ETV Bharat / bharat

Assembly by poll results 2022: BJP ଖାତାରେ 4 ଆସନ, TRS କବଜାରେ ମୁନୁଗୋଡେ

ପ୍ରକାଶ ପାଇଲା ଉପ-ନିର୍ବାଚନ ଫଳାଫଳ । 6 ରାଜ୍ୟର 7ଟି ଆସନରୁ 4ଟି ବିଜେପି ଖାତାରେ । RJD, TRS ଓ ଶିବସେନା ଖାତାରେ ଗୋଟିଏ ଲେଖାଏଁ ଆସନ (By poll result 2022)। ଅଧିକ ପଢନ୍ତୁ

author img

By

Published : Nov 6, 2022, 8:46 PM IST

Assembly by poll results 2022: BJP ଖାତାରେ 4 ଆସନ, TRS କବଜାରେ ମୁନୁଗୋଡେ
Assembly by poll results 2022: BJP ଖାତାରେ 4 ଆସନ, TRS କବଜାରେ ମୁନୁଗୋଡେ

ନୂଆଦିଲ୍ଲୀ: 6 ରାଜ୍ୟର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଛି । 7ଟି ଆସନରୁ ଭାରତୀୟ ଜନତା ପାର୍ଟି (BJP) 4ଟି ଆସନରେ ବିଜୟୀ ହେବାରେ ସଫଳ ହୋଇଛି । ସେହିପରି ବିହାରରେ ଆରଜେଡି ଏବଂ ମହାରାଷ୍ଟ୍ରରେ ଉଦ୍ଧବ ଠାକେର ନେତୃତ୍ୱାଧୀନ ଶିବସେନା ଗୋଟିଏ ଲେଖାଏଁ ଆସନରେ ଜିତିଛନ୍ତି (By poll result 2022) । ତେଲେଙ୍ଗାନାରେ ଶାସନରେ ଥିବା TRS ଖାତାକୁ ଯାଇଛି ମୁନୁଗୋଡେ ଆସନ ।

ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଏବଂ ହରିୟାଣାର ଆଦମପୁରରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ଦଳ ଓଡିଶାର ଧାମନଗର ଏବଂ ବିହାରର ଗୋପାଳଗଞ୍ଜକୁ ମିଶାଇ ମୋଟ 4 ଆସନ ନିଜ ଅକ୍ତିଆରକୁ ଆଣିବାରେ ସଫଳତା ପାଇଛି । ଅନ୍ୟପଟେ ବିହାର ଓ ମହାରାଷ୍ଟ୍ରକୁ ଛାଡିଦେଲେ ଅନ୍ୟତମ ଚର୍ଚ୍ଚିତ ଆସନ ତେଲେଙ୍ଗାନାର ମୁନୁଗୋଡେରେ ଟିଆରଏସ ପ୍ରାର୍ଥୀ 10,000ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ଉତ୍ତର ପ୍ରଦେଶ, ହରିୟାଣା ଓ ବିହାରର ଗୋପାଳଗଞ୍ଜରେ ବିଜେପିର ବିଜୟ :

ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପାରିବାରିକ ଗଡ଼ ଭାବେ ପରିଗଣିତ ହୋଇଆସୁଥିବା ହରିୟାଣାର ଆଦମପୁର ଆସନରେ ତାଙ୍କ ନାତି ତଥା ବିଜେପି ନେତା ଭବ୍ୟ ବିଷ୍ଣୁ ବିଜୟୀ ହୋଇଛନ୍ତି । ପ୍ରାୟ 15ହଜାର ଭୋଟ ବ୍ୟବଧାନରେ ଭବ୍ୟ ବିଷ୍ଣୁ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସ ପ୍ରାର୍ଥୀ ଜୟ ପ୍ରକାଶଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଅନ୍ୟପଟେ ବିହାରର ଗୋପାଳଗଞ୍ଜ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ତଥା ଚାରିଥର ବିଧାୟକ ମୋହନ ପ୍ରସାଦ ଗୁପ୍ତାଙ୍କ ପତ୍ନୀ କୁସୁମ ଦେବୀ ବିଜୟୀ ହୋଇଛନ୍ତି । RJD ପ୍ରାର୍ଥୀ ମୋହନ ପ୍ରସାଦ ଗୁପ୍ତାଙ୍କଠାରୁ 1,794 ଭୋଟ ବ୍ୟବଧାନରେ କୁସୁମ ବିଜୟୀ ହୋଇଛନ୍ତି । ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଅମନ ଗିରି ବିଜୟ ହୋଇଛନ୍ତି । ସେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଭୋଟରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିନୟ ତିୱାରୀଙ୍କୁ 34,298 ପରାସ୍ତ କରିଛନ୍ତି ।

