ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ଦେଶର ସର୍ବବୃହତ ସାମୁଦ୍ରିକ ସେତୁ ଅଟଳ ସେତୁର ଉଦଘାଟନ କରିଛନ୍ତି । ଏହି ସେତୁ ଭାରତର ଗର୍ବ ବୋଲି କହିଛନ୍ତି ମୋଦି । ସପ୍ତଦଶ ଶତାବ୍ଦୀର ମରାଠୀ ବୀରଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜାଙ୍କ ନିକଟରେ ସେ ଏକ ପ୍ରତିଶୃତି ଦେଇଥିଲେ ଯେ 'ଦେଶ ବଦଳିବ, ଦେଶ ଆଗେଇବ' ଏବଂ ଯାହାକୁ ସେ ପୂରଣ କରିଥିବା କହିଛନ୍ତି । ମୁମ୍ବାଇରେ ଆଜି ଅଟଳ ସେତୁ ଉଦଘାଟିତ ହୋଇଥିବା ବେଳେ ସାରା ଦେଶବାସୀଙ୍କ ନଜର ଏହା ଉପରେ ଥିବା କହିଛନ୍ତି ମୋଦି ।
-
Maharashtra | At a public event in Navi Mumbai, Prime Minister Narendra Modi says, "Atal Setu is the picture of developed India. This is a glimpse of what a developed India is going to be like. In a developed India, there will be facilities for all, there will be prosperity for… pic.twitter.com/xZTsY5b7G9
— ANI (@ANI) January 12, 2024 " class="align-text-top noRightClick twitterSection" data="
">Maharashtra | At a public event in Navi Mumbai, Prime Minister Narendra Modi says, "Atal Setu is the picture of developed India. This is a glimpse of what a developed India is going to be like. In a developed India, there will be facilities for all, there will be prosperity for… pic.twitter.com/xZTsY5b7G9
— ANI (@ANI) January 12, 2024Maharashtra | At a public event in Navi Mumbai, Prime Minister Narendra Modi says, "Atal Setu is the picture of developed India. This is a glimpse of what a developed India is going to be like. In a developed India, there will be facilities for all, there will be prosperity for… pic.twitter.com/xZTsY5b7G9
— ANI (@ANI) January 12, 2024
ନାଭି ମୁମ୍ବାଇରେ ଏକ ଜନସଭାକୁ ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି," ଅଟଳ ସେତୁ ହେଉଛି ବିକଶିତ ଭାରତର ଛବି । ଭାରତରେ କିପରି ବିକାଶ ହେଉଛି ଏହି ସେତୁ ତାହାର ଏକ ଝଲକ ମାତ୍ର । ବିକଶିତ ଭାରତରେ ସମସ୍ତଙ୍କ ଲାଗି ସୁବିଧା ରହିଛି । ଏଠାରେ ସମସ୍ତଙ୍କ ଲାଗି ସମୃଦ୍ଧତା, ବିକାଶ ରହିଛି । ବିକଶିତ ଭାରତରେ ଦୂରତ୍ବକୁ ହଟାଯାଇ ଦେଶର ପ୍ରତି କୋଣକୁ ପରସ୍ପର ସହିତ ସଂଯୋଗ କରାଯାଉଛି । ଏହା ଜୀବନ ହେଉ କି ଜୀବିକା ପ୍ରତିଟି ଜିନିଷ ବିନା ଦ୍ବିଧାରେ ଆଗେଇ ଚାଲିଛି ।"
ଏହା ବି ପଢନ୍ତୁ- ଦେଶର ସର୍ବବୃହତ ସାମୁଦ୍ରିକ ସେତୁ ଲୋକାର୍ପଣ କଲେ ମୋଦି
ଏହି ଅବସରରେ ମୋଦି ଜାପାନକୁ କୃତଜ୍ଞତା ଜଣାଇ କହିଛନ୍ତି, "ଅଟଳ ସେତୁ ନିର୍ମାଣରେ ସହଯୋଗ କରୁଥିବାରୁ ମୁଁ ଜାପାନକୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ ଶିଞ୍ଜୋ ଆବେଙ୍କ କଥା ମୋର ମନେ ପଡୁଛି । ତାଙ୍କ ସହିତ ଏହି ସେତୁ ନିର୍ମାଣ ଲାଗି ମୁଁ ପ୍ରଥମେ ଆଲୋଚନା କରିଥିଲି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଏକାଧିକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ବିକାଶର ଉଦାହରଣ ହେଉଛି ଅଟଳ ସେତୁ।"
ଏହା ବି ପଢନ୍ତୁ- ଦେଶ ପାଇବ ସର୍ବବୃହତ ସାମୁଦ୍ରିକ ସେତୁ, ଶୁକ୍ରବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରେଳ ଓ ପାନୀୟ ଜଳ ସମ୍ବନ୍ଧୀୟ ବିକାଶମୂଳକ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହାସହିତ ମୋଦି ମହାରାଷ୍ଟ୍ରରେ 'ନମୋ ମହିଳା ସଶକ୍ତିକରଣ ଅଭିଯାନ' ଆରମ୍ଭ କରିଛନ୍ତି । ଦେଶରେ 2 କୋଟି ମହିଳାଙ୍କୁ ଲକ୍ଷପତି କରିବା ଲାଗି ମୋଦି ସ୍ବପ୍ନ ଦେଖିଥିବା କହିଛନ୍ତି । ସୂଚନା ଥାଉ କି ଅଟଳ ସେତୁ ନାଭି ମୁମ୍ବାଇ ଓ ମୁମ୍ବାଇ ମଧ୍ୟରେ ଯାତ୍ରାକୁ 20 ମିନିଟ କମ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