ETV Bharat / bharat

ଆସାମରେ ଜୁଲାଇ-ଅଗଷ୍ଟରେ ହେବ ଦ୍ବାଦଶ ପରୀକ୍ଷା

author img

By

Published : Jun 10, 2021, 12:32 PM IST

ଅନ୍ୟ ରାଜ୍ୟରେ ଦ୍ବାଦଶ ପରୀକ୍ଷା ବାତିଲ କରାଯାଉଥିବାବେଳେ ଆସାରେ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଦ୍ବାଦଶ ପରୀକ୍ଷା କରାଯିବ । ଅଧିକ ପଢନ୍ତୁ...

ଆସାମରେ ଜୁଲାଇ-ଅଗଷ୍ଟରେ ହେବ ଦ୍ବାଦଶ ପରୀକ୍ଷା
ଆସାମରେ ଜୁଲାଇ-ଅଗଷ୍ଟରେ ହେବ ଦ୍ବାଦଶ ପରୀକ୍ଷା

ଦିସପୁର: କୋରୋନା ମହାମାରୀ କାରଣରୁ ସଂକ୍ରମଣ ବ୍ୟାପିବା ଭୟରେ ବିଭିନ୍ନ ରାଜ୍ୟର ସରକାର ଦ୍ବାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । କିନ୍ତୁ ଆସାମରେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ଦ୍ବାଦଶ ପରୀକ୍ଷା ହେବ ବୋଲି ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୁଧବାର ସୂଚନା ଦେଇଛି ।

ରାଜ୍ୟରେ ମେ 12 ତାରିଖ ସୁଦ୍ଧା ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ କୋରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ଏହି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । AHSECର ପରୀକ୍ଷା ନିୟନ୍ତ୍ରକ ପଙ୍କଜ ବୌରଠାକୁର ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଦ୍ବାଦଶ ପରୀକ୍ଷା କରିବା ପାଇଁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏହାରି ମଧ୍ୟରେ ଆସାମରେ ଗତ 24 ଘଣ୍ଟାରେ 3 ହଜାର 751 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 46 ହଜାର 445ରେ ପହଞ୍ଚିଛି । ସେପଟେ 55 ଜଣ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 3 ହଜାର 793ରେ ପହଞ୍ଚିଛି । ଏହାସହିତ 48 ହଜାର 499 ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.