ETV Bharat / bharat

ପାକିସ୍ତାନ ଲଞ୍ଚିଂ ପ୍ୟାଡରେ 300 ଆତଙ୍କବାଦୀ ଲୁଚି ରହିଛନ୍ତି: କାଶ୍ମୀର ଆଇଜି - cease fire

ଜମ୍ମୁ ଓ କାଶ୍ମୀର ପାକିସ୍ତାନର ସୀମା ନିଟକସ୍ଥ ଲଞ୍ଚିଂ ପ୍ୟାଡ ନିକଟରେ ପ୍ରାୟ 250ରୁ 3ଶହ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହାକୁ ନେଇ ସୀମା ସୁରକ୍ଷା ବଳ ସଜାଗ ରହିଛନ୍ତି। କାଶ୍ମୀର ଆଇଜି ରାଜେଶ୍ ମିଶ୍ରା ଏହାକୁ ନେଇ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ପାକିସ୍ତାନ ସୀମା ଲଞ୍ଚିଂ ପ୍ୟାଡରେ 3ଶହ ଆତଙ୍କବାଦୀ ଲୁଚି ରହିଛନ୍ତି: କାଶ୍ମୀର ଆଇଜି

author img

By

Published : Nov 16, 2020, 5:42 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପାକିସ୍ତାନର ସୀମା ନିକଟସ୍ଥ ଲଞ୍ଚିଂ ପ୍ୟାଡ ନିକଟରେ ପ୍ରାୟ 250ରୁ 3ଶହ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହାକୁ ନେଇ ସୀମା ସୁରକ୍ଷା ବଳ ସଜାଗ ରହିଛନ୍ତି। ଏହି ଆତଙ୍କବାଦୀମାନେ ବାରମ୍ବାର ଭାରତ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତେବେ ସେମାନଙ୍କୁ ଉଚିତ ଜବାବ ଦେଇଛି ସୁରକ୍ଷା ବାହିନୀ। କାଶ୍ମୀର ଆଇଜି ରାଜେଶ୍ ମିଶ୍ରା ଏହାକୁ ନେଇ ସୂଚନା ଦେଇଛନ୍ତି ।

ଏକ ସାକ୍ଷାତକାରରେ କାଶ୍ମୀର ଆଇଜି ରାଜେଶ୍ ମିଶ୍ରା କହିଛନ୍ତି ଯେ,"ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିବା ବେଳେ କେତେକ ଗୁରୁତର ଆହତ ହୋଇଛନ୍ତି । ଏହାସହ ସେମାନଙ୍କ ବହୁ ଲୋକଙ୍କ ଧନସମ୍ପତ୍ତି ନଷ୍ଟ ହୋଇଛି। ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଅନ୍ତର୍ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯିବ। ଲୁଚି ରହିଥିବା ଆତଙ୍କବାଦୀଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ନଜର ରଖିଛି। ସମସ୍ତ ପରିସ୍ଥିତିରେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦିଆଯିବ। "

ନଭେମ୍ବର 13 ତାରିଖରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଗୁଳି ବିନିମୟ ବେଳେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଉରୀ ସେକ୍ଟରରେ 2 ଜଣ ଯବାନ ଶହୀଦ ହୋଇଥିବା ବେଳେ ଗୁରେଜ ସେକ୍ଟରରେ ଜଣେ ଯବାନ ଶହୀଦ ହୋଇଥିଲେ। ପାଲଟା ଜବାବରେ ମଧ୍ୟ 11 ଜଣ ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ସୂଚନା ମଳିଥିଲା। ଆତଙ୍କବାଦୀମାନେ ଭାରତୀୟ ସୀମାକୁ ପ୍ରବେଶ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ। ତେବେ ଭାରତୀୟ ଯବାନଙ୍କ ଆଗରେ ଏସବୁ ଫେଲ ମାରିଥିଲା। ଏହାସହ ସୁରକ୍ଷାକର୍ମୀମାନେ ପାକିସ୍ତାନର ଏକାଧିକ ବଙ୍କରକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.