ETV Bharat / bharat

କେରଳରେ ନାମକୁ ନେଇ ବିଶ୍ବ ରେକର୍ଡ: ବେଳାଭୂମିରେ ଏକାଠି ହେଲେ ଅସରଫ ନାମଧାରୀ 2537 ଜଣ ବ୍ୟକ୍ତି - କେରଳ ଖବର

ନାମକୁ ନେଇ କେରଳରେ ବିଶ୍ବ ରେକର୍ଡ । କଲିକଟ ବେଳାଭୂମିରେ ଏକାଠି ହେଲେ ଅସରଫ ନାମଧାରୀ 2537 ଜଣ ବ୍ୟକ୍ତି । ଏହି ନାମରେ 3 ବର୍ଷର ଶିଶୁ ଠାରୁ ଆରମ୍ଭ କରି 80ବର୍ଷୀୟ ବୟସ୍କ କଲେ ଅଂଶଗ୍ରହଣ । ଅଧିକ ପଢନ୍ତୁ

ନାମକୁ ନେଇ ବିଶ୍ବ ରେକର୍ଡ: କେରଳରେ ବେଳାଭୂମିରେ ପହଞ୍ଚିଲେ ଅସରଫ ନାମଧାରୀ 2537 ଜଣ ବ୍ୟକ୍ତି
ନାମକୁ ନେଇ ବିଶ୍ବ ରେକର୍ଡ: କେରଳରେ ବେଳାଭୂମିରେ ପହଞ୍ଚିଲେ ଅସରଫ ନାମଧାରୀ 2537 ଜଣ ବ୍ୟକ୍ତିନାମକୁ ନେଇ ବିଶ୍ବ ରେକର୍ଡ: କେରଳରେ ବେଳାଭୂମିରେ ପହଞ୍ଚିଲେ ଅସରଫ ନାମଧାରୀ 2537 ଜଣ ବ୍ୟକ୍ତି
author img

By

Published : Feb 8, 2023, 7:09 AM IST

ଥିରୁଅନନ୍ତପୁରମ: ଏକାଧିକ ବିଶେଷ ଓ ବିରଳ କାର୍ଯ୍ୟ ପାଇଁ ବିଶ୍ବ ରେକର୍ଡ କଥା ଆମେ ସମସ୍ତେ ଜାଣିଛନ୍ତି । ହେଲେ ନାମ ପାଇଁ ମଧ୍ୟ ହୋଇପାର ବିଶ୍ବ ରେକର୍ଡ । କେରଳରେ ଏପରି କିଛି ନୂଆ ରେକର୍ଡ ସୃଷ୍ଟି କରି ଏବେ ଚର୍ଚ୍ଚାରେ ଏକ ସଂଗଠନ । ବେଳାଭୂମିରେ ଏକାଠି ହେଲେ ଗୋଟିଏ ନାମଧାରୀ ଅନେକ ବ୍ୟକ୍ତି । ଶହେ କି ଦୁଇଶହ ନୁହେଁ ଏକକାଳୀନ 2,537 ‘‘ଅସରଫ’’ ନାମଧାରୀ ବ୍ୟକ୍ତି ବେଳାଭୂମିରେ ଏକତ୍ରୀତ ହୋଇ ଏହି ବିରଳ ବିଶ୍ବ ରେକର୍ଡର କିର୍ତ୍ତୀମାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ।

ବେଳାଭୂମିରେ ଏକାଠି ହେଲେ ଅସରଫ ନାମଧାରୀ 2537 ଜଣ ବ୍ୟକ୍ତି

ଗତ ରବିବାର କଲିକଟ ବେଳାଭୂମିରେ ଏପରି ଏକ କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଇଥିଲା । ରାଜ୍ୟରେ ଥିବା ଅସରଫ ନାମଧାରୀ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ନିର୍ଦ୍ଦିଷ୍ଟ ନାମରେ ଥିବା ରାଜ୍ୟର 3 ବର୍ଷର ଶିଶୁଙ୍କ ଠାରୁ ଆରମ୍ଭ କରି 80 ବର୍ଷୀୟ ବୟସ୍କ ମଧ୍ୟ ଅଂଶଗ୍ରହଣ କରିଥିଲେ । 14ଟି ଜିଲ୍ଲାରୁ 2537 ଜଣେ ଅରସଫ ନାମଧାରୀ ଏକାଠି ହୋଇଥିଲେ ।

କଲିକଟ ବେଳାଭୂମିରେ ସେମାନେ ଇଂରାଜୀ ଅସରଫ ଲେଖାଥିବା ମୁଦ୍ରାରେ ଏକ ମାନବ ଶୃଙ୍ଖଳ ମଧ୍ୟ ପ୍ରସ୍ତୁତ କରିଥିଲେ । ପରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ବ ରେକର୍ଡରେ ସ୍ଥାନ ମିଳିଛି । ଆୟୋଜକ କର୍ମକର୍ତ୍ତାଙ୍କୁ ରେକର୍ଡର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଯୋଜନା ରଖାଯାଇଥିଲା । 2018 ମସିହା ଜୁନ ମାସରେ ମାଲାପୁରମ ଜିଲ୍ଲାର ତିରୁରଙ୍ଗାଡି ସ୍ଥିତ କୁଟିୟିଲ୍ କମ୍ପ୍ଲେକ୍ସରେ ପ୍ରଥମ ଏସମ୍ପର୍କିତ ଏକ ବୈଠକ ଆୟୋଜିତ ହୋଇଥିଲା । ପ୍ରଥମେ 4ଜଣ ଏହି ନାମଧାରୀ ବ୍ୟକ୍ତି ଏହି ବୈଠକରେ ସାମିଲ ହୋଇଥିଲେ । ପରେ ଏହା ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଯିବା ସହ ଅସରଫ ନାମରେ କେରଳରେ ସର୍ବାଧିକ ବ୍ୟକ୍ତି ଥିବା ଏକ ତଥ୍ୟରୁ ଜଣାପଡିଥିଲା ।

ଯାହା ଏକ ରେକର୍ଡଯୋଗ୍ୟ ବୋଲି ଜଣାପଡିବା ପରେ ଏକ କମିଟି ଗଠନ କରାଯାଇ ଏକ ବିଶାଳ ଆୟୋଜନ ପାଇଁ ଯୋଜନା ହୋଇଥିଲା । ଯାହା ଗତ ରବିବାର ସଫଳତାର ସହ ଶେଷ ହୋଇଛି । ଏଥିରେ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ମୋଟ 2,537 ଅସରଫ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ବିରଳ ରେକର୍ଡ ପାଇଁ କେରଳ ଏବେ ଚର୍ଚ୍ଚାରେ ରହଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.