ETV Bharat / bharat

ମୋଦିଙ୍କ ଭିଜନ ପୂରଣ କରିବି: ଅଶ୍ବିନୀ ବୈଷ୍ଣବ

author img

By

Published : Jul 8, 2021, 11:04 PM IST

ନୂତନ ଭାବେ ରେଳବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ରେଳବିଭାଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ କାର୍ଯ୍ୟ କରିବି: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ରେଳ ବିଭାଗ । ସେ ଗୁରୁବାର ଏହି ଦାୟିତ୍ବ ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ବିଭାଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଦୃଷ୍ଟିଭଙ୍ଗୀ ରହିଛି । ଭାରତୀୟ ରେଳବାଇ ହେଉଛି ସାଧାରଣ ଲୋକଙ୍କ ଜୀବନ ରେଖା । ସମସ୍ତ ଲୋକ ଯେଭଳି ଆହୁରି ଉନ୍ନତ ସେବା ପାଇପାରିବେ ସେଥି ପ୍ରତି କାମ କରିବି । ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଥିବା ଦୃଷ୍ଟିଭଙ୍ଗୀ ଓ ମିଶନକୁ ନେଇ ସେ ସଫଳତାର ସହିତ କାମ କରିବେ ବୋଲି କହିଛନ୍ତି ।

ଏହାସହିତ ଅଶ୍ବିନୀଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ମିଳିଛି । ବୈଷ୍ଣବ ଉଭୟ ମନ୍ତ୍ରଣାଳୟରେ ରବି ଶଙ୍କର ପ୍ରସାଦଙ୍କ ଉତ୍ତରାଧିକାରୀ ହୋଇଥିଲେ । ରବି ଶଙ୍କର 2016 ମସିହାରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ 2019ରୁ ଯୋଗାଯୋଗ ପୋର୍ଟଫୋଲିଓର ଦାୟିତ୍ବ ତୁଲାଇ ଆସୁଥିଲେ । 1994 IAS ଅଫିସର ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ହସ୍ତାନ୍ତର କରାଯାଇଛି । PPP ଫ୍ରେମୱାର୍କ ଭିତ୍ତିଭୂମିରେ ଦେଇଥିବା ଅବଦାନ ପାଇଁ ଅଶ୍ବିନୀ ବିଶେଷ ଭାବରେ ଜଣାଶୁଣା । ସେ ପେନସିଲଭାନିଆ ବିଶ୍ବବିଦ୍ୟାଳୟରୁ MBA ଡ଼ିଗ୍ରୀ ହାସଲ କରିଥିବା ବେଳେ IIT କାନପୁରରେ MTech କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.