ETV Bharat / bharat

ପଦକ ଜିତିଲେ ଖେଳାଳିଙ୍କୁ ସରକାରୀ ଚାକିରି ଦେବେ ଆସାମ ସରକାର

ଆସାମରୁ ଯେଉଁ ମାନେ ଅଲମ୍ପିକ, କମଲଓ୍ବେଲଥ ଓ ଏସିଆନ୍ ଗେମ୍ସରେ ଭାଗ ନେଇ ପଦକ ବିଜେତା ହୋଇଛନ୍ତି ସେମାନଙ୍କୁ ସରକାରୀ ଚାକିରି ଦେବେ ଆସାମ ସରକାର । ଅଧିକ ପଢନ୍ତୁ...

author img

By

Published : Jul 29, 2021, 8:32 AM IST

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଖେଳାଳିଙ୍କୁ ସରକାରୀ ଚାକିରି ଦେବେ  ଆସାମ ସରକାର

ଗୌହାଟୀ: ଆସାମରୁ ଯେଉଁ ମାନେ ଅଲମ୍ପିକ, କମଲଓ୍ବେଲଥ ଓ ଏସିଆନ୍ ଗେମ୍ସରେ ଭାଗ ନେଇ ପଦକ ବିଜେତା ହୋଇଛନ୍ତି ସେମାନଙ୍କୁ କ୍ଲାସ-୧ ସରକାରୀ ଚାକିରି ଦେବେ ଆସାମ ସରକାର । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସାମ ସରକାର ସ୍ୱୀକୃତିପ୍ରାପ୍ତ ବିଶ୍ୱ ଚାମ୍ପିୟନଶିପ୍‌ର ପଦକ ବିଜେତାମାନଙ୍କୁ ଦ୍ୱିତୀୟ ଶ୍ରେଣୀ ସରକାରୀ ଚାକିରି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏବଂ ଜାତୀୟ ଖେଳର ପଦକ ବିଜେତାମାନଙ୍କୁ ତୃତୀୟ ଶ୍ରେଣୀ ଚାକିରି ।

ଏକ ବିବୃତ୍ତିରେ ଆସାମ ସରକାର କହିଛନ୍ତିଯେ କ୍ରିଡାବିତ ମାନଙ୍କୁ ମାସିକ କ୍ରୀଡା ପେନସନର ମଧ୍ୟ ବର୍ତ୍ତମାନର ୮୦୦୦ ରୁ ୧୦,୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି । କମନୱେଲଥ ଏବଂ ଜାତୀୟ ଖେଳର ପଦକ ବିଜେତାମାନଙ୍କୁ ସ୍ପୋର୍ଟସ ପେନସନ ପ୍ରଦାନ କରିବାକୁ ମଧ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ସରକାରୀ ଚାକିରିରେ ଏକ ଲକ୍ଷ ଯୁବକ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ଏକ ଅଂଶ ଭାବରେ ସେପ୍ଟେମ୍ବର ୧ ରୁ ଆସାମ ପୋଲିସରେ ୧୫,୦୦ ଖାଲି ପଦବୀ ପୂରଣ ପାଇଁ କ୍ୟାବିନେଟ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।

ଆସାମ ପୋଲିସର ପାଞ୍ଚଟି ନୂଆ ବାଟାଲିୟନ ଗଠନ କରିବାକୁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ବାଟାଲିୟନରେ ମୋଟ ୬,୨୭୦ ଯୁବକ ନିଯୁକ୍ତ ହେବେ ବୋଲି ସରକାର କହିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.