ETV Bharat / bharat

ଆସାମରେ କ୍ଷମତା ବଜାୟ ରଖିବ ବିଜେପି; ଜନତା ଆମକୁ ଆର୍ଶିବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ - ଆସାମ ବିଧାନସଭା ନିର୍ବାଚନ ଫଳାଫଳ

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲା ମଧ୍ୟ ପୁଣି ଥରେ ରାଜ୍ୟରେ ବିଜେପି ସରକାର କରିବାକୁ ଯାଉଛି ବୋଲି ଦୃଢତାର ସହ କହିଛନ୍ତି । ଆସାମ ଜନତା ଆମକୁ ଆର୍ଶିବାଦ କରିଛନ୍ତି ।

assam election result
assam election result
author img

By

Published : May 2, 2021, 6:49 PM IST

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପୁଣିଥରେ ବିଜେପି ସପକ୍ଷରେ ଯାଇଛି । ଆସାମ ଜନତା ବିଜେପି ଗଠବନ୍ଧନକୁ ସ୍ପଷ୍ଟ ବହୁମତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା 5 ବର୍ଷର ବିକାଶକୁ ନେଇ ବିଜେପି କ୍ଷମତା ବଜାୟ ରଖିବାକୁ ଯାଉଛି ।

କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲା ମଧ୍ୟ ପୁଣି ଥରେ ରାଜ୍ୟରେ ବିଜେପି ସରକାର କରିବାକୁ ଯାଉଛି ବୋଲି ଦୃଢତାର ସହ କହିଛନ୍ତି । ଆସାମ ଜନତା ଆମକୁ ଆର୍ଶିବାଦ କରିଛନ୍ତି । ଆମକୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି , ଆମେ ଜନତାଙ୍କ ନିକଟରେ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

126 ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ସଂଧ୍ୟା 5 ଟା ସୁଦ୍ଧା ଏନଡିଏ 43 ଟି ଆସନରେ ବିଜୟୀ ହୋଇ ସାରିଥିବା ବେଳେ 28 ଟି ଆସନରେ ଆଗୁଆ ରହିଛି । ସେହିପରି ୟୁପିଏ 17 ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ 34 ଟି ଆସନରେ ଆଗୁଆ ଅଛି । କଂଗ୍ରେସ ନେତୃତ୍ବାଧିନ ୟୁପିଏର ତମାମ ଉଦ୍ୟମ ସତ୍ବ୍ବେ ଆସାମ ଜନତା ପୁଣିଥରେ ପ୍ରତ୍ୟାକ୍ଷାନ କରିଛନ୍ତି । ବିଜେପିର ବିକାଶ ବାଦ, ରାଷ୍ଟ୍ରବାଦକୁ ଆସାମ ଜନତା ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.