ନୂଆଦିଲ୍ଲୀ: ବିବାଦୀୟ ବୁଲ୍ଲୀ ବାଈ ଆପ ମାଷ୍ଟରମାଇଣ୍ଡର ଆତ୍ମହତ୍ୟା ଉଦ୍ୟମ । ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛି ଗିରଫ ଅଭିଯୁକ୍ତ ନୀରଜ ବିଷ୍ଣୋଇ (Arrested Bulli Bai App Creator Tried To Kill Himself )। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ବୁଲ୍ଲୀ ବାଈ ଆପ୍ ତିଆରି କରି ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ ନୀରଜ ।
ଆଜି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଦିଲ୍ଲୀ ପୋଲିସ ହେପାଜତରେ ଥିବା ନୀରଜ ନିଜକୁ ମାରି ଦେବାକୁ ଧମକ ଦେଇଥିଲା । ପୋଲିସ ତାକୁ ଅଟକାଇବାରେ ସକ୍ଷମ ହୋଇଥିବା ସୂଚନା ଦେଇଛନ୍ତି IFSO ଡିସିପି ସ୍ବତନ୍ତ୍ର ସେଲ୍ କେ.ପି.ଏସ୍ ମଲହୋତ୍ରା । ବୁଲ୍ଲୀ ବାଈ ମାମଲାରେ ନୀରଜକୁ ଅଧିକ ପଚରାଉଚରା ଜାରି ରହିଛି ।
ଗିରଫ ହେବା ପରେ ବୁଲ୍ଲୀ ବାଈ ଆପ ନେଇ ପଚରାଉଚରା ବେଳେ ବଡ ବଡ ଖୁଲାସା କରିଛି ନୀରଜ । ସୁଲ୍ଲି ଡିଲ୍ସ ଆପ୍ ନିର୍ମାତାଙ୍କୁ ସେ ଜାଣିଥିବା କହିଛି । ସୁଲ୍ଲି ଡିଲ୍ ଆପ୍ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିବା ମଧ୍ୟ କହିଛି ନୀରଜ । ସେ ୧୫ ବର୍ଷ ବୟସରୁ ହ୍ୟାକିଂ କରୁଥିବା ଖୁଲାସା କରିଛି । ଅଭିଯୁକ୍ତ ନୀରଜ ଜାପାନ୍ ଆନିମେସନ୍ ଗେମିଂ GIYU ପ୍ରତି ଆଗ୍ରହୀ ଥିଲା । ସେ GIYU ଶବ୍ଦର ବ୍ୟବହାର କରି ବିଭିନ୍ନ ଟୁଇଟର ହ୍ୟାଣ୍ଡେଲ ତିଆରି କରିଥିଲେ । GIYU ଶବ୍ଦକୁ ବ୍ୟବହାର କରି ଏକ ଟ୍ବିଟର ଆକାଉଣ୍ଟ୍ ଖୋଲି ମୁସଲିମ ମହିଳାଙ୍କୁ ଟାର୍ଗେଟ କରିଥିଲା ।
ଘଟଣାର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଗତ ଡିସେମ୍ବର ୬ରେ ଆସାମରୁ ଗିରଫ ହୋଇଥିଲା ନୀରଜ ।