ETV Bharat / bharat

Assembly Mandate 2022: କାଉଣ୍ଟଡାଉନ ଆରମ୍ଭ, ସକାଳ ୮ ରୁ ଗଣତି - ବିଧାନସବା ନିର୍ବାଚନ ଜନାଦେଶ

ରାତି ପାହିଲେ 5 ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ପ୍ରକାଶ ପାଇବ ବିଧାନସଭା ନିର୍ବାଚନ ଜନାଦେଶ । କାଉଣ୍ଟଡାଉନ ଆରମ୍ଭ । ସ୍ପଷ୍ଟ ହେବ କାହା ମୁଣ୍ଡରେ ଜନତା ଢାଳିଛନ୍ତି କ୍ଷମତାର ଆଶୀର୍ବାଦ । ଅଧିକ ପଢନ୍ତୁ

Assembly mandate 2020: କାଉଣ୍ଟ ଡାଉନ ଆରମ୍ଭ, କିଏ ପାଇବ ଜନାଦେଶ

author img

By

Published : Mar 9, 2022, 9:39 PM IST

Updated : Mar 10, 2022, 7:07 AM IST

ନୂଆଦଲ୍ଲୀ: ରାତି ପାହିଲେ 5 ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ପ୍ରକାଶ ପାଇବ ବିଧାନସଭା ନିର୍ବାଚନ ଜନାଦେଶ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ ଟାରୁ ପ୍ରଥମେ ବାଲାଟ ପେପର ଗଣତି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଉତ୍ତର ପ୍ରଦେଶରେ ୮ ଟା ୩୦ରୁ ଆରମ୍ଭ ହେବ ଇଭିଏମ ଗଣତି । ସ୍ପଷ୍ଟ ହେବ କାହା ମୁଣ୍ଡରେ ଜନତା ଢାଳିଛନ୍ତି କ୍ଷମତାର ଆଶୀର୍ବାଦ । ସମସ୍ତ ରୀଜନୈତିକ ଦଳ ଦମ୍ଭୋକ୍ତି ଓ ଆଶଙ୍କାରେ ।

ଅନ୍ୟପଟେ ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡା ଜନମତ ସର୍ଭେ ମଧ୍ୟ କାହାକୁ ଉତ୍ସାହିତ କରିଛି ତ କାହାକୁ ନିରାଶ କରିଛି । ତେବେ ସବୁପରେ ମଧ୍ୟ ଜନତାଙ୍କ ସମର୍ଥନ ତାଙ୍କୁ ମିଳିବା ନେଇ ବେଶ୍ ଆଶାବାଦୀ ପ୍ରାର୍ଥୀ ଠାରୁ ଆରମ୍ଭ କରି ଦଳୀୟ ହାଇକମାଣ୍ଡ ।

ଅନ୍ୟପଟେ ଗଣତନ୍ତ୍ରର ମହାପର୍ବର ଅନ୍ୟତମ ପ୍ରମୁଖ ପର୍ଯ୍ୟାୟ ହେଉଛି ମତଗଣନା ଓ ଜନାଦେଶ ପ୍ରକାଶ । ସମସ୍ତ ୫ ରାଜ୍ୟରେ କାଁଭାଁ ହିଂସା ଓ ଉତ୍ତେଜନା ମଧ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ମତ ଗଣନା ଓ ଜନାଦେଶ ଘୋଷଣାକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଓ ସ୍ବଚ୍ଛତାର ସହ ଶେଷ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ନିର୍ବାଚନ ଆୟୋଗଙ୍କ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନୀୟ ପ୍ରଶାସନ । ଗଣତି କେନ୍ଦ୍ରରେ ସ୍ବଚ୍ଛ, ନିରପେକ୍ଷ ତଥା ପାରଦର୍ଶୀ ଭାବେ ଗଣନା କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରର୍ଯ୍ୟାୟ କ୍ରମେ ଭୋଟିଂ ସରିବା ପରେ ଇଭିିଏମକୁ କଡା ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ଷ୍ଚ୍ରଙ୍ଗରୁମରେ ରଖାଯାଇଛି । ଏଥିପାଇଁ ସମସ୍ତ ମତଗଣନା କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ମତଦାନ କେନ୍ଦ୍ରରେ ଶସସ୍ତ୍ର ସୁରକ୍ଷା ବାହିନୀ ମୂତୟନ କରାଯାଇଛି ।

