ETV Bharat / bharat

ସାମ୍ପ୍ରଦାୟିକ ବିବାଦୀୟ ମନ୍ତବ୍ୟ ମାମଲା: 2 ବର୍ଷରେ ଗିରଫ ହୋଇଛନ୍ତି 4 ହଜାରରୁ ଊର୍ଦ୍ଧ୍ୱ - union home ministry

ସାମ୍ପ୍ରଦାୟିକ ବିବାଦୀୟ ବୟାନ ଦେଇ 2018 ରୁ 20 ମଧ୍ୟରେ ଦେଶରେ ଗିରଫ ହୋଇଛନ୍ତି 4 ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି । ତାଲିକାରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ । ଗୋଆରେ ସର୍ବନିମ୍ନ କାର୍ଯ୍ୟାନୁଷ୍ଠାନ । କିଛି କେନ୍ଦ୍ର ଶାସିତ ଅଞ୍ଚଳରେ ଗିରଫଦାରୀ ଶୂନ୍ୟ । ଅଧିକ ପଢନ୍ତୁ

ସାମ୍ପ୍ରଦାୟିକ ବିବାଦୀୟ ମନ୍ତବ୍ୟ ମାମଲା: 2018 ରୁ 20 ମଧ୍ୟରେ ଗିରଫ ହୋଇଛନ୍ତି 4 ହଜାରରୁ ଉର୍ଦ୍ଧ୍ବ

author img

By

Published : Aug 2, 2022, 7:11 PM IST

ନୂଆଦିଲ୍ଲୀ: ଦେଶରେ ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବା ଓ ହିଂସା ସୃଷ୍ଟି କରିବା ପରି ବିବାଦୀୟ ବୟାନ ଦେବା ଅଭିଯୋଗରେ 2018-20, ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ଗିରଫ ହୋଇଛନ୍ତି 4,794 ଅଭିଯୁକ୍ତ । ସାଂସଦଙ୍କ ଏକ ପ୍ରଶ୍ନରେ ଲୋକସଭାରେ ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଆଜି (ମଙ୍ଗଳବାର) ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ପ୍ରଶ୍ନରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ରାୟ କହିଛନ୍ତି, ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ପଞ୍ଜୀକୃତ ତଥ୍ୟ ଅନୁସାରେ, ସମଗ୍ର ଦେଶରେ 2018 ମସିହାରେ 1,716 ଜଣ, 2019 ମସିହାରେ 1,315 ଜଣ ଓ 1,763 ଅଭିଯୁକ୍ତ 2020 ମସିହାରେ ଗିରଫ ହୋଇଛନ୍ତି । 28 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଉତ୍ତର ପ୍ରଦେଶରେ ଏହି ସଂକ୍ରାନ୍ତୀୟ ସର୍ବାଧିକ ଗିରଫଦାରୀ ହୋଇଛି ।

କେବଳ ଉତ୍ତର ପ୍ରଦେଶରେ ଉକ୍ତ 3 ବର୍ଷରେ ପୋଲିସ ମୋଟ 628 ଟି ମାମଲା ପଞ୍ଜୀକୃତ ହୋଇଛି । ସେହିପରି କାର୍ଯ୍ୟାନୁଷ୍ଠାନ ତାଲିକାରେ 613 ଟି ମାମଲା ସହ ତାମିଲନାଡୁ ଦ୍ବିତୀୟ ସ୍ଥାନରେ, ତୃତୀୟ ରାଜ୍ୟ ଭାବେ କେରଳରେ 552 ଟି ମାମଲା ଓ ତା ପଛକୁ 387 ଟି ମାମଲା ସହ ଆନ୍ଧ୍ର ପ୍ରଦେଶ 4ର୍ଥ ସ୍ଥାନରେ ରହିଛି ।

ଅନ୍ୟପଟେ ସରକାରୀ ତଥ୍ୟକୁ ଆନୁପାତିକ ଭାବେ ବଶ୍ଳେଷଣ କଲେ, ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଏହି ସଂଖ୍ୟା ଅପେକ୍ଷାକୃତ କମ ରହିଛି । ଆସାମରେ 351 ଗିରଫଦାରୀ, ମଣିପୁରରେ ମାତ୍ର 23 ଗିରଫଦାରୀ ପଞ୍ଜୀକୃତ ହୋଇଛି । ସେହିପରି ତେଲେଙ୍ଗାନା, ଗୁଜୁରାଟ ଓ ରାଜସ୍ଥାନରେ ମଧ୍ୟ ଏହି ସମ୍ପର୍କିତ ମାମଲାର ସଂଖ୍ୟା ଅଧିକ ରହିଛି । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ବିଶ୍ବରେ ସ୍ଥାନ ପାଇଥିବା ଦକ୍ଷିଣ ରାଜ୍ୟ ଗୋଆରେ ଏହି ସମ୍ପର୍କିତ ମାମଲାରେ ମାତ୍ର 2 ଜଣ ଗିରଫ ହୋଇଛନ୍ତି ।

ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ମାତ୍ର 34 ଓ ଜମ୍ମୁ କାଶ୍ମୀରରେ 31 ଜଣ ଗିରଫ କରାଯାଇଛି । ଲଦାଖ, ପୁଡୁଚେରୀ, ଲାକ୍ଷାଦ୍ବୀପ, ଚଣ୍ଡିଗଡ ପରି କେନ୍ଦ୍ର ଶାସିତ ଅଞ୍ଚଳରେ ଗିରଫଦାରୀ ସଂଖ୍ୟା ଶୂନ୍ୟ ରହିଛି । ଆଜି ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ଯ ଜାତୀୟ କ୍ରାଇମ ରୋକର୍ଡ ବ୍ୟୁରୋର ପଞ୍ଜୀକୃତ ତଥ୍ୟରୁ ସଂଗୃହୀତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.