ବିଜେପି ଖାତାରେ ଧାମନଗର ଆସନ :-

ଓଡିଶାର ଭଦ୍ରକ ଜିଲ୍ଲାର ଧାମନଗର ଆସନରେ ମଧ୍ୟ ବିଜେପି ନିଜ ପୂର୍ବ ପତିଆରା ବଜାୟ ରଖିବାରେ ସଫଳ ହୋଇଛି । ଦଳ ପ୍ରାର୍ଥୀ କରିଥିବା ଦିବଙ୍ଗତ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ଶାସକ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ 9,881 ଭୋଟ ବ୍ୟବଧାନରେ ଶାସକ ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଛନ୍ତି ।

​​ମୁନୁଗୋଡେରେ TRSର ବିଜୟ:

ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା ଉପନିର୍ବାଚନରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ପ୍ରାର୍ଥୀ କୁସୁକୁନ୍ତଲା ପ୍ରଭାକର ରେଡ୍ଡୀ 10,000 ରୁ ଅଧିକ ଭୋଟ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କୋମାତେରେଡ୍ଡୀ ରାଜାଗୋପାଲ ରେଡ୍ଡୀଙ୍କୁ ପରାଜିତ କରିଛନ୍ତି । ​​ମୁନୁଗୋଡେରେ ବିଜେପି ଓ ଟିଆରଏସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା ।

ମୋକାମାରେ RJDର ବିଜୟ:-

ବିହାର ମୋକାମା ବିଧାନସଭା ନିର୍ବାଚନ ମଣ୍ଡଳୀରେ RJD ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦଳ ପ୍ରାର୍ଥୀ କରିଥିବା ନୀଲମ ଦେବୀ 16,741 ଭୋଟ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଭାରତୀୟ ଜନତା ପାର୍ଟିର ସୋନମ ଦେବୀଙ୍କୁ ପରାସ୍ତ କରିଛନ୍ତି । ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଆରଜେଡି ବିଧାୟକ ଅନନ୍ତ ସିଂଙ୍କ ସଭ୍ୟପଦ ରଦ୍ଦ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନନ୍ତ ସିଂଙ୍କ ପତ୍ନୀ ନୀଲମ ଦେବୀଙ୍କୁ ମୈଦାନକୁ ଓହ୍ଳାଇ ଥିଲା RJD ।

ଆନ୍ଧେରୀ-ପୂର୍ବ ଆସନରେ ଉଦ୍ଧବଙ୍କ ଠାକରେଙ୍କ କବଜା:-

ମହାରାଷ୍ଟ୍ରର ଆନ୍ଧେରୀ-ପୂର୍ବ ବିଧାନସଭା ଆସନରେ ବାଜି ମାରିଛି ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ । ଦଳ ପ୍ରାର୍ଥୀ କରିଥିବା ଋତୁଜା ରମେଶ ଲାଟକେ 64,959 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗତ ମେ ମାସରେ ବିଧାୟକ ରମେଶ ଲାଟକେଙ୍କ ମୃତ୍ୟୁ ପରେ ଆନ୍ଧେରୀ-ପୂର୍ବ ଆସନରେ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ବିଧାୟକ ପତିଙ୍କ ମୃତ୍ୟ ପରେ ପତ୍ନୀଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଋତୁଜା ରମେଶ ଲାଟକେ ମଧ୍ୟ ବିଜୟୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.