ETV Bharat / bharat

ଆସାମରେ ଅଘଟଣ, Ludo ଖେଳରେ ହାରିଯିବାରୁ ହତ୍ୟା

ଖେଳ ଖେଳରୁ ଘଟିଯାଇଛି ବଡ ଅଘଟଣ । ସମାନ୍ୟ ଲୁଡୋ ଖେଳକୁ ନେଇ ପ୍ରଥମେ ଝଗଡା ଆଉ ତାପରେ ଏମିତି କାଣ୍ଡ ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୁଡୋ ଖେଳକୁ ନେଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

author img

By

Published : May 17, 2022, 12:06 PM IST

Youth killed over a game of ludo
Youth killed over a game of ludo

ଗୌହାଟୀ: ଖେଳ ଖେଳରୁ ଘଟିଯାଇଛି ବଡ ଅଘଟଣ । ସମାନ୍ୟ ଲୁଡୋ ଖେଳକୁ ନେଇ ପ୍ରଥମେ ଝଗଡା ଆଉ ତାପରେ ଏମିତ କାଣ୍ଡ ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୁଡୋ ଖେଳକୁ ନେଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ।ବାହାଘର ମାହୋଲ ଥିବାରୁ ସମସ୍ତେ ଖୁସି ମନାଉଥିଲେ ମାତ୍ର ସାମାନ୍ୟ ଖେଳ ସବୁ କିଛି ବିଗାଡି ଦେଲା । ଲକ୍ଷ୍ମୀପୁର ଜିଲ୍ଲାର ମାଧାମିଆର ବାସିନ୍ଦା ଅବଦୁଲ ଅଲ୍ଲୀଙ୍କ ପୁଅର ବିବାହ ହୋଇଥିଲା ।

ବିବାହକୁ ଆସିଥିବା କିଛି ଯୁବକ ମିଶି ଲୁଡୋ ଖେଳିଥିଲେ । ଖେଳ ମଝିରେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡା ଲାଗିଥିଲା । ସେମାନେ ହେଲେ ଅଫଜାତ ଅଲ୍ଲୀ ଓ ଇସହାଦ ଅଲ୍ଲୀ ସେମାନେ ଉଭୟ ଗ୍ରାମର । ଇସହାଦ ଅଲ୍ଲୀଙ୍କ ବାପା ୱାଜିଦ ଅଲ୍ଲୀ ଝଗଡା ଚାଲିଥିବା ସମୟରେ ବିବାହ ସ୍ଥାନକୁ ଆସିଥିଲେ । ତାଙ୍କୁ ଏବଂ ତାଙ୍କ ପୁଅ ଇସହାଦକୁ ବାଡେଇଥିବା ଅଭିଯୋଗ ହୋଇଥିଲା ।

ଏ ନେଇ ଲକ୍ଷ୍ମୀପୁର ଥାନାରେ ୱାଜିଦ ଅଭିଯୋଗ କରିଥିଲେ । ଘଟଣା ପରେ ରକ୍ତମୁଖା ହୋଇଥିଲା ଅଫଜାତ ଅଲ୍ଲୀ । ରାତି ପ୍ରାୟ 9ଟାରେ ଏକ ଛୁରୀରେ ଇସହାଦ ଅଲ୍ଲୀ ଉପରକୁ ଆକ୍ରମଣ କରି ଚାଲିଥିଲା । ଘଟଣାସ୍ଥଳରେ ହିଁ ଇସହାଦ ଅଲ୍ଲୀଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଫେରାର ଅଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.