ଅନ୍ୟପଟେ ୫ ରାଜ୍ୟର ଫଳାଫଳ ନେଇ ପ୍ରକାଶ ପାଇଛି ଭିନ୍ନଭିନ୍ନ ପୂର୍ବାକଳନ । ୨୦୨୪ ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ୫ ରାଜ୍ୟରେ ଫଳାଫଳ ଉପରେ ରହିଛି ସମଗ୍ର ଦେଶର । ଏହି ଫଳାଫଳ ହିଁ ଦେଶବାସୀଙ୍କ ମୁଡକୁ ସ୍ପଷ୍ଟ କରିବ । ତେବେ ସମସ୍ତ ୫ ରାଜ୍ୟଙ୍କ ମଧ୍ୟରେ ଦେଶବାସୀଙ୍କ ଉତ୍କଣ୍ଠାର କେନ୍ଦ୍ରରେ ରହିଛି ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶର ଫଳାଫଳ । ଏକଜିଟ ପୋଲର ଫଳାଫଳ ମଧ୍ୟ ନେତା ଓ ଭୋଟରଙ୍କ ଉତ୍ସୁକତାକୁ ବୃଦ୍ଧି କରିଛି । ତେବେ ନଜର ପକାନ୍ତୁ ବିଭିନ୍ନ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ।

ଉତ୍ତର ପ୍ରଦେଶ:-

ସର୍ବାଧିକ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥା (12ଟି) । ମୁଖ୍ୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି ଯୋଗୀ ଆଦିତ୍ୟନାଥ ଓ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ । ରାଜ୍ୟରେ ମୋଟ ୪୦୩ ଆସନରେ ଭୋଟିଂ ଶେଷ ହୋଇଥିବା ବେଳେ ଏକାଧିକ ସଂସ୍ଥା ଦ୍ବାରା କରାଯାଇଥିବା ପୂର୍ବାକଳନ ଅନୁସାରେ ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବ । ଇଣ୍ଡିଆ ନ୍ୟୁୁଜ, ନ୍ୟୁଜ-୧୮, CNN NEWS-18 ର ପୂର୍ବାକଳନ ଅନୁସାରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବାକୁ ଯାଉଛି । ୨୦୧୭ ରେ ଦଳ ପାଇଥିବା ସଂଖ୍ୟାକୁ ମଧ୍ୟ ଅତିକ୍ରମ କରିପାରେ ବୋଲି କେହି କେହି ଆକଳନ ମଧ୍ୟ କରିଛନ୍ତି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଯୋଗୀଙ୍କ କ୍ୟାମ୍ପକୁ ମୁକାବିଲା କରୁଥିବା ଅଖିଳେଶଙ୍କ ସମାଜବାଦୀ ପାର୍ଟି ପୂର୍ବଥର ଠାରୁ ଯଥେଷ୍ଟ ଭଳ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ଭାବେ ସ୍ଥାନ ପାଇବାକୁ ଯାଉଥିବା ଅନୁମାନ କରାଯାଉଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କୁ ପୁର୍ବାବର ଦଳ ଦାୟିତ୍ବ ଦେବ ନା ଆଉ କେହି ନୂଆ ମୁଖ୍ୟମନ୍ତ୍ରୀ ମିଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ପଞ୍ଜାବ:-

ସେହିପରି ଅନ୍ୟତମ ଚର୍ଚ୍ଚିତ ୧୧୭ ଆସନ ବିଶିଷ୍ଟ ରାଜ୍ୟ ପଞ୍ଜାବରେ ମଧ୍ୟ ସରକାର ଗଠନ ନେଇ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ମିଳିଥିବା ବେଳେ ଏକଜିଟ ପୋଲ ପୂର୍ବାକଳନ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି APP ଆଡକୁ ସଙ୍କେତ ଦେଇଛି । ଏକାଧିକ ସଂସ୍ଥା APP ବହୁମତ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି । କଂଗ୍ରେସ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଥିବ ବେଳେ ଆପ ମଧ୍ୟ ଭାଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ ବିଜେପି ଓ ଲୋକ କଂଗ୍ରେସ ଦଳ ମଧ୍ୟ ମେଣ୍ଟର ନିର୍ବାଚନ ଲଢିଥିବା ବେଳେ ଜନମତ ତାଙ୍କ ସପକ୍ଷରେ ଯିବା ନେଇ ଆଶା ପ୍ରକଟ କରିଛନ୍ତି ।

