ETV Bharat / bharat

Assembly Election 2022; ଦୁଇ ଦିନିଆ RSSର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଗାମୀ ବର୍ଷ ୨୦୨୨ ଦେଶର ଏକାଧିକ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବୈଠକ । ଅଧିକ ପଢନ୍ତୁ...

Assembly Election2022;  RSS ର ୨ଦିନିଆ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Sep 4, 2021, 12:30 PM IST

ନାଗପୁର: ଆଗାମୀ ବର୍ଷ ୨୦୨୨ ଦେଶର ଏକାଧିକ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନିର୍ବାଚନୀ ପ୍ରସ୍ତୁତିରେ ପଛରେ ପଡିନାହିଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତଥା (ଆରଏସଏସ) ।

ଗତକାଲି (ଶୁକ୍ରବାର) ନାଗପୁର ସ୍ଥିତ ସଂଘ ମୁଖ୍ୟାଳୟରେ ୨ ଦିନିଆ ପ୍ରସ୍ତୁତି ସହ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ବୈଠକରେ ସରସଂଘ ମୁଖ୍ୟ ମୋହନ ଭାଗବତ ସରସଂଘ କାର୍ଯ୍ୟବାହକ ଦତ୍ତାତ୍ରେୟ ହୋସାବାଲେ ଉପସ୍ଥିତ ରହିଥିଲେ । ବୈଠକରେ ଆସନ୍ତାବର୍ଷ ହେବାକୁ ଥିବା ୭ଟି ରାଜ୍ୟର ବିଧାନସଭା ନିର୍ବାଚନ, ସହ ବର୍ତ୍ତମାନର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ଆଫଗାନିସ୍ତାନ ସ୍ଥିତିକୁ ନେଇ ଆଲୋଚନା ହୋଇଛି ।

ବୈଠକରେ ସଂଘର ଅନେକ ଅନୁବନ୍ଧିତ ସଂଗଠନ ଓ ବିଜେପିର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସମସ୍ତ ଅନୁବନ୍ଧିତ ସଂଗଠନ ମଧ୍ୟରେ ପରସ୍ପର ମଧ୍ୟର ସମନ୍ବୟ ରକ୍ଷାକରି ସମସ୍ତ ଲକ୍ଷ୍ୟକୁ ହାସଲ କରିବା ସହ ନିର୍ବାଚନରେ ବିଜେପିକୁ ଆବଶ୍ୟକୀୟ ସହଯୋଗ ପାଇଁ ନିଷ୍ପତ୍ତି ହୋଇଥିଲେ । ମୋହନ ଭଗବତ ଓ ସରସଂଘ କାର୍ଯ୍ୟବାହକ ଦତ୍ତାତ୍ରେୟ ହୋସାବାଲେଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ଏହି ବୈଠକରେ ୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜୁରାଟ ଓ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ପ୍ରସ୍ତୁତ କରିବ ସଂଘ ।

ସେହିପରି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନଜାରୀ ରହିଛି । ଏହାର ପ୍ରଭାବ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଅଧିକ ଦେଖିବାକୁ ମିଳୁଛି । ଏପରିସ୍ଥିତିରେ କୃଷକଙ୍କ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ଆଜି ହେବାର ସମ୍ଭାବନା ରହିଛି । ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଲକ୍ଷ୍ନୌର ୨ଟି ସ୍ଥାନରେ ବୈଠକ ହୋଇସାରିଛି ।

ବୈଠକକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ଅଖିଲ ଭାରତୀୟ ପ୍ରଚାରକ ପ୍ରମୁଖ ସୁନୀଲ ଆମ୍ବେଦକର କହିଛନ୍ତି, ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ ସାଧାରଣ ସମନ୍ବୟ ବୈଠକ ୨ଦିନ ଧରି ଅନୁଷ୍ଠିତ ହେଉଛି । ଏହି ବୈଠକରେ ସଂଗଠନର ଜାତୀୟ ସ୍ତରର ଅଧିକାରୀ ଏବଂ ବିଶ୍ବ ହିନ୍ଦୁ ପରିଷଦ, ବିଦାର୍ଥୀ ପରିଷଦ, ଭାରତ ମଜଦୁର ସଂଗଠନ ଭଳି ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.