ETV Bharat / bharat

IAS କ୍ୟାଡର ନିୟମରେ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ, ମୋଦିଙ୍କୁ ଚିଠି ଲେଖିଲେ ଗେହଲଟ - ias Cadre rule change propopsed

ଆଇଏଏସ କ୍ୟାଡର ନିମୟରେ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ । ପ୍ରସ୍ତାବିତ ସଂଶୋଧନ ଉପରେ ରୋକ ଲଗାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ

IAS କ୍ୟାଡର ନିୟମରେ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ, ମୋଦିଙ୍କୁ ଚିଠି ଲେଖିଲେ ଗେହଲଟ

author img

By

Published : Jan 22, 2022, 3:15 PM IST

ଜୟପୁର: ଆଇଏଏସ କ୍ୟାଡର ନିୟମ (IAS Cadre Rule)ରେ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରସ୍ତାବିତ ସଂଶୋଧନ ଦ୍ବାରା କେନ୍ଦ୍ର ଯେତେବେଳେ ଚାହିଁବ ସର୍ବଭାରତୀୟ ସେବାର ଅଫିସରମାନଙ୍କୁ କେନ୍ଦ୍ରକୁ ଡେପୁଟିସେନରେ ଆଣିବା ପାଇଁ ନିଷ୍ପତ୍ତି ନେଇପାରିବ । ଏହାଦ୍ବାରା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ନିର୍ଦ୍ଧାରିତ ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ ହେବ । ସଂଶୋଧନ ଯୋଗୁଁ ସମ୍ବିଧାନ ଦ୍ବାରା ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତି ତଥା ଜନକଲ୍ୟାଣ ପାଇଁ ରାଜ୍ୟମାନଙ୍କର ପ୍ରୟାସରେ ନିଶ୍ଚିତ ରୂପେ ବାଧା ପହଞ୍ଚିବ । ରାଜ୍ୟରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ମଧ୍ୟରେ ନିର୍ଭୟର ସହ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ଭାବନା ମଧ୍ୟ କମିଯିବ । ଏଭଳି କାରଣ ଦର୍ଶାଇ ଏହି ପ୍ରସ୍ତାବିତ ସଂଶୋଧନ ରୋକିବାକୁ ପିଏମ୍‌ଙ୍କୁ ନିବେଦନ କରିଛନ୍ତି ଗେହଲଟ ।

  • हमारे देश के संविधान निर्माताओं ने अखिल भारतीय सेवाओं की संकल्पना जन कल्याण तथा संघवाद की भावना को ध्यान में रखकर की थी। इस संशोधन से लौहपुरूष सरदार वल्लभभाई पटेल द्वारा ‘स्टील फ्रेम ऑफ इंडिया’ बताई गई सेवाएं भविष्य में कमजोर होंगी।
    2/2

    — Ashok Gehlot (@ashokgehlot51) January 21, 2022 " class="align-text-top noRightClick twitterSection" data=" ">

ପ୍ରକାଶଥାଉ କି, କେନ୍ଦ୍ର ସରକାର ସର୍ବଭାରତୀୟ ସେବାରେ ଥିବା ଆଇଏଏସ, ଆଇପିଏସ ପରି ଅଧିକାରୀଙ୍କ କ୍ୟାଡର ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ବାରା କେନ୍ଦ୍ର ଯେତେବେଳେ ଚାହିଁବ ଏହି ଅଫିସରମାନଙ୍କୁ କେନ୍ଦ୍ରକୁ ଡେପୁଟିସେନରେ ଆଣିବା ପାଇଁ ନିଷ୍ପତ୍ତି ନେଇପାରିବ । ପୂର୍ବରୁ ଏହା ନିୟମ ଥିଲା ଯେ, ଏହି ସର୍ବଭାରତୀୟ ଅଫିସରମାନଙ୍କୁ କେନ୍ଦ୍ର ଦ୍ବାରା ନିଯୁକ୍ତ ୟୁପିଏସସି ବାଛିବେ ଏବଂ କେନ୍ଦ୍ର ନିଯୁକ୍ତି ଦେବା ପରେ ବିଭିନ୍ନ ରାଜ୍ୟ କ୍ୟାଡରକୁ ପଠାଇବେ । ଏହି ଅଫିସରମାନେ ଉଭୟ କେନ୍ଦ୍ର ଓ ରାଜ୍ୟରେ କାର୍ଯ୍ୟ କରିପାରିବେ । ହେଲେ କେନ୍ଦ୍ରକୁ ଡେପୁଟେସନରେ ଯାଉଥିବା ଅଫିସରମାନଙ୍କୁ ରାଜ୍ୟ ସରକାର ନ ଚାହିଁଲେ କେନ୍ଦ୍ର ସରକାର ନେବାରେ ସମସ୍ୟା ହେଉଥିଲା । ଏବେ ଏହି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ରାଜ୍ୟ ଅନୁମତିକୁ ଅପେକ୍ଷା ନ କରି ସର୍ବଭାରତୀୟ ସେବାର ଅଧିକାରୀମାନଙ୍କୁ କେନ୍ଦ୍ରକୁ ନିଆଯାଇପାରିବ ।

ସେପଟେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ବିଭିନ୍ନ ରାଜ୍ୟଗୁଡିକ ଘୋର ବିରୋଧ କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇଏଏସ କ୍ୟାଡର ନିୟମ ପରିବର୍ତ୍ତନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ଏବଂ ପ୍ରସ୍ତାବ ଫେରାଇ ନେବାକୁ ଦାବି କରିଥିଲେ । ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଦୋହରାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.