ETV Bharat / bharat

AAPର ମିଶନ ଗୁଜୁରାଟ: ରୋଡ ସୋରେ କେଜ୍ରିଓ୍ବାଲଙ୍କ ଶକ୍ତି ପ୍ରଦର୍ଶନ, ସୁଯୋଗ ଦେବାକୁ କଲେ ନିବେଦନ - ଆପର ରୋଡ ସୋ

ଅହମ୍ମଦାବାଦରେ AAP ର ରୋଡ ସୋ । କେଜ୍ରିଓ୍ବାଲ କହିଲେ ଅଂହକାରରେ ବୁଡିଛି ବିଜେପି, AAP କୁ ଥରେ ସୁଯୋଗ ଦିଅନ୍ତୁ ରାଜ୍ୟବାସୀ । ସାବରମତି ଆଶ୍ରମ କଲେ ପରଦର୍ଶନ, ବୁଲାଇଲେ ଗାନ୍ଧୀଜୀଙ୍କ ଚରଖା । ଅଧିକ ପଢନ୍ତୁ

ସୁଯୋଗ ଦେବାକୁ କଲେ ନିବେଦନ
ସୁଯୋଗ ଦେବାକୁ କଲେ ନିବେଦନ
author img

By

Published : Apr 2, 2022, 10:52 PM IST

ଗାନ୍ଧୀନଗର: ପଞ୍ଜାବରେ ପ୍ରଚଣ୍ଡ ବହୁମତରେ ସରକାର ଗଢିବା ପରେ ଆସୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଆମ ଆଦମି ପାର୍ଟି(AAP) । ବିଜେପିିର ଗଡ କୁହାଯାଉଥିବା ଗୁଜୁରାଟରେ ଚଳିତଥର ବିଧାନସଭା ନିର୍ବାଚନରେ ଟକ୍କର ଦେବା ପାଇଁ AAP ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି ।

  • 27 साल राज के बाद भाजपा में अहंकार आ गया है। जनता की आवाज़ सुनना बंद कर दी। गुजरात को ऐसी सरकार चाहिए जो जनता की आवाज़ सुने

    हमारा मक़सद भाजपा या कांग्रेस हराना नहीं। हमारा मक़सद देश जीतना चाहिए। गुजरात जीतना चाहिए। दिल्ली की तरह गुजरात में भी भ्रष्टाचार दूर हो, जनता के काम हो https://t.co/sn7lqfURwg

    — Arvind Kejriwal (@ArvindKejriwal) April 2, 2022 " class="align-text-top noRightClick twitterSection" data=" ">

ଆଜି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବାବେଳେ ଅହମ୍ମଦାବାଦରେ ଏକ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ଦଳକୁ ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି । ରୋଡ ସେ ପୂର୍ବରୁ ଉଭୟ ପ୍ରସିଦ୍ଧ ସାବରମାତି ଆଶ୍ରମ ମଧ୍ୟ ପରିଦର୍ଶନ କରିଥିଲେ ।

  • #WATCH | A man was saved from falling off the roof of a seemingly dilapidated house during the roadshow of AAP national convenor and Delhi CM Arvind Kejriwal along with Punjab CM Bhagwant Mann in Ahmedabad, Gujarat pic.twitter.com/ZonxMqZc5y

    — ANI (@ANI) April 2, 2022 " class="align-text-top noRightClick twitterSection" data=" ">

ଆଜି ରୋଡ ସୋରେ ବିଜେପିକୁ ସିଧା ଟାର୍ଗେଟ କରିଥିଲେ କେଜ୍ରିଓ୍ବାଲ । ରାଜ୍ୟରେ 25 ବର୍ଷ ଶାସନ କରିବା ପରେ ବିଜେପି ଅହଂକାରରେ ବୁଡ଼ି ଯାଇଛି ଏବଂ ଲୋକମାନେ ତାଙ୍କ ଦଳକୁ ଏକ ସୁଯୋଗ ଦେବା ଉଚିତ ବୋଲି କହିଥିଲେ । ସେହିପରି ମାନ କହିଛନ୍ତି, ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜୁରାଟ ତାଙ୍କ ଦଳକୁ ଅବସର ଦେବା ପାଇଁ ପ୍ରସ୍ତୁତ ଅଛି । କେଜ୍ରିୱାଲ ରାଜନୀତି କିପରି କରିବେ ତାହା ଜାଣନ୍ତି ନାହିଁ, କିନ୍ତୁ ଦୁର୍ନୀତିକୁ କିପରି ଦୂର କରିବେ ଜାଣିଛନ୍ତି । ଦିଲ୍ଲୀରେ ସେମାନେ ଦୁର୍ନୀତି ସମାପ୍ତ କରିଛନ୍ତି, ପଞ୍ଜାବରେ ମଧ୍ୟ ଦୂର୍ନୀତି ବିରୋଧୀ ଲଢେଇ ଆରମ୍ଭ କରିଛନ୍ତି ବୋଲି କହିଥିଲେ ମାନ । 25 ବର୍ଷର ଶାସନ ପରେ ଅହଂକାରରେ ବୁଡି ରହିଥିବା ବିଜେପି ପରିବର୍ତ୍ତେ AAP କୁ ଏକ ସୁଯୋଗ ଦିଅନ୍ତୁି ବୋଲି କହିଥିଲେ ମାନ ।

AAPର ମିଶନ ଗୁଜୁରାଟ: ରୋଡ ସୋ ରେ କେଜ୍ରିଓ୍ବାଲଙ୍କ ଶକ୍ତି ପ୍ରଦର୍ଶନ, ସୁଯୋଗ ଦେବାକୁ କଲେ ନିବେଦନ

କେଜ୍ରିୱାଲ ଏବଂ ମାନଙ୍କ ସହ ଗୁଜୁରାଟ ଆମ୍ ଆଦମୀ ପାର୍ଟିର ନେତା ଇଶୁଦାନ ଗଡଭି ଏବଂ ଗୋପାଳ ଇଟାଲୀ ମଧ୍ୟ ଉପସ୍ଥିତ ଥିଲେ । ରୋଡ ସୋରୋ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ଛାତ ଉପରେ ଛିଡା ହୋଇ ଦେଖୁଥିବା ସମୟରେ ଜଣେ ବ୍ୟକ୍ତି ଛାତ ତଳକୁ ଖସି ପଡିଥାନ୍ତେ । ତାଙ୍କୁ ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହେବା ଯୋଗୁ କୌଣସି ଅଘଟଣ ଘଟିନାହିଁ ।

ଆଜି ଗସ୍ତର ପ୍ରଥମ ଦିନରେ ଉଭୟ ନେତା ପ୍ରସିଦ୍ଧ ସାବରମତି ଆଶ୍ରମରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉଭୟ ବାପୁଙ୍କ ପ୍ରିୟ ଚରଖା ବୁଲାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଚରଖା ପରିଦର୍ଶନ ପରେ କେଜ୍ରିୱାଲ ଓ ମାନ ଆଶ୍ରମରେ ଥିବା ମ୍ୟୁଜିୟମ ମଧ୍ୟ ପରିଦର୍ଶନ କରିଥିଲେ । ପରେ ଅପରାହ୍ନରେ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରି ବିଜେପିକୁ ଟାର୍ଗେଟ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.