ETV Bharat / bharat

Assam: ନାବାଳିକା ସହାୟିକାକୁ ଅମାନବୀୟ ନିର୍ଯାତନା, ସେନାଧିକାରୀ ଓ ପତ୍ନୀ ଗିରଫ

author img

By ETV Bharat Odisha Team

Published : Sep 27, 2023, 11:05 PM IST

ଆସାମରେ ସେନାଧିକାରୀ ଓ ପତ୍ନୀଙ୍କ ବର୍ବର କାଣ୍ଡ । ଆଦିବାସୀ ନାବାଳିକା ଘରୋଇ ସହାୟିକାଙ୍କୁ ଅମାନବୀୟ ନିର୍ଯାତନା । ଉଭୟଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

Assam: ନାବାଳିକା ଘରୋଇ ସହାୟିକାଙ୍କୁ ଅମାନବୀୟ ନିର୍ଯାତନା, ସେନାଧିକାରୀ ଓ ପତ୍ନୀଙ୍କୁ ବାନ୍ଧିଲା ପୋଲିସ୍‌

ଗୌହାଟୀ: ଘରୋଇ କାର୍ଯ୍ୟରେ ନିୟୋଜିତ ଜଣେ ଆଦିବାସୀ ନାବାଳିକାକୁ ଅମାନବୀୟ ନିର୍ଯାତନା ଦେଇଛନ୍ତି ସେନାର ଜଣେ ବରିଷ୍ଠ ଅଧିକାରୀ ଓ ତାଙ୍କ ସ୍ତ୍ରୀ । ନାବାଳିକାଙ୍କ ଦେହରେ ଚେଙ୍କ ଦେବା ସହ, ମାଡ ମାରି ଦାନ୍ତ ମଧ୍ୟ ଭାଙ୍ଗି ଦେଇଛନ୍ତି । ଅକଥନୀୟ ଅତ୍ୟାଚାରର ଶିକାର ହୋଇ ଏବେ ନାବାଳିକା ପୀଡିତା ଜଣକ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ସୂଚନା ପାଇ ପୋଲିସ ସମ୍ପୃକ୍ତ ସେନାଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଗିରଫ ମଧ୍ୟ କରିଛି । ଏପରି ଏକ ଅଭାବନୀୟ ଘଟଣା ଆସାମର ଡିମା ହାସଓ ଅଞ୍ଚଳରୁ ସାମ୍ନାକୁ ଆସିଛି ।

ଏହି 17 ବର୍ଷୀୟା ନାବାଳିକାଜଣକ ଆସାମର ଡିମା ହାସଓ ଭାରତୀୟ ସେନାରେ କାର୍ଯ୍ୟରତ ମେଜର ଏସ.କେ ଯାଦବଙ୍କ ଘରେ ଜଣେ ସହାୟିକା ଭାବେ କାମ କରୁଥିଲେ । ମେଜର ଯାଦବ ଓ ତାଙ୍କ ପତ୍ନୀ କିମି ରାଲସୁନ ଏହି ନାବାଳିକାଙ୍କୁ ନିୟମିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ତେବେ ନିକଟରେ ଏହି ସେନା ଅଧିକାରୀ ଦମ୍ପତିଙ୍କର ବର୍ବରତା ସମସ୍ତ ସୀମା ଟପିଯାଇଥିଲା । ଉଭୟ ନାବାଳିକାଙ୍କୁ ମାଡ ମାରିବା ସହ ତାଙ୍କ ଶରୀରରେ ଚେଙ୍କ ମଧ୍ୟ ଦେଇଥିଲେ । ଏପରିକି ମାଡ ମାରି ଦାନ୍ତ ମଧ୍ୟ ଭାଙ୍ଗି ଦେଇଥିଲେ । ଏଥିରେ ନାବାଳିକା ଜଣକ ଗୁରୁତର ହୋଇଥିଲେ । ଚଳିତ ମାସ ଆରମ୍ଭରେ ତାଙ୍କୁ କାମ କରିବାକୁ ମନା କରିବା ସହ ଏହି ଏହି ଦମ୍ପତି ନାବାଳିକାକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଦେଇଥିଲେ । ସେତେବେଳେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା ।

ହେଲେ ସେହି ସମୟରେ ନାବାଳିକାର ପରିବାର ସଦସ୍ୟ ପୋଲିସରେ ସେନା ଦମ୍ପତିଙ୍କ ବିରୋଧରେ କୌଣସି ଅଭିଯୋଗ କରିନଥିଲେ । ଚଳିତ 24 ତାରିଖରେ ନାବାଳିକାଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ପୋଲିସକୁ ମିଳିଥିଲା । ପୋଲିସ ପ୍ରାଥମିତ ତଦନ୍ତ ପରେ ସେନା ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କ ଅମାନବୀୟ ନିର୍ଯାତନା ସମ୍ପର୍କରେ ଜାଣିବାକୁ ପାଇଥିଲା । ପରେ ଦମ୍ପତିଙ୍କ ବିରୋଧରେ ଏକାଧିକ ଆକ୍ଟରେ ମାମଲା ରୁଜୁ ହେବା ସହ 25 ତାରିଖରେ ଉଭୟଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ପୋଲିସ ଅଧୀକ୍ଷକ ମୟଙ୍କ କୁମାର କହିଛନ୍ତି । ପୋକ୍ସୋ ଆକ୍ଟ ସମେତ ଏକାଧିକ କିଛି ସଙ୍ଗୀନ ଦଫାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ : -ଗୟାରେ RLJP ନେତାଙ୍କୁ ଗୁଳି କରି ହତ୍ୟା

ସ୍ଥାନୀୟ ଏସପି ମୟଙ୍କ କୁମାରଙ୍କ ସୂଚନା ଅନୁସାରେ, ମେଜରଙ୍କ ପତ୍ନୀ ହାଫଲଙ୍ଗ (ଆସାମ) ମୂଳ ବାସିନ୍ଦା । ସେନାଧିକାରୀ ଏସ.କେ ଯାଦବ ସେଠାରେ ପୋଷ୍ଟିଂ ହୋଇଥିବା ବେଳେ ଉଭୟଙ୍କ ବିବାହ ହୋଇଥିଲା । ଏହି ଦମ୍ପତି ଦୁଇ ବର୍ଷ ପୂର୍ବେ ହିମାଚଳ ପ୍ରଦେଶର ପାଲାମପୁରରୁ କୁକି ସମ୍ପ୍ରଦାୟର ଏହି ନାବାଳିକାଙ୍କୁ ଘରୋଇ ସହାୟିକା ଭାବେ ରଖିଥିଲେ । ସେନାଧିକାରୀ ବଦଳି ହୋଇ ଆସମ ଆସିବା ପରେ ଏହିନାବାଳିକାକୁ ମଧ୍ୟ ସାଙ୍ଗରେ ଆଣିଥିଲେ । ହେଲେ ବିଭିନ୍ନ କାରଣରୁ ଉଭୟ ଏହି ନାବାଳିକାକୁ ଅମାନବୀୟ ନିର୍ଯାତନା ଦେଇ ଆସୁଥିଲେ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.