ଉତ୍ତରାଖଣ୍ଡ:-

ଉତ୍ତରାଖଣ୍ଡରେ ମୋଟ ୭୦ ଆସନରେ ମତଦାନ ହୋଇଥିଲା । ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ଆବଶ୍ୟକ ନମ୍ବର ରହିଛି ୩୬ । ତେବେ ଏକାଧିକ ସଂସ୍ଥା ପକ୍ଷରୁ କରାଯାଇଥିବା ପୂର୍ବାନୁମାନରେ ଉଭୟ ବିଜେପି ଓ କଂଗ୍ରେସ ମ୍ୟାଜିକ ନମ୍ବରର ନିକଟବର୍ତ୍ତୀ ଥିବା ବେଳେ ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଅବଶ୍ୟ ସରକାର ଗଠନ କରିବାର ମମ୍ଭାବନା ଦୃଷ୍ଟିରୁ ବିଜେପି କଂଗ୍ରେସ ଠାରୁ ସାମାନ୍ୟ ଆଗରେ ରହିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ପୁଷ୍କର ସିଂ ଧାମୀ ପୂନର୍ବାର ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ଅଧିତ ରହିଛି ।

ଗୋଆ:-

ମୋଟ ୪୦ ଆସନ ବିଶିଷ୍ଟ ଗୋଆରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଆବଶ୍ୟକୀୟ ସଂଖ୍ୟା ରହିଛି ୨୧ । ଏପରି ସ୍ଥଳେ ବର୍ତ୍ତମାନ ବିଜେପି ଶାସନରେ ରହିଛି । ଇଣ୍ଡିଆ ନ୍ୟୁଜ, ଟାଇମ୍ସ ନାଓ- ଭେଟୋ ଦ୍ବାରା ଜାରି ପୂର୍ବାକଳନରେ ବିଜେପି ମ୍ୟାଜିକ ନମ୍ବରରୁ ସାମାନ୍ୟ ପଛରେ ରହିପାରେ । ସେଠାରେ ବିଜେପି ସମେତ ଅନ୍ୟ କୌଣସି ଦଳ ଏକକ ବହୁମତ ହାସଲ କରିବା ସ୍ପଷ୍ଟ ହୋଇନାହିଁ । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତକୁ ଦଳ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇପାରେ । ଏପରି ସ୍ଥଳେ ସେଠାରେ ମଧ୍ୟ ଝୁଲା ସରକାର ଦେଖିବାର ସମ୍ଭାବନାକୁ ଏଡାଯାଇ ପାରିବ ନାହିଁ ।

ମଣିପୁର:-

ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଆସନ ପାଇଁ ମତଦାନ ହୋଇଥିଲା । ତେବେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ୩୧ ରହିଛି । ରାଜ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେପି ଓ କଂଗ୍ରେସ ମଧ୍ୟରେ ରହିଛି । ଏକାଧିକ ସଂସ୍ଥାର ପୂର୍ବାକଳନକୁ ବିଚାରକୁ ନେଲେ ସେଠାରେ ମଧ୍ୟ ବିଜେପିର ସ୍ଥିତି ସଂଖ୍ୟାର ନିକଟବର୍ତ୍ତୀ ଥିବାବେଳେ ବିଜେପି କ୍ଷମତା ବଜାୟ ରଖିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଆଉ କିଛି ଘଣ୍ଟାରେ ଶେଷ ହେବାକୁ ଯାଉଛି । ଆସନ୍ତାକାଲି ମତଗଣନା ସହ ସ୍ପଷ୍ଟ ହୋଇଯିବ ତମାମ ପ୍ରୟାସ ପରେ ମଧ୍ୟ ଭୋଟର କାହାକୁ ଦେଉଛନ୍ତି ନେତୃତ୍ବର ଆର୍ଶୀବାଦ । କାହାକୁ ମିଳୁଛି ସିଂହାସନ । କଣ ରହୁଛି ଆଗାମୀ ରଣନୀତି କେଉଁମାନେ ହେବ ଆଗାମୀ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ରାଜନୈତିକ ଦୃଷ୍ଟିକୋଣରୁ ଏହି ପ୍ରାଦେଶିକ ଜନାଦେଶର ପ୍ରଭାବ ଆଗମୀ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2022, 7:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.