ETV Bharat / bharat

Aryan Khanଙ୍କ WhatsApp ଚାଟରେ ନାହିଁ ଷଡଯନ୍ତ୍ରର ପ୍ରମାଣ: Bombay High Court

author img

By

Published : Nov 20, 2021, 8:27 PM IST

ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି । କୋର୍ଟ କହିଲେ ହ୍ବାଟ୍ସଆପରେ ନାହିଁ ଆପତ୍ତିଜନକ ବାର୍ତ୍ତାଳାପ କି କୌଣସି ଷଡଯନ୍ତ୍ରର ପ୍ରମାଣ ନାହିଁ । ଅଧିକ ପଢନ୍ତୁ

ଆର୍ଯ୍ୟନ ଖାନଙ୍କ ହ୍ବାଟ୍ସଆପରେ ନାହିଁ ଆପତ୍ତିଜନକ ବାର୍ତ୍ତାଳାପ: HC

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି (drugs on cruise) ଘଟଣାରେ ଗିରଫ ହୋଇ ବେଲରେ ଆସିଥିବା ଆର୍ଯ୍ୟନ୍ ଖାନ(Aryan Khan) ଙ୍କୁ ବମ୍ବେ ହାଇ କୋର୍ଟ (Bombay High Court )ରୁ ଆଶ୍ବସ୍ତି ।

ଆର୍ଯ୍ୟନ ଖାନ, ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ ଏବଂ ମୁମୁନ୍ ଧାମଚାଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍ (WhatsApp) ବାର୍ତ୍ତାଳାପରେ କୌଣସି ଷଡଯନ୍ତ୍ର ବା ଆପତ୍ତିଜନକ ବିଷୟ ମିଳି ନଥିବା ବମ୍ବେ ହାଇକୋର୍ଟ ଆଜି ପ୍ରକାଶ କରିଛନ୍ତି ।

ସମସ୍ତ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭବେ ବେଆଇନ ତଥା ଅପରାଧିକ କାର୍ଯ୍ୟକଳାପ ଭିଆଇବାକୁ ପୂର୍ବ ପ୍ରସ୍ତୁତି କରିଥିବା ନେଇ ହ୍ବାଟ୍ସଆପରେ ବାର୍ତ୍ତାଳପରୁ ସେମିତି କିଛି କୋର୍ଟ ଅନୁଭବ କରୁନାହାନ୍ତି ବୋଲି କହିଛନ୍ତି ଖଣ୍ଡପୀଠ ।

ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନର କାରଣ ଦର୍ଶାଇ କୋର୍ଟ କହିଛନ୍ତି ଯେ କେବଳ ଆର୍ଯ୍ୟନ ଖାନ, ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁମୁନ ଧାମଚା ସମାନ କ୍ରୁଜ ବୋଟରେ ଯାତ୍ରା କରୁଥିଲେ । କିନ୍ତୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଅନୁସନ୍ଧାନକାରୀ ଅଧିକାରୀଙ୍କ ଦ୍ବାରା ରେକର୍ଡ ହୋଇଥିବା ସ୍ବୀକାରୋକ୍ତି ଉପରେ ନିର୍ଭର କରିପାରିବ ନାହିଁ କାରଣ ଏହା ବାଧ୍ୟତାମୂଳକ ନୁହେଁ । NCB ଦାବି କରିଥିବା ହ୍ବାଟ୍ସଆପ ଚାଟରେ କିଛି ଷଡଯନ୍ତ୍ରର ଆଭାସ ମିଳୁନାହିଁ ।

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହେବାର ତିନି ସପ୍ତାହ ପରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ(Aryan Khan)ଙ୍କୁ ଜାମିନ ମିଳିଥିଲା । NCB ଦ୍ବାରା ଏକ କ୍ରୁଜ୍ ଜାହାଜ ପାର୍ଟିର କିଛି ଘଣ୍ଟା ପରେ ତାଙ୍କୁ ଅକ୍ଟୋବର 3ରେ ଗିରଫ କରାଯାଇଥିଲା । ଆର୍ଯ୍ୟନଙ୍କ ଦୁଇଥର ଜାମିନ ନାମଞ୍ଜୁର ହେବା ପରେ ଜାମିନ ମିଳିଥିଲା । ସେହିପରି ଆର୍ଯ୍ୟନଙ୍କ ବନ୍ଧୁ ଅରବାଜ ଏବଂ ମଡେଲ ମୁନମୁନ ଧାମଚାଙ୍କୁ ମଧ୍ୟ ଜାମିନରେ ବାହାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.