ETV Bharat / bharat

Assembly Election 2022: ଅଗ୍ନିପରୀକ୍ଷା ପାଇଁ ଉତ୍ସାହିତ, ଦେଖାଇଲେ ଦମ୍ଭୋକ୍ତି - ତାରିଖ ଘୋଷଣା ପରେ ବିଭିନ୍ନ ଦଳର ପ୍ରତିକ୍ରିୟା

ନିର୍ବାଚନ ଆୟୋଗ ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିର୍ବାଚନୀ ମୈଦାନରେ ପରୀକ୍ଷା ଦେବାକୁ ଥିବା ଦଳମାନେ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

assembly election 2022: କଣ ରହିଛି ରାଜନୈତିକ ଦଳମାନଙ୍କ ପ୍ରତିକ୍ରିୟା

author img

By

Published : Jan 8, 2022, 9:14 PM IST

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଆଜି ଏକ ପ୍ରେସମିଟରେ ତାରିଖ ଘୋଷଣା କରିବା ସହ ନର୍ବାଚନ ପ୍ରକ୍ରିୟା ନେଇ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶିଲ ଚନ୍ଦ୍ର । ତେବେ ଆନୁଷ୍ଠାନିକ ଭାବେ ତାରଖ ଘୋଷଣା ହେବା ସହ ନିର୍ବାଚନୀ ମୈଦାନରେ ମଧ୍ୟ ତାତି ବଢିବା ଆରମ୍ଭ ହୋଇଗଲାଣି । ତାରିଖ ଘୋଷଣା ସହ ରାଜନୈତିକ ଦଳମାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ସବୁଠାରୁ ବଡ ରାଜ୍ୟ ତଥା ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶର ନିର୍ବାଚନ ଫଳାଫଳ ଦିଲ୍ଲୀ ଦରବାରରେ ପ୍ରଭାବ ପକାଉଥିବା ବେଳେ ଚର୍ଚ୍ଚାର ଶୀର୍ଷରେ ରହିଛି ଉତ୍ତର ପ୍ରଦେଶ । ତେବେ ବର୍ତ୍ତମାନ ରାଜ୍ୟରେ କ୍ଷମତା ଭୋଗ କରୁଥିବା ଭାରତୀୟ ଜନାତା ପାର୍ଟି ପୁଣିଥରେ ନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛି । ବିଜେପି ପୁନର୍ବାର ବହୁ ସଂଖ୍ୟାରେ ବିଜୟୀ ହେବା ସହ ସରକାର ଗଠନ କରିବାରେ ସଫଳ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଦମ୍ଭ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଲୋକମାନେ ବିଜେପିକୁ ପୁନର୍ବାର ସେବା କରିବାର ସୁଯୋଗ ଦେବେ। ସେ ଆହୁରି ମଧ୍ୟ ଏକ ଟ୍ବିଟରେ କହିଛନ୍ତି ଯେ ECଙ୍କ ନିର୍ଦ୍ଦେଶାବଳୀ ପାଳନ କରିବା ସମସ୍ତ ରାଜନନୈତିକ ଦଳର ସାମୂହିକ ଦାୟିତ୍ବ ।

ଉତ୍ତର ପ୍ରଦେଶର ଜନତା ବିଜେପି ସରକାରଙ୍କୁ ବିଦାୟ ଦେବାକୁ ଯାଉଛନ୍ତି । ଏହି ନିର୍ବାଚନରେ ରାଜ୍ୟରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଆଶା ପ୍ରକଟ କରିଛି ପୂର୍ବଥର କ୍ଷମତାରେ ଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ଦଳ ମୁଖ୍ୟ ଅଖିଳେଶ ଭଲ ପ୍ରଦର୍ଶନ ଓ ଫଳାଫଳ ସହ ସତ୍ତା ପରିବର୍ତ୍ତନର ସଙ୍କେତ ଦେଇଥିବା ବେଳେ ସରକରୀ କଳ ଦ୍ବାରା ସ୍ବଚ୍ଛ ନିରପେକ୍ଷ ନିର୍ବାଚନ ପରିଚାଳନା ପ୍ରଭାବିତ ହେବାର ଆଶଙ୍କାକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି ।

ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିବା ପରେ କଂଗ୍ରେସ କହିଛି ଯେ ଲୋକମାନେ ବିଜେପିକୁ ପରାସ୍ତ କରିବା ପାଇଁ ଅପେକ୍ଷାରେ ରହିଛନ୍ତି । ବେକାରୀ, ଦରଦାମ ବୃଦ୍ଧି ଏବଂ ମହିଳା ଓ ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୂର କରିବା ପାଇଁ ଏହା ଏକ ସୁଯୋଗ ବୋଲି କହିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ଦଳ ଭଲ ପ୍ରଦର୍ଶନ କରିବ । ପଞ୍ଜାବରେ ଦଳ ପୁଣି ଜିତିବା ସହ ବାକି ୪ଟି ରାଜ୍ୟରେ ବିଜେପିକୁ କ୍ଷମତାରୁ ହଟାଇବ ବୋଲି ସେ ଆତ୍ମବିଶ୍ୱାସ ଦେଖାଇଛନ୍ତି ।

