ETV Bharat / bharat

ଯାଦୁଗରଙ୍କ ଯାଦୁରୁ ମୁକ୍ତି ପାଇଲେ ରାଜସ୍ଥାନ ଜନତା: ଗଜେନ୍ଦ୍ର ସିଂ

ରାଜସ୍ଥାନରେ ଲିଡ୍‌ କରୁଛି ବିଜେପି । ଏହାପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ଯେ ରାଜ୍ୟବାସୀ ଯାଦୁଗରଙ୍କ ଯାଦୁରୁ ମୁକ୍ତି ପାଇ ମହିଳାଙ୍କ ସମ୍ମାନ ଓ ଗରିବ କଲ୍ୟାଣ ଲାଗି ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 3, 2023, 12:20 PM IST

Updated : Dec 3, 2023, 12:27 PM IST

Minister Gajendra shekhawat reaction
Minister Gajendra shekhawat reaction

ଜୟପୁର: ଆଜି 4 ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଛି । ରାଜସ୍ଥାନରେ ପରମ୍ପରା ବଜାୟ ରଖି ପୁଣି ସରକାର ଗଢିବାକୁ ଯାଉଛି ବିଜେପି । ନିର୍ବାଚନୀ ପ୍ରଚାର ସମୟରେ ରାଜସ୍ଥାନରେ ବଡ଼ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କହିଥିଲେ 'ରାଜସ୍ଥାନ ଛୁମନ୍ତର' । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ବହୁମତ ସହିତ ବିଜେପି ଆଗରେ ରହିଛି । ତେବେ ଯାଦୁଗରଙ୍କ ଯାଦୁରୁ ରାଜସ୍ଥାନ ଜନତା ମୁକ୍ତି ପାଇଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ।

  • #WATCH | Union minister and BJP leader Gajendra Singh Shekhawat says, "BJP will win with a huge majority in Rajasthan. Jadugar ka jadoo khatam ho gaya hai. In MP, the BJP will form govt with a 2/3 majority. In Chhattisgarh, the party will form the govt." pic.twitter.com/G2kO36kHlu

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ରାଜସ୍ଥାନରେ ଲିଡ କରୁଛି ବିଜେପି, ପଛରେ ପଡିଲା କଂଗ୍ରେସ

ରାଜସ୍ଥାନରେ ପ୍ରତି ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ସତ୍ତା ପରିବର୍ତ୍ତନ ହୋଇଥାଏ । ତେବେ ପୂର୍ବ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ବହୁମତ ସହିତ ସରକାର ଗଢିଥିବା ବେଳେ ଚଳିତ ଥର ପୁଣି କ୍ଷମତାକୁ ଫେରୁଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ବି ବିଜେପି ରାଜସ୍ଥାନରେ ଲିଡ୍‌ କରୁଥିବା ବେଳେ ସାରା ଦେଶରେ ବିଜେପି କର୍ମୀ ବେଶ ଉତ୍ସାହିତ ଅଛନ୍ତି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ । ଏନେଇ ସେ କହିଛନ୍ତି, "ରାଜସ୍ଥାନ ଜନତା କଂଗ୍ରେସକୁ ସତ୍ତାରୁ ବାହାର କରିଛନ୍ତି । କଂଗ୍ରେସର ଗ୍ୟାରେଣ୍ଟି ଏଠାରେ ବିଫଳ ହୋଇଛି । ଏହି ଟ୍ରେଣ୍ଡ ବଜାୟ ରହିବ ଓ ଭାଜପା ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବ ।"

ଏହା ବି ପଢନ୍ତୁ- ରାଜସ୍ଥାନରେ ଆଗରେ ବିଜେପି, ବାଜା ବଜାଇ ନାଚିଲେ କର୍ମୀ

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି କହିଛନ୍ତି, "ଜନତା 'ଯାଦୁଗର'ର ଯାଦୁରୁ ଏବେ ମୁକ୍ତି ପାଇଛନ୍ତି । ଯାଦୁଖେଳ ଏବେ ଶେଷ ହୋଇଛି ଏବଂ ସମସ୍ତେ ଏହି ଚକ୍ରବିହୁରୁ ବାହାରକୁ ଚାଲିଆସିଛନ୍ତି । ରାଜ୍ୟବାସୀ ମହିଳାଙ୍କ ସମ୍ମାନ ଓ ଗରିବ କଲ୍ୟାଣକୁ ଦୃଷ୍ଟିରେ ରଖି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।" ସୂଚନା ଥାଉ କି ପୂର୍ବରୁ ମଧ୍ୟ ରାଜସ୍ଥାନରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର। ଦଳ ସର୍ବଦା ମୁଖିଆଙ୍କ ଉପରେ ବିଶ୍ବାସ ରଖନ୍ତି ବୋଲି ସେ କହିଥିଲେ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଲିଡ୍‌ କରୁଛି। ସେପଟେ ତେଲେଙ୍ଗାନାରେ ଆଞ୍ଚଳିକ ଦଳ ବିଆରଏସକୁ ମାତ୍‌ ଦେଇ ବହୁ ଆଗରେ ରହିଛି ଜାତୀୟ ଦଳ କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.