ETV Bharat / bharat

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ ଯବାନ, 10 ବର୍ଷ ଦଣ୍ଡାଦେଶ ଦେଲା ସୈନ୍ୟ ଅଦାଲତ

author img

By

Published : Jul 23, 2023, 10:43 PM IST

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ ଭାରତୀୟ ଯବାନ । ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ସହ ଥିଲା ଗୁପ୍ତ ସମ୍ପର୍କ । 10 ବର୍ଷ ଦଣ୍ଡାଦେଶ ଦେଲା ସୈନ୍ୟ ଅଦାଲତ । ଅଧିକ ପଢନ୍ତୁ

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ ଯବାନ, 10 ବର୍ଷ ଦଣ୍ଡାଦେଶ ଦେଲା ସନୈ ଅଦାଲତ

ନୂଆଦିଲ୍ଲୀ: ଦେଶ ବିରୋଧୀ କାର୍ଯ୍ୟ କରି ଜଣେ ସେନା ଯବାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନକୁ ଭାରତର ସୀମା ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇଥିଲେ ଏହି ଯବାନ । ଅଭିଯୋଗ ଆସିବା ପରେ ଭାରତୀୟ ସେନା କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଇଥିଲା । ଆଜି ସୈନ୍ୟ ଅଦାଲତ ଏହି ଯବାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 10 ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଜଣେ ବରିଷ୍ଠ ମହିଳା ସେନାଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲ ଏହି ମାମଲାର ଶୁଣାଣି କରି ଯବାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 10 ବର୍ଷ 10 ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଯବାନଜଣଙ୍କ ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସରେ କାର୍ଯ୍ୟରତ ଥିବା ଜଣେ ପାକ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ । ସେ ସମ୍ପୃକ୍ତ ବିଦେଶୀ ଅଧିକାରୀଙ୍କୁ ଭାରତର ଉତ୍ତର ସୀମା ସମ୍ପର୍କିତ ଏକାଧିକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡିଥିଲା । କେବଳ ସୀମା ସମ୍ପର୍କିତ ତଥ୍ୟ ନୁହେଁ ବରଂ ଲକ୍‌ଡାଉନ ଅନୁପାଳନ କରିବା ସମୟରେ ଭାରତୀୟ ସେନାର ପାଟ୍ରୋଲିଂ ପାଇଁ ବ୍ୟବହାର କରାଯାଉଥିବା ଗାଡିଗୁଡିକର ତଥ୍ୟ ମଧ୍ୟ ଏହି ଯବାନଜଣଙ୍କ ପଡୋଶୀ ଶତ୍ରୁ ଦେଶର ଅଧିକାରୀଙ୍କୁ ଯୋଗାଇଥିଲେ ।

ଅଭିଯୋଗ ସମ୍ପର୍କରେ ଜଣାପଡିବା ପରେ ସେନା କୋର୍ଟ ଅଫ ଇନକ୍ଯୁରୀ ନିର୍ଦ୍ଦେଶ ଦେଇଥିଲା । ଆଜି ଜଣେ ବରିଷ୍ଠ ମହିଳା ସେନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲ ଯବାନଙ୍କୁ ଦୋଷୀ ସ୍ବାବ୍ୟସ୍ତ କରିବା ସହ 10 ବର୍ଷ 10 ମାସ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅନ୍ୟପଟେ ଏହି ଗୁପ୍ତଚରଗିରି ଘଟଣା ନେଇ ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ମଧ୍ୟ ନୋଟିସ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ପାକିସ୍ତାନୀ ମହିଳାଙ୍କ ସହ କ୍ରିକେଟ ମ୍ୟାଚ ଦେଖିଛନ୍ତି, ବାର୍‌ରେ ନାଚିଛନ୍ତି ଗିରଫ DRDO ବୈଜ୍ଞାନିକ

କିଛି ଦିନ ତଳେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)ର ଲ୍ୟାବ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିବା ବରିଷ୍ଠ ପ୍ରତିରକ୍ଷା ବୈଜ୍ଞାନିକ ପ୍ରଦୀପ କୁରୁଲକର ମଧ୍ୟ ଜଣେ ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇଥିବା ଜଣାପଡିଥିଲା । ସେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପୃକ୍ତ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିବା ପରେ ମୁମ୍ବାଇ ଏଟିଏସ୍‌ ତାଙ୍କୁ ଗିରଫ କରିଥିଲା । ସେ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ ଓ ‘ଅଗ୍ନି’ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପୃକ୍ତ ମହିଳା ISI ଏଜେଣ୍ଟଙ୍କୁ ପଠାଇ ସାରିଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲା । କେବଳ ସୋସିଆଲ ମିଡିଆ ନୁହେଁ ବରଂ ଉଭୟ ପ୍ରତ୍ୟେକ୍ଷ ସାକ୍ଷତ କରିଥିବା ଓ ସମୟ କାଟିଥିବା ଜଣାପଡିଥିଲା । ଏହି ଗିରଫ ବୈଜ୍ଞାନିକ ଏକ ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.