ETV Bharat / bharat

ଆସାମ-ମିଜୋରାମ ସୀମା ବିବାଦ: ଅମିତ ଶାହାଙ୍କ ଉପରେ ବର୍ଷିଲେ ରାହୁଲ

author img

By

Published : Jul 27, 2021, 11:30 AM IST

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ଅମିତ ଶାହାଙ୍କ ଉପରେ ବର୍ଷିଲେ ରାହୁଲ
ଅମିତ ଶାହାଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ବର୍ତ୍ତମାନ ଏହା ଉଗ୍ର ରୂପ ଧାରଣ କରିଛି । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକଙ୍କ ଜୀବନରେ ଘୃଣା ଓ ଅବିଶ୍ବାସର ମଞ୍ଜି ବୁଣି ପୁଣି ଥରେ ଦେଶକୁ ନିରାଶ କରିଛନ୍ତି ।

  • Heartfelt condolences to the families of those who’ve been killed. I hope the injured recover soon.

    HM has failed the country yet again by sowing hatred and distrust into the lives of people. India is now reaping its dreadful consequences. #AssamMizoramBorder pic.twitter.com/HJ3n2LHrG8

    — Rahul Gandhi (@RahulGandhi) July 27, 2021 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଗୃହମନ୍ତ୍ରୀ ଲୋକଙ୍କ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିଛନ୍ତି । ଭାରତ ବର୍ତ୍ତମାନ ଭୟାଭୟ ସ୍ଥିତିରେ ରହିଛି । ସୀମା ବିବାଦକୁ ନେଇ ଲାଗି ରହିଥିବା ଏକ ଭିଡିଓ ଟ୍ବିଟରେ ସେୟାର କରି ସମସ୍ତ ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ । ଅନ୍ୟପଟେ ସୀମାରେ ହୋଇଥିବା ଫାୟରିଂରେ ଆହତ ପୋଲିସକର୍ମୀଙ୍କୁ ଆଜି ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଦୀର୍ଘ ବର୍ଷ ଧରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ଗତକାଲି ଆସାମ ପୋଲିସର ୬ ଜଣ ଯବାନ ସହିଦ ହେବାପରେ ସ୍ଥିତି ଆହୁରି ସଂଗୀନ ହୋଇପଡିଛି । ଯାହାକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବେ ମୁହାଁମୁହିଁ ସ୍ଥିତିରେ । ଲାଗି ରହିଥିବା ବିବାଦକୁ ନେଇ ଗତକାଲି ଆସାମ ପୋଲିସ ଓ ପାରାମିଲିଟାରୀର ୬ ଜଣ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ଆସାମ ଓ ମିଜୋରାମ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଏହାପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମାମଲାରେ ହସ୍ତକ୍ଷେପ କରିବାକୁ କହିଥିଲେ । ସୋମବାର ସଂଧ୍ୟାରେ ଗୃହମନ୍ତ୍ରୀ ଶାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରିଥିଲେ । ବିବାଦର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଶାହା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.