ETV Bharat / bharat

ପଳାତକ ବ୍ୟବସାୟୀଙ୍କ ୧୯,୧୧୧ କୋଟିରୁ ଅଧିକ ସମ୍ପତ୍ତି ବ୍ୟାଜାପ୍ତ

author img

By

Published : Mar 23, 2022, 10:59 AM IST

ବିଜୟ ମାଲ୍ୟା, ନୀରବ ମୋଦି ଓ ମେହଲୁ ଚୋକସିଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ ହୋଇଛି । ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ପଳାତକ ବ୍ୟବସାୟୀଙ୍କ ୧୯,୧୧୧ କୋଟିରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହଲୁ ଚୋକସିଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିଛନ୍ତି ସରକାର । ଏବେସୁଦ୍ଧା ଏହି ତିନି ଜଣ ପଳାତକଙ୍କ ପ୍ରାୟ ୧୯,୧୧୧.୨୦ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ ହୋଇଛି । ମଙ୍ଗଳବାର ରାଜ୍ୟସଭାରେ ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ(Minister of State for Finance) ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଓ ଚୋକସି ନିଜ କମ୍ପାନୀ ମାଧ୍ୟମରେ ସରକାରୀ ବ୍ୟାଙ୍କରୁ ଠକେଇ କରିଛନ୍ତି । ଯାହାଫଳରେ ଋଣଦାତାଙ୍କ ମୋଟ ୨୨,୫୮୫.୮୩ କୋଟି ଟଙ୍କା କ୍ଷତି ହୋଇଛି । ପିଏମଏଲଏ(Prevention of Money Laundering Act) ଅଧିନରେ ୨୦୨୨ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ତିନି ପଳାତକ ବ୍ୟବସାୟୀଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ ହୋଇଛି ।

ବ୍ୟାଜାପ୍ତ ସମ୍ପତ୍ତି ମଧ୍ୟରୁ 15,113.91 କୋଟି ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକୁ(public sector banks) ଦିଆଯାଇଛି । ସେହିପରି 335.06 କୋଟି ସମ୍ପତ୍ତି ସରକାର ଜବତ କରିଛନ୍ତି । ମାର୍ଚ୍ଚ ୧୫ରେ ମୋଟ ଠକେଇର 84.61 ପ୍ରତିଶତ ଜବତ କରାଯାଇଛି ଏବଂ ବ୍ୟାଙ୍କଗୁଡିକର ହୋଇଥିବା ମୋଟ କ୍ଷତିର 66.91 ପ୍ରତିଶତ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.