ନୂଆଦିଲ୍ଲୀ: : ଛାତିରେ ଯନ୍ତ୍ରଣା କାରଣରୁ ଆଶାରାମ ବାପୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ତାଙ୍କୁ ଯୋଧପୁରର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୂଚନାଥାଉକି, ଆଶାରାମ ଦୁଷ୍କର୍ମ ମାମଲାରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ତେବେ ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ରାଜସ୍ଥାନ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ତାଙ୍କୁ ମଥୁରା ଦାସ ମାଧୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ତେବେ ଡାକ୍ତରଙ୍କ କହିବା ଅନୁସାରେ, ଆଶାରାମଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
2013 ମସିହା ଅଗଷ୍ଟ ମାସରେ ତାଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସ ଗିରଫ କରିଥିଲା ।
@ANI