ପଞ୍ଜାବରେ କ୍ଷମତାରେ କଂଗ୍ରେସରେ ଥିବା ବେଳେ ପୁଣି ଥରେ କ୍ଷମତା ବଜାୟ ରଖିବା ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ଚନ୍ନୀ ସରକାର । ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି, ଆୟୋଗଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଛୁ । ବର୍ତ୍ତମାନ ପର୍ଯ୍ୟନ୍ତ, ଆମେ କେବଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିଲୁ, ବର୍ତ୍ତମାନ ଆମେ ନିର୍ବାଚନ ବିଷୟରେ ଚିନ୍ତା କରିବା ଆରମ୍ଭ କରିବୁ । ସେହିପରି ସେ ପଞ୍ଜାବ ଏବଂ କଂଗ୍ରେସବାସୀଙ୍କୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । 111 ଦିନ ବାକି ଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା ।

ପଞ୍ଜାବର ଅନ୍ୟତମ ରାଜନୈତିକ ଦଳ ଶିରୋମଣୀ ଅକାଳି ଦଳ ମୁଖ୍ୟ ତଥା ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ମଧ୍ୟ ତାରିଖ ଧାର୍ଯ୍ୟକୁ ନେଇ ନିଜ ମତ ରଖିଛନ୍ତି । ପଞ୍ଜାବରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ପ୍ରତିବଦ୍ଧ ଶିଖମାନେ ଏକ ଦୃଢ, ସ୍ଥିର ଏବଂ ବିକାଶ-ଆଧାରିତ ସରକାରକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ସ୍ବଚ୍ଛାକୃତ ଭାବେ ଅପେକ୍ଷା କରିଛନ୍ତି । ସେ SAD-BSP ସରକାରକୁ ଜନମତ ମିଳିବା ନେଇ ଇଙ୍ଗୀତ କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନର ସରକାର ଶାସନକୁ ଏକ ସର୍କସରେ ପରିଣତ କରିଥିବା ବେଳେ ଜନତା ଉଚିତ ଜବାବ ଦେବେ ବୋଲି କହିଛନ୍ତି ସୁଖବୀର ସିଂ ବାଦଲ ।

ପଞ୍ଜାବର ଚଣ୍ଡିଗଡ ପୌର ନିର୍ବାଚନରେ ଦମଦାର ପ୍ରଦର୍ଶନ ଦେଖାଇଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାର୍ଟି ଆମ ଆଦମି ପାର୍ଟି(AAP) ମଧ୍ଯ ନିଷ୍ପତ୍ତିକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି AAP ଭର୍ଚୁଆଲ୍ ଏବଂ ଡୋର ଟୁ ଡୋର ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ନିର୍ବାଚନ ହେବାକୁ ଥିବା ରାଜ୍ୟର ଜନତା ମାନେ କେଜ୍ରିୱାଲଙ୍କ ଶାସନକୁ ସୁଯୋଗ ଦେବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେ ସମୟ ଆସିଛି, ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ସିସୋଦିଆ ।

ସେହିପରି ମଣିପୁରରେ ବିଜେପି କ୍ଷମତାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ କହିଛନ୍ତି ଆମେ କମିଶନଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛୁ । ଆମେ ପୁନର୍ବାର ରାଜ୍ୟରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିବୁ । କୋରୋନା କଟକଣା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସାରିବା ପାଇଁ ମଧ୍ୟ ସେ ଆଶାବାଦୀ ଥିବା କହିଛନ୍ତି ବିରେନ୍ ସିଂ । ମଣିପୁରରେ ୨ଟି ପର୍ଯ୍ୟାୟରେ ମତଦାନ ସାରିବାକୁ ତାରିଖ ଧାର୍ଯ୍ୟ ହୋଇଛି ।

ଅନ୍ୟ ପେଟେ କୋଭିଡ ସଂକ୍ରମଣକୁ ନେଇ ଭିନ୍ନ କଟକଣା ଜାରି ହେବା ସହ ପ୍ରଚାର, ରାଲି ଓ ସଭା ସମିତି ଉପରେ ପ୍ରତିବନ୍ଧକ ବଢିଛି । ସେହିପରି ଅନଲାଇନ ପ୍ରଚାରକୁ ଗୁରୁତ୍ବ ଦିଆଯିବା ପରେ ଏହି ନିଷ୍ପତ୍ତି ବିଜେପିକୁ ସୁହାଇବ ବୋଲି ମଧ୍ୟ କିଛି ରାଜନୈତିକ ଦଳ ଦର୍ଶାଇଛନ୍ତି । ଚଳିତମାସ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ନିର୍ବାଚନୀ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି କମିଶନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.