ETV Bharat / bharat

Kanpur Violence: 36 ଅଭିଯୁକ୍ତ ଗିରଫ, ୩ଟି ମାମଲା ରୁଜୁ - କାନପୁର ହିଂସାକାଣ୍ଡକୁ ନେଇ ନାରାଜ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶ କାନପୁର ଠାରେ ଶୁକ୍ରବାର ଘଟିଥିବା ହିଂସାକାଣ୍ଡରେ ପୋଲିସ 36 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Kanpur Violence: ୩୫ ଅଭିଯୁକ୍ତ ଗିରଫ, ୩ଟି FIR ଦାଏର

author img

By

Published : Jun 4, 2022, 11:01 AM IST

Updated : Jun 4, 2022, 11:45 AM IST

ଲକ୍ଷ୍ନୌ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା ବେଳେ କାନପୁରରରେ ହିଂସାକାଣ୍ଡ ଘଟଣା । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ଏଯାବତ୍‌ ୩ଟି FIR ଦାଏର ହୋଇଛି । ଘଟଣାରେ ପୋଲିସ ମୋଟ ୩୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଏହି ୩ଟି ମାମଲା ମଧ୍ୟରୁ ପୋଲିସ ନିଜ ଆଡୁ ୨ଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ୪୦ ଜଣଙ୍କର ପରିଚୟ ମିଳିଥିବା ବେଳେ ୧ ହଜାର ଜଣଙ୍କ ପରିଚୟ ମିଳିନାହିଁ । ତେବେ ଏମାନଙ୍କ ବିରୋଧରେ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି । ଏହି ଘଟଣାକୁ ନେଇ କାନପୁର ପୋଲିସ କମିଶନର ବିଜୟ ମୀନା କହିଛନ୍ତି ଯେ, " ଉତ୍ତେଜନା ସ୍ଥଳରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯିବା ସହିତ କିଛି ସମୟ ବ୍ୟବଧାନରେ ପାଟ୍ରୋଲିଂ କରାଯାଉଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । "

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାନପୁରରେ ଉତ୍ତେଜନା

ତେବେ ସୂଚନା ଥାଉ କି, ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍କିଟ ହାଉସ୍‌ରେ ପହଞ୍ଚିବା ଯୋଜନା ରହିଥିଲା । ଏହାପୂର୍ବରୁ ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ଏକ ସମୁଦାୟ ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଏହାପରେ ସହର ସ୍ଥିତି ବିଗିଡି଼ବା ଆରମ୍ଭ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରେ ପଥର ଫୋପାଡ଼ିଥିଲେ । ଗୋଷ୍ଠୀ ସଂଘର୍ଷରେ ବୋମା ଫୁଟିଥିବା ମଧ୍ୟ ସୂଚନା ମିଳିଛି । ଏହାପରେ ପୁରା ସହରରେ ଉତ୍ତେଜନା ଲାଗି ରହିଥିଲା ।

ଏହି ହିଂସାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ପୋଲିସ ମୁଖ୍ୟଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶୁକ୍ରବାର ବିଳମ୍ବିତ ରାତିରେ ଆଲୋଚନା କରିଥିଲେ । ଏହାସହିତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉତ୍ତେଜନା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ସହ ପାଟ୍ରୋଲିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

Last Updated : Jun 4, 2022, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.