ETV Bharat / bharat

ସୋନିଆ ଗାନ୍ଧୀ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଅରବିନ୍ଦ କେଜ୍ରିୱାଲ - ଆପ ବିଜେପି ଫାଇଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଆଗାମି ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ହେବ ଓ କଂଗ୍ରେସ ସଫା ହୋଇଯାଇଛି ଆମ ଆଦମୀ ପାର୍ଟିର ବିଜୟ ହେବ । ଅଧିକ ପଢନ୍ତୁ

arvind kejriwal hits at bjp
arvind kejriwal hits at bjp
author img

By

Published : Sep 14, 2022, 3:40 PM IST

ନୂଆଦିଲ୍ଲୀ: ବିଜେପି ଓ ଆପ୍ ମଧ୍ୟ ଜାରି ରହିଛି ବାକ ଯୁଦ୍ଧ । ବିଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପରକୁ ବାଣ ମାରୁଛନ୍ତି ଦୁଇ ଦଳ । ପରସ୍ପର ଛାଇ ଦେଖିଲେ ଦୁଇ ଦଳ ଯେମିତି ଭଡକି ଯାଉଛନ୍ତି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ଦଳର ପରାଜୟ ହେବ ଓ କଂଗ୍ରେସ ସଫା ହୋଇଯାଇଛି ତେଣୁ ଆମ ଆଦମୀ ପାର୍ଟିର ବିଜୟ ନିଶ୍ଚିନ୍ତ ହେବ । ସାମଜସେବୀ ମେଧା ପାଟକର ଆପର ସିଏମ ପ୍ରାର୍ଥୀ ହେବା ନେଇ ବିଜେପି କରିଥିବା ଦାବି ଉପରେ କେଜ୍ରିୱାଲ କହିଛନ୍ତି ବିଜେପି ମୋଦିଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ।

  • Reporter: भाजपा का कहना है AAP Medha Patkar को CM Candidate Project करेगी..@ArvindKejriwal जी: मैंने सुना है BJP Modi जी के बाद Sonia Gandhi को PM Candidate बना रही है। हिम्मत करके मेरा ये सवाल भाजपा से पूछना।#AAP4CorruptionFreeGujarat pic.twitter.com/Fafs9X32mx

    — AAP (@AamAadmiParty) September 13, 2022 " class="align-text-top noRightClick twitterSection" data=" ">

କିଛି ଦିନ ତଳେ ଆପ୍ ସମାଜସେବୀ ମେଧା ପାଟକରଙ୍କ ସିଏମ ପ୍ରାର୍ଥୀ କରିବା ନେଇ କହିଥିଲା ବିଜେପି । ଗୁଜୁରାଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି । ଉତ୍ତରରେ କେଜ୍ରିୱାଲ କହିଥିଲେ, ''ମୁଁ ଶୁଣିଛି କି ମୋଦିଜୀଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ବିଜେପି ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କରିବ । ମୋର ଏ ପ୍ରଶ୍ନ ତାଙ୍କୁ ପଚାରିବ । ଆଗାମୀ ସମ୍ବାଦିକ ସମ୍ମିଳନୀରେ ମୋର ଏ ପ୍ରଶ୍ନ ତାଙ୍କୁ ପଚାରିବ ମୁଁ ଜାଣିଛି ତୁମେ ପଚାରିବାକୁ ଡରିବ ।''

ପ୍ରକାଶ ଥାଉ କି, 2014 ଲୋକସଭା ନିର୍ବାଟନରେ ଆପ୍ ମେଧା ପଟକରଙ୍କୁ ଟିକେଟ ଦେଇଥିଲା । ନର୍ମଦା ଡ୍ୟାମ ପ୍ରକଳ୍ପକୁ ବିରୋଧ କରି ଗୁଜୁରାଟର ଲୋକଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଥିବା ବିଜେପି ମେଧା ପାଟକରଙ୍କ ନାମରେ ଅଭିଯୋଗ କରିିଥିଲା ।

ଏହା ବି ପଢନ୍ତୁ...ଆଫଗାନିସ୍ତାନକୁ ପାକିସ୍ତାନର ଚିଠି ! କୁଖ୍ୟାତ ଆତଙ୍କୀ ମସୁଦ ଅଜହରକୁ ଗିରଫ କର

ଗୁଜୁରାଟରେ ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ଏବେଠି ଆମ ଆଦମି ପାର୍ଟି ପ୍ରଚାର ଜୋରଦାର କଲାଣି। ଗତାକାଲି (ମଙ୍ଗଳବାର) ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଗୁଜୁରାଟରେ କଂଗ୍ରେସ ଶେଷ ହୋଇଯାଇଛି। ବିଜେପି କେବଳ ଆପର ବିକଳ୍ପ ହୋଇପାରିବ। ଏଠାରେ ସବୁ ଆସନରେ ଆମେ ଲଢିବୁ ଜିତିବୁ ମଧ୍ୟ କହିଥିଲେ କେଜ୍ରିୱାଲ ।

ଏହାପରେ ଆପକୁ କଟାକ୍ଷ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଗୁଜୁରାଟରେ ବିଜେପି ହିଁ ପୁଣି ବାଜିମାତ କରି ସରକାର ଗଢିବ। ଏଥର ଦଳ ଦୁଇତୃତୀୟାଶଂ ଆସନ ହାତେଇବ। ସ୍ବପ୍ନ ବିକୁଥିବା ଲୋକମାନେ ରାଜ୍ୟରେ କଦାପି ନିର୍ବାଚନରେ ସଫଳତା ପାଇବେ ନାହିଁ । ମୁଁ ଗୁଜୁରାଟ ଲୋକଙ୍କୁ ଜାଣିଛି ସ୍ବପ୍ନ ବେପାରରେ ମାତିଥିବା ବ୍ୟକ୍ତି କେବେବି ସଫଳ ହେବେ ନାହିଁ କାରଣ ଗୁଜୁରାଟବାସୀ କାର୍ଯ୍ୟରେ ବିଶ୍ବାସ କରନ୍ତି । ଆଉ ଲୋକମାନେ କାର୍ଯ୍ୟ କରୁଥିବା ଦଳକୁ ସମର୍ଥନ କରିବେ ବୋଲି କହିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.