ନୂଆଦିଲ୍ଲୀ: ବଙ୍ଗକୁ ପୁଣିଥରେ ନିଜ ଅଧିନକୁ ଆଣିଛନ୍ତି ବେଙ୍ଗଲ ବାଘୁଣୀ ମମତା ବାନାର୍ଜୀ । ବହୁମତରେ ପୁଣି କ୍ଷମତା ହାସଲ କରିଛନ୍ତି ଦିଦି । ଦିଦିଙ୍କ ବିଜୟ ପରେ ଅନେକ ରାଜନୈତିକ ଦଳରୁ ବିଭିନ୍ନ ପ୍ରତିକ୍ରିୟା ମିଳିଛି । ସେପଟେ କଂଗ୍ରେସ ନେତା କପିଲ ଶିବଲ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ବିଜେପିର ହାରିବାର କାରଣ ବିଷୟରେ କହିଛନ୍ତି । ସେ କହିଛନ୍ତି, ‘ ବିଜେପିର ଅହଂକାର, ଶକ୍ତି, ଅର୍ଥ ଏବଂ ଜୟ ଶ୍ରୀ ରାମ ହିଁ ତାଙ୍କୁ ହରାଇଛି’ ।
କଂଗ୍ରେସ ନେତା ଟ୍ବିଟ୍ରେ କରି କହିଛନ୍ତି, ‘ପଶ୍ଚିମବଙ୍ଗରେ ଅହଂକାର, ଶକ୍ତି, ଅର୍ଥ, ରାଜନୀତିରେ ଜୟ ଶ୍ରୀ ରାମର ବ୍ୟବହାର, ବିଭାଜନକାରୀ ଏଜେଣ୍ଡା, ନିର୍ବାଚନ କମିଶନ ହାରିଛି । ମମତା ଏସବୁ ସାମ୍ନାରେ ଠିଆ ହେଲେ ଓ ଜିତିଲେ’ । ମୋଟ ଭୋଟରର ପ୍ରାୟ 47.94 ପ୍ରତିଶତ ଟିଏମସି ସପକ୍ଷରେ ଥିଲେ । ଅନ୍ୟପକ୍ଷେ ଭାରତୀୟ ଜନତା ପାର୍ଟି 76 ଟି ସିଟ୍ ହାସଲ କରି ଗୋଟିଏରେ ଆଗୁଆ ରହିଥିଲା । 8ଟି ପର୍ଯ୍ୟାୟରେ ଶାସକ ଟିଏମସି ଏବଂ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