ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ସତ୍ତ୍ବେ ଦିଲ୍ଲୀ ଛାଡୁଛନ୍ତି ଶହଶହ ଶ୍ରମିକ

author img

By

Published : Apr 20, 2021, 9:58 AM IST

ସଂକ୍ରମଣ ବଢିବା ପରେ ଫେରିଲା ଲକଡାଉନ । ପ୍ରବାସୀଙ୍କ ଆରମ୍ଭ ହୋଇଛି ଘର ଲେଉଟାଣି । ଶହ ଶହ ଶ୍ରମିକ ଏବେ ବସଷ୍ଟାଣ୍ଡ ଓ ଷ୍ଟେସନରେ ଏକଜୁଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ଛାଡୁଛନ୍ତି ଶହ ଶହ ଶ୍ରମିକ
ଦିଲ୍ଲୀ ଛାଡୁଛନ୍ତି ଶହ ଶହ ଶ୍ରମିକ

ନୂଆଦିଲ୍ଲୀ: ଲକଡାଉନ ପରେ ଫେରିଛି ପୂର୍ବାବସ୍ଥା। ପ୍ରବାସୀ ଶ୍ରମିକଙ୍କ ଆରମ୍ଭ ହୋଇଛି ଘର ବାହୁଡା ଯାତ୍ରା। ଗତବର୍ଷର ସମାନ ପରିସ୍ଥିତି ପୁଣି ଥରେ ହୋଇଛି ପୁନଃରାବୃତ୍ତି । ସଂକ୍ରମଣ ରୋକିବାକୁ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ଦିଲ୍ଲୀ ସରକାର ସପ୍ତାହେ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ପରେ ବସଷ୍ଟାଣ୍ଡ, ଷ୍ଟେସନରେ ଶହ ଶହ ପ୍ରବାସୀଙ୍କ ଭିଡ ଜମୁଛି ।

ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ ବସଷ୍ଟାଣ୍ଡ ଓ ଷ୍ଟେସନ ମୁହାଁ ହୋଇଛନ୍ତି । କାମଧନ୍ଦା ବନ୍ଦ ହୋଇଯିବାରୁ ଘରକୁ ଯିବାକୁ ସମସ୍ତେ ଏକାଠି ହୋଇଛନ୍ତି । ଅନେକ ପ୍ରବାସୀ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଫଳରେ ଟ୍ରାଫିକ ଜାମ ହେବା ସହ ସାମାଜିକ ଦୂରତା ଭଙ୍ଗ ହୋଇଛି । ଗତକାଲି ରାତିରେ ଦିଲ୍ଲୀ ଆନନ୍ଦ ବିହାର ବସ ଟର୍ମିନାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଜଧାନୀରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ପ୍ରବାସୀଙ୍କୁ ଦିଲ୍ଲୀ ଛାଡି ନ ଯିବାକୁ ହାତ ଯୋଡି ନିବେଦନ ମଧ୍ୟ କରିଥିଲେ । ଆଶ୍ବାସନା ଦେଇ କହିଥିଲେ ‘ମୁଁ ଅଛି ’ ଆପଣଙ୍କ ସୁରକ୍ଷା ପାଇଁ। କେଜ୍ରିୱାଲଙ୍କ ନିବେଦନ ସତ୍ତ୍ବେ ପ୍ରବାସୀ ଘର ମୁହାଁ ହୋଇଛନ୍ତି ।

ସେପଟେ, ଜଣେ ଦିନ ଶ୍ରମିକ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ଲକଡାଉନ ପୂର୍ବରୁ ଶ୍ରମିକଙ୍କ ସମୟ ଦେବା ଜରୁରୀ । ଘରକୁ ଯିବାରୁ 200 ଟଙ୍କା ପଡିଥାଏ, ମାତ୍ର ଏବେ 3 ହଜାରରୁ 4 ହଜାର ଟଙ୍କା ବସ ଭଡା ଦେବାକୁ ପଡୁଛି । ଏପରି ସ୍ଥିତିରେ ଆମେ କିପରି ଘରକୁ ଯିବୁ ?

ଉତ୍ତରପ୍ରଦେଶର ଗାଜିଆବାଦରେ ମଧ୍ୟ ସେହି ସମାନ ସ୍ଥିତି । ଗତକାଲି ଦିଲ୍ଲୀ ହାଇୱେରେ ଚାଲି ଚାଲି ଘରକୁ ବାହାରିଛନ୍ତି ଲୋକେ । ଦିଲ୍ଲୀରେ ଭଡା ଘରେ ରହୁଥିଲେ, ଦି ପଇସା ରୋଜଗାର କରି ଗାଁରୁ ନେବେ ବୋଲି ଆଶା ରଖିଥିଲେ । ଗତବର୍ଷର ଲକଡାଉନ ପରେ ପୁଣି ସାହାସ ଜୁଟାଇ ଦିଲ୍ଲୀ ଆସିଥିଲେ । ଏବେ ପୁଣି ସବୁକିଛି ବିଗାଡି ଦେବାକୁ ବସିଛି ବୋଲି ଅନ୍ୟ ଜଣେ ଶ୍ରମିକ କହିଛନ୍ତି ।

ସେହିପରି ଅନ୍ୟଜଣ କହିଛନ୍ତି, ଲକଡାଉନ ଆଗକୁ ବଢିବାରେ । ଗତବର୍ଷ ଅନେକ ଚାଲି ଚାଲି ଯାଇଥିଲେ । ଏଥିର ମଧ୍ୟ ସେହି ସମାନ ପରିସ୍ଥିତି ଦେଖାଦେଇଛି । ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହିଲେ ଖାଇବା ଓ ପାଣି ପିଇବାକୁ ମଧ୍ୟ ମିଳିନ ପାରେ । ତେଣୁ ସ୍ଥିତିରେ ସୁଧାର ଆସିଲେ ସେ ପୁଣି ଫେରିବେ ବୋଲି କହିଛନ୍ତି ।

ସୋମବାର(ଗତକାଲି) ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଉପରାଜ୍ୟପାଳଙ୍କ ମଧ୍ୟ ଏକ ବୈଠକ ବସିଥିଲା । ଏହି ବୈଠକରେ ବର୍ତ୍ତମାନର ସ୍ଥିତି ଦେଖି ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ମଧ୍ୟାହ୍ନ 12ଟା ସମୟରେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି ଲକଡାଉନ ଘୋଷଣା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.