ETV Bharat / bharat

ବିଧାନସଭା ନିର୍ବାଚନ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ - ଅମିତ ଶାହ

ଆଗକୁ ତାମିଲନାଡୁର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଭେଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଧାନସଭା ନିର୍ବାଚନ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ

author img

By

Published : Mar 1, 2021, 8:23 AM IST

ଚେନ୍ନାଇ: ଆସନ୍ତା ଏପ୍ରିଲ 6 ତାରିଖରେ ତାମିଲନାଡୁର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁ ଗସ୍ତରେ ଅଛନ୍ତି । ତେବେ ସେଠାରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପ୍ପଡୀ କେ ପଲାନିସ୍ବାମୀଙ୍କୁ ରବିବାର ଚେନ୍ନାଇଠାରେ ଭେଟିଛନ୍ତି ।

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ତାମିଲନାଡୁରେ ବିଜେପି ଓ ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡା ମୁନ୍ନେତ୍ରା(AIADMK) ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ରବିବାର ଭିଝୁପ୍ପୁରମଠାରେ ବିଜେପି ରାଲିରେ ଗୃହମନ୍ତ୍ରୀ ତାମିଲ ଭାଷାରେ ଅଭିଭାଷଣ ଦେଇନପାରିବାରୁ ରାଜ୍ୟବାସୀଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ତାମିଲ ଭାଷାରେ କହିନପାରିବାରୁ ସେ ଦୁଃଖିତ ବୋଲି କହିବା ସହିତ ତାମିଲ ଭାଷା ବହୁ ପୁରାତନ ଓ ମଧୁର ଭାଷା ବୋଲି କହିଥିଲେ । ଏଥିଲାଗି ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ ।

ତେବେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକିଆ ମନ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ତାମିଲ ଭାଷା ଶିଖିନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ସୂଚନା ଥାଉ କି ଆସନ୍ତା ଏପ୍ରିଲ 6 ତାରିଖରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମେ 2 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଶେଷ କରାଯିବ । ଏହି ତାମିଲନାଡୁର 15ତମ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ରାଜ୍ୟର 6 କୋଟି 28 ଲକ୍ଷ 23 ହଜାର 749 ଜଣ ଚୟନକର୍ତ୍ତା 16ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.