ETV Bharat / bharat

Arunanchal Pradesh avalanche: ତେଜପୁର ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିଲା ୭ ଶହୀଦଙ୍କ ପ୍ରାର୍ଥୀବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲା ସେନା

author img

By

Published : Feb 12, 2022, 3:56 PM IST

ଅରୁଣାଚଳ ପ୍ରଦେଶ ହିମସ୍ଖଳନରେ ଫସି ଶହୀଦ ହୋଇଥିବା ୭ ଯବାନଙ୍କ ପ୍ରାର୍ଥୀବ ଶରୀର ଆସାମର ତେଜପୁର ବାୟୁସେନା ଘାଟିକୁ ଅଣାଯାଇଛି । ଶ୍ରଦ୍ଧାଞ୍ଜଳି ଦେଲା ସେନା । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ହିମସ୍ଖଳନ ଯୋଗୁଁ ଶହୀଦ ହୋଇଥିଲେ ୭ ଯବାନ । ଅଧିକ ପଢନ୍ତୁ

Arunanchal Pradesh avalanche: ୭ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ସେନା

ଗୌହାଟୀ: ଅରୁଣାଚଳ ପ୍ରଦେଶରେ ପୋଟ୍ରୋଲିଂ ବେଳେ ହୀମ ସ୍ଖଳନରେ ଫସି ଶହୀଦ ହୋଇଥିବା ୭ ଯବାନଙ୍କ ମୃତଦେହ ଆଜି (ଶନିବାର) ଆସାମର ତେଜପୁର ବାୟୁସେନା ଷ୍ଟେସନରେ ପହଞ୍ଚିଛି । ସେଠାରେ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । କମାଣ୍ଡିିଂ ଅଧିକାରୀ ଗିରିରାଜ କପ୍ସ, ଲେଫନାଣ୍ଟ ଜେନେରାଲ ରବୀଣ ଖୋସଲାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ସେନାଧିକାରୀ ଏୟାର ଫୋର୍ସ ଷ୍ଟେସନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ସମସ୍ତ ଶହୀଦଙ୍କ ପ୍ରାର୍ଥୀବ ଶରୀର ସେମାନଙ୍କ ନିଜ ରାଜ୍ୟକୁ ପଠାଯିବ ।

ସୂଚନା ଅନୁସାରେ, ଫେବୃଆରୀ 6 ତାରିଖରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ଏହି ଅଘଟଣ ଘଟିଥିଲା । ପାଟ୍ରୋଲିଂ ବେଳେ ହୀମ ସ୍ଖଳନ ଓ ଅତ୍ୟଧିକ ପ୍ରତିକୂଳ ପାଗ ପାଇଁ ଯବାନମାନେ କ୍ୟାମ୍ପକୁ ଫେରି ନପାରି ଫସି ରହିଥିଲେ । ପରେ ସେମାନଙ୍କ ସହ ବେସ କ୍ୟାମ୍ପର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥିଲା ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସେନା ଓ ବାୟୁସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରତିକୂଳ ପାଗ ସତ୍ତ୍ବେ ଲମ୍ବା ସମୟର ସର୍ଚ୍ଚ ଅପରେସନ ପରେ ପ୍ରାୟ 14,500 ଫୁଟ ଉଚ୍ଚତାରେ ସମସ୍ତ ଯବାନଙ୍କ ପ୍ରାର୍ଥିବ ଶରୀର ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ଉଭୟ ବାହିନୀର ଉଦ୍ଧାରକାରୀ ଟିମ । ଆଜି ସମସ୍ତ ଶହୀଦ ଯବାନଙ୍କ ପ୍ରାର୍ଥିବ ଶରୀରକୁ ତେଜପୁରସ୍ଥିତ ବାୟୁସେନା ଘାଟିକୁ ଅଣାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.