ETV Bharat / bharat

ହିମାଚଳ ପ୍ରଦେଶରେ ବନ୍ୟା; 4 ମୃତ, ୯ ନିଖୋଜ

ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ରହିଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ....

author img

By

Published : Jul 28, 2021, 1:05 PM IST

At least 4 dead, 9 missing as cloud burst triggers flash floods in Himachal
ହିମାଚଳ ପ୍ରଦେଶରେ ବନ୍ୟା; 4 ମୃତ, ୯ ନିଖୋଜ

ଡେରାଡୁନ : ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ରହିଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣେ ନିଖୋଜ ହୋଇଯାଇଛନ୍ତି । ଆଦିବାସୀ ବହୁଳ ଜିଲ୍ଲା ଲାହୁଲ,ସ୍ପିଟିରେ ବାଦଲ ଫଟା ବର୍ଷା ହେବାରୁ ଚାମ୍ବା ଜିଲ୍ଲାର ଜଣେ ନିଖୋଜ ହୋଇଯାଇଛନ୍ତି । ଉଦ୍ଧାରକାରୀ ଦଳ ଦ୍ୱାରା ସେହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କୁଲୁ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଉଦ୍ଧାର କରାଯାଇଥିବା ବେଳେ ଚାମ୍ବାରେ ଜଣଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି ।

କୁଲୁରେ ଜିଲ୍ଲାରେ ବୁଧବାର ସକାଳ ପ୍ରାୟ ୬ଟା ୧୫ ମିନିଟ ସମୟରେ ପୁନମ ନାମକ ଜଣେ ମହିଳା ଓ ତାଙ୍କର ୪ ବର୍ଷରେ ଶିଶୁ ପାର୍ବତୀ ନଦୀର ଉପନଦୀ ବ୍ରାହ୍ମଙ୍ଗଙ୍ଗା ଠାରେ ଭାସିଯାଇଥିଲେ । ସେହିପରି, ଉଦୟପୁରରେ ମଙ୍ଗଳବାର ରାତି ପ୍ରାୟ 8 ଟା ସମୟରେ ହଠାତ ବନ୍ୟା ମାଡି ଆସିବାରୁ ୨ ଜଣ ଶ୍ରମିକ ସହ ଏକ ଜେସିବି ମଧ୍ୟ ଭାସି ଯାଇଥିଲା । ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତ ଶ୍ରମିକ ଜାମ୍ମୁ କାଶ୍ମୀରର ମହମ୍ମଦ ଅଲତାଫ ବୋଲି ଜଣାପଡିଛି । ଅନ୍ୟ ନଅ ଜଣ ଶ୍ରମିକ ଏବେବି ନିଖୋଜ ଅଛନ୍ତି ।

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ପୋଲିସ ଏବଂ ଆଇଟିବିପି ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ମଙ୍ଗଳବାର ପ୍ରବଳ ଜଳ ପ୍ରବାହ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବୁଧବାର ସକାଳେ ନିଖୋଜ ଥିବା ଲୋକଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଛି । ଲାହୁଲ,ସ୍ପିଟିରେ ଅନେକ ରାସ୍ତା ଅବରୋଧ ହୋଇଯାଇଛି । ଏକାଧିକ ସ୍ଥାନରେ ଭୂସ୍ଖଳନ ହେତୁ ପ୍ରାୟ 60 ଟି ଗାଡି ଅଟକି ରହିଛି । ଭୂସ୍ଖଳନ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଯାଇଛି । ଶିମଲା ସହରର ବିକାଶ ନାଗର ଠାରେ ଏକ ଭୂସ୍ଖଳନ ହେବାରୁ ଏକ କାର ଭାଙ୍ଗି ହୋଇଯାଇଛି ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଏନେଇ ଶିମଲା ପାଣିପାଗ କେନ୍ଦ୍ର ରେଡ ଓ୍ବାର୍ଣ୍ଣିଂ ଜାରି କରିଛି । ମଙ୍ଗଳବାର ଦିନ ପ୍ରବଳ ବର୍ଷା ପରେ ଭାଗ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ହେତୁ ନଦୀରେ ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇ ନଦୀ କୂଳ ନିକଟରେ ଥିବା ତିନୋଟି ଦୋକାନ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.