ETV Bharat / bharat

4 ଟିଏମସି ନେତା ଗିରଫ ପରେ CBI କାର୍ଯ୍ୟାଳୟରେ ମମତା

author img

By

Published : May 17, 2021, 12:58 PM IST

Updated : May 17, 2021, 1:20 PM IST

ନାରଦା ଷ୍ଟିଙ୍ଗ ମାମଲାରେ 4 ଜଣ ଟିଏମସି ନେତା ଗିରଫ ହେବା ପରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

4 ଟିଏମସି ନେତା ଗିରଫ ପରେ ସିବିଆଇ କାର୍ଯ୍ୟାଳୟରେ ମମତା

କୋଲକାତା: ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ସୋମବାର ସିବିଆଇ 4 ଟିଏମସି ନେତାଙ୍କୁ ଗିରଫ କରିଛି । ଏହାପରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜାମ ପ୍ୟାଲେସରେ ଥିବା ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ଗିରଫ କରିବା ପାଇଁ କହିଥିବା ସୂଚନା ମିଳିଛି ।

ଘଟଣାର 4 ବର୍ଷ ପରେ ଆକ୍ସନ ମୋଡକୁ ଆସିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଲାଞ୍ଚ ନେବା ଘଟଣାରେ ବିଧାୟକ ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଓ ଅନ୍ୟ ଟିଏମସି ନେତାଙ୍କୁ ସିବିଆଇ ପ୍ରଥମେ ହେପାଜତରେ ନେବା ପରେ ଗିରଫ କରିଛି । ମମତା କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିବା ଫିରହାଦ ହାକିମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି । ତେବେ ତାଙ୍କୁ ବିନା ନୋଟିସରେ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଟିଏମସିର ଏହି ନେତାମାନେ ଗିରଫ ହେବା ପରେ ଟିଏମସି ସମର୍ଥକମାନେ ନିଜାମ ପ୍ୟାଲେସଠାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କ ପତ୍ନୀ, ଅନ୍ୟ ଟିଏମସି ବିଧାୟକମାନେ ନିଜାମ ପ୍ୟାଲେସରେ ଥିବା ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି ନେତାମାନେ ଗିରଫ ହେବା ପରେ ମମତା ତାଙ୍କୁ ଗିରଫ କରିବା ପାଇଁ ଅପିଲ କରିଛନ୍ତି । ଗିରଫ ହୋଇଥିବା ଟିଏମସି ନେତାଙ୍କ ଆଇନଜୀବୀ ମଧ୍ୟ ସିବିଆଇ(CBI) କାର୍ଯ୍ୟାଳୟରେ ପହଞ୍ଚିଥିବା ସୂଚନା ମିଳିଛି । ଅନ୍ୟପଟେ ଶୃଙ୍ଖଳା ଦୃଷ୍ଟିରୁ ନିଜାମ ପ୍ୟାଲେସଠାରେ CRPF ଯବାନଙ୍କୁ ମୁତୟନ କରାଯିବା ସହିତ ବ୍ୟାରିକେଡ ଲଗାଯାଇଥିବା ଦେଖିବାକୁ ମିଳିଛି ।

ତେବେ ସୂଚନା ଥାଉ କି 2014 ରେ ନାରଦା ଲାଞ୍ଚ ମାମଲା ଘଟିଥିବା ବେଳେ ଗିରଫ ହୋଇଥିବା ଚାରିଜଣ ଟିଏମସି ନେତା ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଥିଲେ। ନାରଦା ନ୍ୟୁଜ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରେ ଏହି ନେତମାନେ ଲାଞ୍ଚ ନେଉଥିବାର ଦୃଶ୍ୟ କଏଦ ହୋଇଥିବା ବେଳେ 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ଭିଡିଓକୁ ରିଲିଜ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 17, 2021, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.