଯାତ୍ରା ମହଙ୍ଗା ହେବ ବୋଲି ବିମାନ ବିଶେଷଜ୍ଞ କହିଛନ୍ତି । ଅଧିକ ପଢନ୍ତୁ...

ମହଙ୍ଗା ବିମାନ ଯାତ୍ରା, ବଢିଲା ATF ଦର
ମହଙ୍ଗା ବିମାନ ଯାତ୍ରା, ବଢିଲା ATF ଦର

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସଠାରୁ ଧୀରେ ଧୀରେ ବଢିବାରେ ଲାଗିଛି ବିମାନ ଇନ୍ଧନର ଦର । ଜାନୁଆରୀ ମାସଠାରୁ ଏଯାବତ ପ୍ରାୟ 30 ପ୍ରତିଶତ ଦାମ ବଢିଥିବାବେଳେ ବର୍ତ୍ତମାନ ଏହା କିଲୋ ଲିଟର ପିଛା 68 ହଜାର 262 ଟଙ୍କାରେ ପହଞ୍ଚିଛି । ଏୟାର ଟରବାଇନ ଫୁଏଲ(ATF) ଦର ବଢିବା ପରେ ଆଗକୁ ବିମାନ ଯାତ୍ରା ମହଙ୍ଗା ହେବ ବୋଲି ଦିଲ୍ଲୀସ୍ଥିତ ଜଣେ ବିମାନ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଜାନୁଆରୀ ଆରମ୍ଭରୁ ଜେଟ ବା ବିମାନ ଇନ୍ଧନର ମୂଲ୍ୟ କିଲୋ ଲିଟର ପିଛା 50 ହଜାର 979 ଟଙ୍କା ରହିଥିଲା । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼(IOCL)ର କହିବା ମୁତାବକ ବିମାନ ଇନ୍ଧନ ଯୋଗାଉଥିବା ଦେଶର ବଡ ଯୋଗାଣକାରୀ 3.6 ପ୍ରତିଶତ ମୂଲ୍ୟ ବଢାଇଛି । ଦିଲ୍ଲୀରେ ଗୁରୁବାର ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ପାଇଛି । ତେବେ ବିଶ୍ବରେ ତୈଳ ବୃଦ୍ଧି କାରଣରୁ ବିମାନ ଇନ୍ଧନ ଦାମ ମଧ୍ୟ ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି । ଦିଲ୍ଲୀରେ ଇନ୍ଧନ ଦର 3.6 ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋ ଲିଟର ପିଛା 68,262.35 ପ୍ରତିଶତରେ ପହଞ୍ଚିଛି । ସେହିପରି କୋଲକାତାରେ ଏହା 3.27 ପ୍ରତିଶତ ବୃଦ୍ଧି ପାଇ ଏହା ପ୍ରତି କିଲୋ ଲିଟର ପିଛା 72,295. 24ଟଙ୍କାରେ ପହଞ୍ଚିଛି ।

ମୁମ୍ବାଇରେ ମଧ୍ୟ ଇନ୍ଧନ ଦର 3.77 ବୃଦ୍ଧି ପାଇ ପ୍ରତି କିଲୋ ଲିଟର ପିଛା 66, 482.90ରେ ପହଞ୍ଚିଥିବାବେଳେ ଚେନ୍ନାଇରେ ଏହା କିଲୋ ଲିଟର ପିଛା 66,482.90 ପ୍ରତିଶତ ରହିଥିବା IOCL ପକ୍ଷରୁ ସୂଚନା ମିଳିଛି । ଗତ 6 ମାସ ମଧ୍ୟରେ ଇନ୍ଧନ ଦର କିଲୋ ପିଛା 30 ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ଜାନୁଆରୀ 1 ସୁଦ୍ଧା ATF ଦର କିଲୋ ଲିଟର ପିଛା 50,979ଟଙ୍କା ଥିବା ବେଳେ ଫେବୃଆରୀ 1ରେ ପ୍ରତି କିଲୋ ଲିଟର ପିଛା 53,795, ମାର୍ଚ୍ଚରେ 1ରେ 59,400 ଥିବା ବେଳେ ଏପ୍ରିଲରେ 58,374ଟଙ୍କା, ମେ 1ରେ 61,690ଟଙ୍କା ଓ ଜୁନ 1 ତାରିଖ ସୁଦ୍ଧା 64,118 ଟଙ୍କା ରହିଥିଲା ।

@ANI

Last Updated : Jul 1, 2021, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.