ETV Bharat / bharat

Assembly Elections: ମେଘାଳୟରେ 77% ଓ ନାଗାଲାଣ୍ଡରେ 85% ସହ ସରିଲା ଭୋଟିଂ, 2ରେ ଜନାଦେଶ - ନାଗାଲାଣ୍ଡ ବିଧାନସଭା ନିର୍ବାଚନ

ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତାଦନ ଶେଷ ହୋଇଛି । ମେଘାଳୟରେ 77 ପ୍ରତିଶତ ଓ ନାଗାଲାଣ୍ଡରେ 85 ପ୍ରତିଶତ ଭୋଟିଂ ରେକର୍ଡ । ମାର୍ଚ୍ଚ 2ରେ ଫଳାଫଳ । ଅଧିକ ପଢନ୍ତୁ

Assembly elections 2023: ମେଘାଳୟରେ 77 ପ୍ରତିଶତ ଓ ନାଗାଲାଣ୍ଡରେ 85 ପ୍ରତିଶତ ସହ ସରିଲା ଭୋଟିଂ, 2 ରେ ଫଳାଫଳ

author img

By

Published : Feb 27, 2023, 10:45 PM IST

ଶିଲଂ/କୋହିମା: ଦୁଇ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଆଜି ବିଧନସଭା ନିର୍ବାଚନ ପାଇଁ ମତାଦନ ଶେଷ ହୋଇଛି । ସକାଳ 7 ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା 5 ଟାରେ ଶେଷ ହୋଇଛି । ମେଘାଳୟରେ 77 ପ୍ରତିଶତ ଓ ନାଗାଲାଣ୍ଡରେ ରେକର୍ଡ ସଂଖ୍ୟକ 85 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ମେଘାଳୟରେ ମୋଟ 60 ଆସନରୁ 59 ଆସନରେ ଭୋଟିଂ ହୋଇଛି । ଉଭୟ ରାଜ୍ୟରେ ପ୍ରାୟ 33 ଲକ୍ଷ ମତଦାତା ସେମାନଙ୍କ ଭୋଟିଂ ଅଧିକାର ସାବ୍ୟସ୍ତ କରିଛନ୍ତି । ମାର୍ଚ୍ଚ 2 ତାରିଖରେ ଏହି ଦୁଇ ରାଜ୍ୟ ସହ ତ୍ରିପୁରାର ମଧ୍ୟ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେଘାଳୟରେ 60 ଆସନରୁ 59 ଆସନରେ ମତଦାନ ହୋଇଛି । ସମସ୍ତ 12 ଜିଲ୍ଲାରେ ସକାଳ 7 ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଜାରି ରହିଥିଲା । ରାଜ୍ୟରେ ମୋଟ 77 ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟରେ ବିଭିନ୍ନ ଦଳର 36 ମହିଳା ପ୍ରାର୍ଥୀଙ୍କ ସମେତ ମୋଟ 369 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ କରିଛନ୍ତି ମତଦାତା । ମେଘାଳୟରେ ପ୍ରାୟ 10.92 ମହିଳାଙ୍କ ସମେତ ମୋଟ 21 ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ନିର୍ବାଚନୀ ମୈଦାନରେ ବିଜେପି, କଂଗ୍ରେସ, ଏନପିପି ଓ ଟିଏମସି ସମେତ ମୋଟ 13 ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି ।

ସେହିପରି ନାଗାଲାଣ୍ଡରେ ମଧ୍ୟ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ସଂଧ୍ୟାରେ ମତଦାନ ପ୍ରକ୍ରିୟା ଶେଷ ହେବା ଯାଏ ରାଜ୍ୟରେ ପ୍ରାୟ 85 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଗୋଟିଏ ପର୍ଯ୍ୟାୟରେ ସମସ୍ତ 60 ସିଟରୁ 59 ସିଟରେ ଭୋଟିଂ ଶେଷ ହୋଇଛି । ଜଣେ ପ୍ରାର୍ଥୀ ପୂର୍ବରୁ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ଘୋଷିତ ହୋଇସାରିଛନ୍ତି । ରାଜ୍ୟରେ 6 ଲକ୍ଷ 55 ହଜାର ମହିଳା ଓ 6 ଲକ୍ଷ 52 ହଜାର ପୁରୁଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ମୋଟ 14ଶହ ପୁଲିଂ ଷ୍ଟେସନରେ ଭୋଟିଂ ହୋଇଛି ।

ତିନି ଉତ୍ତର-ପୂର୍ବ ରାଜ୍ୟରେ ଏକାସାଙ୍ଗରେ ନିର୍ବାଚନୀ ବିଗୁଲ ବାଜିଥିବା ବେଳେ ପ୍ରଥମ ରାଜ୍ୟ ଭାବେ ତ୍ରିପୁରା ଚଳିତ 16 ତାରିଖରେ ଗୋଟିଏ ଫେଜରେ ସମସ୍ତ ଆସନରେ ଭୋଟ ଦେଇସାରିଛି । ଆଜି (ସୋମବାର) ମେଘାଳୟ ଓ ନାଗାଲାଣ୍ଡରେ ମଧ୍ୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ମାର୍ଚ୍ଚ 2ରେ ଏହି ସମସ୍ତ 3 ରାଜ୍ୟରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ଏହାସହ ଆଜି ଦେଶରେ ହୋଇଥିବା 5 ରାଜ୍ୟର 6 ବିଧାନସଭା ଆସନ ଓ ଗୋଟିଏ ( ଲକ୍ଷାଦ୍ବୀପ) ଲୋକସଭା ଆସନରେ ଉପନିର୍ବାଚନର ଫଳାଫଳ ମଧ୍ୟ 2 ତାରିଖରେ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.