ETV Bharat / bharat

Assembly Election: ଭୋଟ ଦେଉଛି ମେଘାଳୟ-ନାଗାଲାଣ୍ଡ, ନେତା ବାଛୁଛନ୍ତି ଜନତା

author img

By

Published : Feb 27, 2023, 7:24 AM IST

ଉତ୍ତରପୂର୍ବାଞ୍ଚଳ ଦୁଇ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ସକାଳ 7ଟାରୁ ଧାଡିରେ ରହି ମତଦାନ କରୁଛନ୍ତି ମତଦାତା । ଅଧିକ ପଢନ୍ତୁ

Assembly Election 2023
ଭୋଟ ଦେଉଛି ମେଘାଳୟ-ନାଗାଲାଣ୍ଡ

ସିଲଙ୍ଗ/କୋହିମା: ହାଇଭୋଲ୍ଟେଜ ନିର୍ବାଚନୀ ପ୍ରଚାର ପରେ ଆଜି (ସୋମବାର) ଦୁଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 7ରୁ ମତଦାନ କେନ୍ଦ୍ରରେ ଧାଡିରେ ରହି ନେତା ବାଛୁଛନ୍ତି ମତଦାତା । ଅପରାହ୍ନ 4ଟା ଯାଏ ଭୋଟ ଗ୍ରହଣ ହେବ । ଦୁଇଟି ରାଜ୍ୟରେ ମୋଟ 552 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ରାଜ୍ୟବାସୀ ।

ଦୁଇଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମେଘାଳୟରେ 21.61 ଲକ୍ଷ ଭୋଟର ଥିବାବେଳେ ନାଗାଲାଣ୍ଡରେ 13.9 ଲକ୍ଷ ଭୋଟର ରହିଛନ୍ତି । ମୋଟ 552 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମେଘାଳୟରେ 369 ପ୍ରାର୍ଥୀ ଥିବାବେଳେ ନାଗାଲାଣ୍ଡରେ 183 ପ୍ରାର୍ଥୀ ରହିଛନ୍ତି । ଉଭୟ ମେଘାଳୟ ଓ ନାଗାଲାଣ୍ଡରେ 60 ଲେଖାଏଁ ଆସନ ରହିଛି ମାତ୍ର 59 ଲେଖାଏଁ ବିଧାନସଭା ଆସନରେ ଭୋଗ ଗ୍ରହଣ ହେଉଛି । ନାଗାଲାଣ୍ଡରେ ଜଣେ ବିଜେପି ପ୍ରାର୍ଥୀ ନିନ୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି । ତାଙ୍କ ବିପକ୍ଷ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି । ମେଘାଳୟରେ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଙ୍କ ଦେହାନ୍ତ ହେବା ପରେ ସୋହିଙ୍ଗ ବିଧାନସଭା ଆସନ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସେଥିପାଇଁ ଉଭୟ ରାଜ୍ୟରେ ମୋଟ 160 ଆସନରୁ ମାତ୍ର 118 ଆସନରେ ଭୋଟ ଗ୍ରହଣ ହେଉଛି ।

ଉଭୟ ରାଜ୍ୟରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4ଟା ଯାଏ ଚାଲିବ । ସୁରୁଖୁରୁରେ ନିର୍ବାଚନ ଶେଷ କରିବାକୁ ସୁରକ୍ଷା ବ୍ୟବସ୍ଥା କଡାକାଡି ହୋଇଛି । ମେଘାଳୟରେ 3,419 ଓ ନାଗାଲାଣ୍ଡରେ 2,315 ପୋଲିଂ ବୁଥରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 119 ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି । ପୂର୍ବ କିଛି ନିର୍ବାଚନରେ ଉଭୟ ରାଜ୍ୟରେ ପାଖାପାଖି 80 ପ୍ରତିଶତ ମତଦାନ ହୋଇଥିବା ଅଫିସିଆଲ ସୁତ୍ରରୁ ଜଣାପଡିଛି । ମେଘାଳୟରେ ଏନପିପି ଓ ଟିଏମସି ମଧ୍ୟରେ କଡା ମୁକାବିଲା ହେବ । ଏନପିପି 57 ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ଓ ବିଜେପି 60 ଆସନରେ ପ୍ରାର୍ଥୀ ଦେଇଛନ୍ତି । ରାଜ୍ୟରେ 10.99 ଲକ୍ଷ ମହିଳା ଭୋଟର ରହିଛନ୍ତି । 81,000 ନୂଆ ଭୋଟର ରହିଛନ୍ତି ।

ଏହା ବି ପଢନ୍ତୁ....Sisodia Arrest: ଏକଛତ୍ରବାଦ, ଗଣତନ୍ତ୍ର ପାଇଁ କଳାଦିନ କହିଲା AAP

ନାଗାଲାଣ୍ଡରେ ବିଜେପି ଖାତା ଖୋଲି ସାରିଛି । ଜଣେ ବିଜେପି ପ୍ରାର୍ଥୀ କାଜିଟୋ କିନିମି ନିନ୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଖେକାସି ସୁମି ନାମାଙ୍କନ ପ୍ରତ୍ୟାହାର କରିବା ପରେ ସେ ବିଜୟ ହାସଲ କରିଛନ୍ତି । ରାଜ୍ୟରେ ମୋଟ 183 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ନାଗାଲାଣ୍ଡରେ ମୋଟ 13,17,632 ଭୋଟର ରହିଥିବାବେଳେ 6,61,489 ପୁରୁଷ ଓ 6,56,143 ମହିଳା ଭୋଟର ରହିଛନ୍ତି । ଏନଏଫସି ଓ କଂଗ୍ରେସ 22ଟି ଲେଖାଏଁ ଆସନରେ ନିର୍ବାଚନ ଲଢୁଛନ୍ତି । ଫେବୃଆରୀ 15 ତାରିଖରେ ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା ।

ପ୍ରକାଶ ଥାଉ କି ଫେବୃଆରୀ 16 ତାରିଖରେ ଅନ୍ୟତମ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଭୋଟ ଶେଷ ହୋଇଛି । ରାଜ୍ୟରେ 90 ପ୍ରତିଶତ ମତଦାନ ହୋଇଥିଲା । ମାର୍ଚ୍ଚ 2 ତାରିଖରେ 3 ରାଜ୍ୟର ମତଗଣନା ସହିତ ଜନାଦେଶ ପ୍ରକାଶ ପାଇବ । ଏହା ସହିତ ଆଜି ମୋଟ 5ଟି ରାଜ୍ୟର 6 ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.