ETV Bharat / bharat

ବିଜେପିକୁ ଝଟକା, ହଜମ ହେଉନି ବାବୁଲଙ୍କ ପରାଜୟ ! - Babul Supriyo

ଟାଲିଗଞ୍ଜ ଆସନରୁ ବିଜେପି ପାଇଁ ରହିଛି ଖରାପ ଖବର । ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ପାଖାପାଖି 29 ହଜାର ଆସନରେ ପଛରେ ରହିଛନ୍ତି । ଅଧିକ ପଢନ୍ତୁ...

ବିଜେପିକୁ ଝଟକା, ହଜମ ହେଉନି ବାବୁଲଙ୍କ ପରାଜୟ !

author img

By

Published : May 2, 2021, 1:39 PM IST

କୋଲକାତା: ଅଧୁରା ରହିପାରେ ବଙ୍ଗ ରଣରେ ବିଜେପିର ବିଜୟ ଦାବି । 292 ଆସନରେ ଜାରି ରହିଛି ମତଦାନ । ଏକ୍‌ଜିଟ ପୋଲରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ଟକ୍କରର ଅନୁମାନ କରାଯାଇଥିବାବେଳେ ବର୍ତ୍ତମାନ ଟିଏମସି ଏକପାଖିଆ ବିଜୟ ଲକ୍ଷରେ ଆଗକୁ ବଢୁଛି । ତେବେ ଏହାରି ମଧ୍ୟରେ ଟାଲିଗଞ୍ଜ ଆସନରୁ ବିଜେପି ପାଇଁ ରହିଛି ଖରାପ ଖବର ।

ଟାଲିଗଞ୍ଜ ଆସନରେ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିଓ ପାଖାପାଖି 29 ହଜାର ଆସନରେ ପଛରେ ରହିଛନ୍ତି । ଏଭଳିସ୍ଥିତିରେ ଟାଲିଗଞ୍ଜରୁ ବାବୁଲଙ୍କ ପରାଜୟ ଏକ ପ୍ରକାର ନିଶ୍ଚିତ ।

ମତଗଣନାର ସ୍ଥିତିକୁ ନେଇ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ବର୍ତ୍ତମାନ କୌଣସି ଆକଳନ କରିବା ସମ୍ଭବ ନୁହେଁ । ସେ କହିଛନ୍ତି, ବାବୁଲ ସୁପ୍ରିଓ ପଛରେ ରହିବେ ଏହାର ଅନୁମାନ ନଥିଲା । ତେବେ ବାବୁଲଙ୍କ ପରାଜୟକୁ ସହଜରେ ହଜମ କରିପାରୁନି ବିଜେପି । କେବଳ ବାବୁଲ ନୁହେଁ, ବିଜେପିର ଲକେଟ ଚାଟାର୍ଜୀ ଓ ସ୍ବପନ ଦାସଗୁପ୍ତା ମଧ୍ୟ ପଛରେ ରହିଥିବା ଦଳ ପାଇଁ ବଡ କ୍ଷତି କୁହାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.