କୋଲକାତା : ଦିନ କେଇଟା ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଗଡ ହାତେଇବା ପାଇଁ ପ୍ରତିଦିନ ଜମୁଛି ହେବିଓ୍ବେଟଙ୍କ ଭିଡ । ବିଜେପି ଓ ଟିଏମସି ମଧ୍ୟରେ ଏଥର ହେବ ଜୋରଦାର ଲଢେଇ । ହେଲେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦକ୍ଷିଣ 24 ପରଗାନା ଜିଲ୍ଲାର ଭଙ୍ଗର ଅଞ୍ଚଳରୁ 200ଟି ଅଫୁଟା ବୋମା ଜବତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ବୋମାକୁ ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ତେବେ, ନିର୍ବାଚନୀ ସମୟରେ ଗୋଟିଏ ସ୍ଥାନରେ ବହୁଳ ମାତ୍ରାରେ ବୋମା କିଏ ବୋମା ଖଞ୍ଜିଥିଲା ସେନେଇ ଛାନଭିନ ଜାରି ରଖିଛି ପୋଲିସ । ବେଙ୍ଗଲରେ ମାର୍ଚ୍ଚ 27ରେ ବିଧାନସଭା ନିର୍ବାଚନ । 8ଟି ପର୍ଯ୍ୟାୟରେ ହେବ ନିର୍ବାଚନ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