ETV Bharat / bharat

ବଢିଲା ମନୀଷ ସିସୋଦିଆଙ୍କ ଅଡୁଆ, ଶହେ କୋଟିର ମାନହାନୀ ମାମଲା କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

author img

By

Published : Jun 22, 2022, 12:17 PM IST

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ୧୦୦ କୋଟିର ମାନହାନି ମାମଲା କଲେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ । ଅଧିକ ପଢନ୍ତୁ

ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ୧୦୦ କୋଟିର ମାନହାନି ମାମଲା କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଗୌହାଟୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାନ ଶର୍ମା(Riniki Bhuyan Sarma) ଗୌହାଟୀର ସିଭିଲି ଜଜ୍ କୋର୍ଟରେ ସିସୋଦିଆଙ୍କ ନାଁରେ ୧୦୦ କୋଟିର ମାନହାନି ମାମଲା କରିଛନ୍ତି । ଏହାର କାରଣ, ଗତ ୪ ତାରିଖରେ ଆପ୍ ନେତା ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ରିନିକି ଶର୍ମାଙ୍କ ବିରୁଦ୍ଧରେ ପିପିଇ କିଟ୍ ଘୋଟଲାର ଅଭିଯୋଗ କରିଥିଲେ । ମହାମାରୀ ସମୟରେ ଆସାମ ସରକାର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଫାର୍ମ ଏବଂ ପୁଅର ବ୍ୟବସାୟ ପାର୍ଟନରକୁ ବଜାର ଦର ଠାରୁ ଅଧିକ ମୂଲ୍ୟରେ ପିପିଇ କିଟ୍ ଯୋଗାଣ କରିବାକୁ କଣ୍ଟ୍ରାକ୍ଟ ଦେଇଥିବା ଆପ୍ ନେତା କହିଥିଲେ ।

ଏହି ଘଟଣାକୁ ନେଇ ରିନିକି ଭୂୟାନ ଶର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ୧୦୦ କୋଟିର ମାନହାନି ମାମଲା କରିଛନ୍ତି । ତାଙ୍କ ଆଇନଜୀବୀ କହିଛନ୍ତି, ଆଶା କରୁଛୁ ଏହି ମାମଲା ବୁଧବାର କୋର୍ଟରେ ସୂଚୀବଦ୍ଧ ହେବ ଏବଂ ଆମେ ଆଗକୁ ବଢିବୁ । ଏହାପୂର୍ବରୁ ହିମନ୍ତ ବିଶ୍ବଶର୍ମା ଆମ ଆଦମୀ ପାର୍ଟି ନେତାଙ୍କ ଏଭଳି ଅଭିଯୋଗ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ । ବିଶ୍ବଶର୍ମା ସିସୋଦିଆଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ, ''ଯେତେବେଳେ ସାରା ଦେଶ କୋଭିଡ ମହମାରୀର ସମ୍ମୁଖୀନ ହେଉଥିଲା, ସେତେବେଳେ ଆସାମରେ କୌଣସି ପିପିଇ କିଟ୍ ନଥିଲା । ଏପରି ସ୍ଥିତିରେ ମୋ ପତ୍ନୀ ଆଗକୁ ଆସି ରାଜ୍ୟ ସରକାରଙ୍କୁ ୧୫୦୦ ପିପିଇ କିଟ୍ ନିଃଶୁଳ୍କରେ ପ୍ରଦାନ କରିଥିଲେ । ଏଥିପାଇଁ ସେ ଟଙ୍କାଟିଏ ବି ନେଇ ନଥିଲେ ।''

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.