ETV Bharat / bharat

ଦେଶର ନୂଆ ରେଳମନ୍ତ୍ରୀ ହେଲେ ଅଶ୍ବିନୀ ବୈଷ୍ଣବ

author img

By

Published : Jul 7, 2021, 10:11 PM IST

ଦେଶର ନୂଆ ରେଳମନ୍ତ୍ରୀ ହୋଇଛନ୍ତି ମୋଦି କ୍ୟାବିନେଟରେ ସାମିଲ ଓଡିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ...

ଦେଶର ନୂଆ ରେଳମନ୍ତ୍ରୀ ହେଲେ ଅଶ୍ବିନୀ ବୈଷ୍ଣବ
ଦେଶର ନୂଆ ରେଳମନ୍ତ୍ରୀ ହେଲେ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିସ୍ତାର ପରେ ଆରମ୍ଭ ହୋଇଛି ବିଭାଗ ଭାଗବଣ୍ଟା । ଦେଶର ନୂଆ ରେଳମନ୍ତ୍ରୀ ହୋଇଛନ୍ତି ମୋଦି କ୍ୟାବିନେଟରେ ସାମିଲ ଓଡିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ।

ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ସମେତ ଆଇଟି ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ହସ୍ତାନ୍ତର କରାଯାଇଛି । ଓଡିଶାରୁ ପ୍ରଥମ ଥର ପାଇଁ ଜଣେ ନେତା ଦେଶର ରେଳମନ୍ତ୍ରୀ ହୋଇଛନ୍ତି ।

ଅଶ୍ବିନୀ ବୈଷ୍ଣବ ଓଡିଶାରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । କଟକ, ବାଲେଶ୍ବରର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ବୈଷ୍ଣବ । 2003 ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

2004 ରେ ଏନଡିଏ ସରକାରର ପରାଜୟ ପରେ ମଧ୍ୟ ଅଶ୍ବିନୀ ବାଜପେୟୀଙ୍କ ସଚିବ ହୋଇ ରହିଥିଲେ । ପରେ 2008 ରେ ଅଶ୍ବିନୀ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ଆମେରିକା ଚାଲିଯାଇଥିଲେ । 2 ବର୍ଷ ପରେ ସେଠାରୁ ଫେରି କର୍ପୋରେଟ ଜଗତରେ ଯୋଗ ଦେଇଥିଲେ । ବିଭିନ୍ନ କମ୍ପାନୀରେ ଅଶ୍ବିନୀ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.