ETV Bharat / bharat

ବଦଳିବ ସେନା ୟୁନିଫର୍ମ, ବ୍ୟବହାର ହେବ ଡିଜିଟାଲ ପ୍ରତିରୋଧୀ ପୋଷାକ - ଭାରତୀୟ ସେନା ଅପଡେଟ

ଭାରତୀୟ ସେନାକୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଡ୍ରେସକୋଡ । ଜଳବାୟୁ ଅନୁକୂଳ ସହ ରହିବ ଡିଜିଟାଲ ପ୍ରତିରୋଧୀ କ୍ଷମତା । ଆସନ୍ତା ବର୍ଷ ହେବ ଲାଗୁ । ଅଧିକ ପଢନ୍ତୁ

ବଦଳିବ ସେନା ଡ୍ରେସକୋଡ, ବ୍ୟବହାର ହେବ ଡିଜିଟାଲ ପ୍ରତିରୋଧୀ ପୋଷାକ

author img

By

Published : Dec 2, 2021, 8:36 PM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ନିଜ ୟୁନିଫର୍ମ ବଦଳାଇବ ଭାରତୀୟ ସେନା । ନିଜ ଅଧିକାରୀ ଓ ସେନା କର୍ମଚାରୀଙ୍କ ପାଇଁ ହାଲୁକା ଏବଂ ଅଧିକ ଜଳବାୟୁ ଅନୁକୂଳ ଯୁଦ୍ଧ ୟୁନିଫର୍ମ ବ୍ୟବହାର କରିବା ଦିଗରେ ନିଷ୍ପତ୍ତି ନେଇଛି ଭାରତୀୟ ସେନା । ଏହି ନୂଆ ୟୁନିଫର୍ମ ଆସନ୍ତାବର୍ଷ ଠାରୁ ଲାଗୁ ହେବା ନେଇ ସେନା ପକ୍ଷରୁ ସୂଚନା ମିଳିଛି ।

ନୂତନ ଭାବେ ପ୍ରସ୍ତୁତ ହେବାକୁ ଥିବା ୟୁନିଫର୍ମ ଡିଜିଟାଲ ପ୍ରତିରୋଧକାରୀ ଢାଞ୍ଚା ସହ ବିକଶିତ ହେବ । ଏହାକୁ ଜାନୁଆରୀ 15ରେ ସେନା ଦିବସ ପରେଡରେ ପ୍ରଦର୍ଶିତ କରାଯିବ । ବିଭିନ୍ନ ବିକଶିତ ଦେଶର ସାମରିକ ପୋଷାକର ଗୁଣବତ୍ତା ଓ ସ୍ଥାୟିତ୍ବର ବିଶ୍ଳେଷଣ ପରେ ଭାରତୀୟ ସେନା ପାଇଁ ଏହି ନୂତନ ଯୁଦ୍ଧ ୟୁନିଫର୍ମ ଚୂଡାନ୍ତ ହୋଇଛି ।

ଉଭୟ ଗ୍ରୀଷ୍ମ ଏବଂ ଶୀତରେ ନୂତନ ୟୁନିଫର୍ମ ଅଧିକ ସ୍ଥାୟୀ ଏବଂ ଆରାମଦାୟକ ହେବ, ଯାହା ପ୍ରତିକୂଳ ପରିବେଶରେ ମଧ୍ୟ ଯବାନଙ୍କୁ କାର୍ଯ୍ୟ କରିବାର ଅନୁକୂଳତା ପ୍ରଦାନ କରିବ । ଏହି ନୂଆ ୟୁନିଫର୍ମରେ ଅଲିଭ୍ ଏବଂ ମାଟି ରଙ୍ଗର ମିଶ୍ରିତ ରଙ୍ଗର ହେବ । ସୈନ୍ୟବାହିନୀର ନିୟୋଜନ କ୍ଷେତ୍ର ଏବଂ ସେମାନେ କାର୍ଯ୍ୟ କରୁଥିବା ଜଳବାୟୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି ବୋଲି ସେନା କହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.