ETV Bharat / bharat

ମିଳିଲେ କୁଲଗାମରୁ ନିଖୋଜ ହୋଇଯାଇଥିବା ଯବାନ - କୁଲଗାମରୁ ନିଖୋଜ ଯବାନ ଉଦ୍ଧାର

ଛୁଟିରେ ଥିବାବେଳେ କୁଲଗାମରୁ ନିଖୋଜ ହୋଇଯାଇଥିବା ୨୫ ବର୍ଷୀୟ ଯବାନଙ୍କ ମିଳିଲା ପତ୍ତା । ଗତ ଶନିବାର ସନ୍ଧ୍ୟାରୁ ନିଖୋଜ ଥିଲେ । ଅଧିକ ପଢନ୍ତୁ

କୁଲଗାମରୁ ନିଖୋଜ ଯବାନ ଉଦ୍ଧାର
କୁଲଗାମରୁ ନିଖୋଜ ଯବାନ ଉଦ୍ଧାର
author img

By

Published : Aug 4, 2023, 10:11 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନାର ଯବାନଙ୍କ ପତ୍ତା ମିଳିଛି । ୫ ଦିନର ଖୋଜାଖୋଜି ପରେ ୨୫ ବର୍ଷୀୟ ଯବାନ ଜାଭେଦ ଅହମ୍ମଦ ୱାନିଙ୍କୁ କୁଲଗାମ ପୋଲିସ ଉଦ୍ଧାର କରିଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ପ୍ରଥମେ ଯବାନଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ମିଳିତ ଭାବେ ଜେରା କରାଯିବ । ତେବେ ୱାନି କେଉଁଠି ଥିଲେ, ତାଙ୍କୁ କେହି ଅପହରଣ କରିନେଇ ଥିଲେ କି ! ସେନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ।

ସୂଚନା ଅନୁଯାୟୀ, ଲଦାଖରେ ପୋଷ୍ଟିଂ ହୋଇଥିବା ଜାଭେଦ ଅହମ୍ମଦ ୱାନି ଛୁଟିରେ ଘରକୁ ଆସିଥିବା ବେଳେ ନିଖୋଜ ହୋଇଯାଇ ଥିଲେ । ଗତ ଶନିବାର ସନ୍ଧ୍ୟାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକଙ୍କ କହିବା ଅନୁସାରେ, ସେ ସନ୍ଧ୍ୟାରେ ଗ୍ରୋସରୀ ଆଣିବାକୁ ଚୋୱଲଗାମକୁ କାର୍ ନେଇଯାଇଥିଲେ । ହେଲେ ଆଉ ଫେରିନଥିଲେ । ବହୁ ଖୋଜାଖୋଜି ପରେ ପରାନହଲ ଅଞ୍ଚଳରୁ ତାଙ୍କର କାର୍ ମିଳିଥିଲା । କାରରେ ରକ୍ତ ଛିଟା ସହ ଯବାନଙ୍କ ହଳେ ଚପଲ ପଡିଥିବା ଦେଖାଯାଇଥିଲା । ଏହାପରେ ତାଙ୍କୁ ଖୋଜିବାକୁ ସୁରକ୍ଷା ବାହିନୀ ବ୍ୟାପକ ସର୍ଚ୍ଚ ଅପେରସନ ଚଳାଇଥିଲା ।

ଏହାମଧ୍ୟ ପଢନ୍ତୁ: କୁଲଗାମରେ ଯବାନ ନିଖୋଜ, କାର୍ ଭିତରେ ପଡିଛି ରକ୍ତ ଛିଟା

ଆତଙ୍କବାଦୀମାନେ ୱାନିଙ୍କୁ ଅପହରଣ କରିନେଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ତାଙ୍କ ମାଆଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କାନ୍ଦି କାନ୍ଦି ପୁଅକୁ ଛାଡି ଦେବାକୁ ନିବେଦନ କରିଥିଲେ । ଅପହରଣକାରୀ ଯଦି ସେମାନେ ଚାହିଁବେ ତାହାଲେ ସେ ପୁଅକୁ ଆଉ ଚାକିରି କରିବାକୁ ପଠେଇବେନି ବୋଲି ୱାନିଙ୍କ ବାପା କହିଥିଲେ । ଇତିମଧ୍ୟରେ ଗୁରୁବାର ଦିନ କୁଲଗାମ ପୋଲିସ ନିଖୋଜ ଯବାନଙ୍କୁ ଉଦ୍ଧାର କରିଛି । ତେବେ ତାଙ୍କୁ କାର୍‌ରୁ କେହି ଅପହରଣ କରି ନିଆଯାଇଥିବା କିଛି ରିପୋର୍ଟରେ କୁହାଯାଇଥିବା ବେଳେ ଏ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି ।

ଗତବର୍ଷ ଏଭଳି ସମାନ ଘଟଣା ଘଟିଥିଲା । ସମୀର ଅହମ୍ମଦ ମାଲ୍ଲା ନାକ ଜଣେ ଯବାନ ନିଖୋଜ ହୋଇଯାଇଥିବା ବେଳେ ସେଣ୍ଟ୍ରାଲ କାଶ୍ମୀରର ବୁଡଗାମରୁ ତାଙ୍କ ମୃତଦେହ ମିଳିଥିଲା । ଆତଙ୍କୀ ସଂଗଠନ ଲସ୍କର ଏ ତୋଏବା ଯବାନଙ୍କୁ ଅପହରଣ କରି ହତ୍ୟା କରିଥିଲା । ଏନେଇ ଯବାନଙ୍କ ମାଆଙ୍କ ପାଖକୁ ଆତଙ୍କୀ ସଂଗଠନର ଗୋଟିଏ କଲ୍ ଆସିଥିଲା । ତଦନ୍ତରୁ ଜଣାପଡିଲା ଯେ, ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ସମୀରଙ୍କୁ ଡକାଇ ଥିଲେ, ଯିଏକି ଗୋଟିଏ ବ୍ୟାନ ସଂଗଠନ ପାଇଁ କାମ କରୁଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.