ETV Bharat / bharat

ଆସାମ-ମିଜୋରାମ ସୀମା ବିବାଦରୁ ସଂଘର୍ଷ; କଣ ରହିଛି ବିବାଦ ଜାଣନ୍ତୁ ପୁରା ଘଟଣା

author img

By

Published : Jul 27, 2021, 9:22 AM IST

ଆସାମ ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତି ଅନୁସାରେ ଆସାମ ସରକାର ବିବାଦର ସ୍ଥାୟୀ ସମାଧାନ ଚାହୁଁଛନ୍ତି । ଏଥିପାଇଁ ଆସାମ ସରକାରଙ୍କ ପକ୍ଷରୁ ଅନେକ ବାର ଉଦ୍ୟମ ହେବାସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଆସାମ-ମିଜୋରାମ ସୀମା ବିବାଦ
ଆସାମ-ମିଜୋରାମ ସୀମା ବିବାଦ

ଗୌହାଟୀ/ ଆଇଜୱାଲ: ଦୀର୍ଘ ବର୍ଷ ଧରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ଗତକାଲି ଆସାମ ପୋଲିସର ୬ ଜଣ ଯବାନ ସହିଦ ହେବାପରେ ସ୍ଥିତି ଆହୁରି ସଂଗୀନ ହୋଇପଡିଛି । ଯାହାକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବେ ମୁହାଁମୁହିଁ ସ୍ଥିତିରେ ।

ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, କଚ୍ଛାର ଜିଲ୍ଲା ସଂଲଗ୍ନ ଆନ୍ତଃ ରାଜ୍ୟ ସୀମାରେ ମିଜୋରାମ ପୋଲିସ ଓ ଉପଦ୍ରବକାରୀଙ୍କ ଆକ୍ରମଣରେ ଆସାମ ପୋଲିସର ୬ ଜଣ ଯବାନ ସହିଦ ହୋଇଛନ୍ତି। ଘଟଣାକୁ ନେଇ ୨ ରାଜ୍ୟର ପୋଲିସ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଖାଲି ଏତିକି ନୁହେଁ ୨ ରାଜ୍ୟର ମଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ବାକଯୁଦ୍ଧରେ ମାତି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଘଟଣା ପରଠାରୁ କେନ୍ଦ୍ର ସରକାର ମଧ୍ୟ ଆକ୍ସନ ମୁଡକୁ ଆସିଛନ୍ତି । ତେବେ ପ୍ରଶ୍ନ ଉଠୁଛି କଣ ପାଇଁ ନର୍ଥଇଷ୍ଟର ଏହି ୨ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି ?

କଣ ଏହି ବିବାଦ ?

ନର୍ଥଇଷ୍ଟର ଏହି ଦୁଇ ରାଜ୍ୟର ସୀମା ବିବାଦ ଆଜିର ନୁହେଁ । ଏହା ଦଶନ୍ଧୀ ଦଶନ୍ଧୀ ଧରି ଏହି ବିବାଦ ଚାଲିଆସିଛି । ଆସାମର କଚ୍ଛାର ଓ ହୈଲାକାଣ୍ଡୀ ଜିଲ୍ଲା ସୀମା ସହ ମିଜୋରାମର ସୀମା ସଲଗ୍ନ କରୁଛି । ଏହି ଠାରେ ପ୍ରମୁଖ ସମସ୍ୟା ହେଉଛି ଚାଷ ଜମି । କାରଣ ସମଗ୍ର ଅଞ୍ଚଳ ପାହାଡିଆ ହୋଇଥିବାରୁ ଏଠାରେ ଆବଶ୍ୟକୀୟ ପରିମାଣର ଚାଷ ଜମି ଅଭାବ ରହିଛି । ଫଳରେ ସୀମାନ୍ତରେ ଥିବା ଚାଷ ଜମି ଉପରେ ଉଭୟ ରାଜ୍ୟର ସ୍ଥାନୀୟ ଲୋକଙ୍କ ରହିଥାଏ ନଜର । କାରଣ ସୀମାନ୍ତ ତଥା ଦୁର୍ଗମରେ ଜୀବିକା ପାଇଁ ଅନ୍ୟ କୌଣସି ପନ୍ଥ ନଥିବାରୁ ଲୋକେ ବିଶେଷତ୍ବ କୃଷି ଉପରେ ନିର୍ଭର କରନ୍ତି । ସେଥିପାଇଁ ସମସ୍ତଙ୍କର ଆବଶ୍ୟକ ହୋଇଥାଏ ଚାଷ ଜମି । ଆବଶ୍ୟକତା ଅନୁସାରେ ଚାଷ ଜମିର ଉପଲବ୍ଧତା ନଥିବାରୁ ସୀମିତ ଜମିକୁ ନେଇ ହୋଇଥାଏ ଲଢେଇ ।

ବିବାଦର ସମାଧାନ ଚାହୁଁଛି ଆସାମ !

ଆସାମ ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତି ଅନୁସାରେ ଆସାମ ସରକାର ବିବାଦର ସ୍ଥାୟୀ ସମାଧାନ ଚାହୁଁଛନ୍ତି । ଏଥିପାଇଁ ଆସାମ ସରକାରଙ୍କ ପକ୍ଷରୁ ଅନେକ ବାର ଉଦ୍ୟମ ହେବାସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଖାଲି ଏତିକି ନୁହେଁ କିଛି ଦିନ ତଳେ ଆସାମ ସରକାରଙ୍କ ଅନୁରୋଧ କ୍ରମେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନା ମଧ୍ୟ କରିଛନ୍ତି । ଏହାସତ୍ବେ ବିବାଦର ଅନ୍ତ ହେଉନାହିଁ ।

କେନ୍ଦ୍ର ସରକାର କରିବେ ସ୍ଥାୟୀ ସମାଧାନ !

ଆସାମ ମିଜୋରାମର ଏହି ଦୀର୍ଘଦିନର ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । କିଛି ମାସ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ଗତକାଲିର ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘଟଣା ଉପରେ ନଜର ରଖିବା ସହ ଶାନ୍ତି ବଜାୟ ରଖିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏତତ ବ୍ୟତୀତ ଉଭୟ ଆସାମା ଓ ମିଜୋରାମର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.