ETV Bharat / bharat

Army Chief on LAC: ଏଲଏସିରେ ସ୍ଥିତି ସ୍ଥିର, ଯୋଶୀମଠରେ ୨୫ରୁ ଊର୍ଦ୍ଧ୍ୱ ସେନା କ୍ୟାମ୍ପରେ ଫାଟ - ସେନା ମୁଖ୍ୟ ମନୋଜ ପାଣ୍ଡେ

ଆସନ୍ତା ଜାନୁଆରୀ ୧୫ ତାରିଖରେ ଭାରତୀୟ ସେନା 'ସେନା ଦିବସ' ପାଳନ କରିବାକୁ ଯାଉଛି । ଏହି ଅବସରରେ ଗଣମାଧ୍ୟମ ସମ୍ମୁଖରେ ବାର୍ଷିକ ରିପୋର୍ଟ ରଖିଛନ୍ତି ସେନା ମୁଖ୍ୟ ମନୋଜ ପାଣ୍ଡେ । LACରେ ସ୍ଥିତି ସ୍ଥିର ରହିଥିବା ବେଳେ ଯୋଶୀମଠରେ ସୃଷ୍ଟି ହୋଇଥିବା ଭୌଗୋଳିକ ବିପର୍ଯ୍ୟୟ ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Army Chief on LAC
Army Chief on LAC
author img

By

Published : Jan 12, 2023, 10:26 PM IST

Updated : Jan 12, 2023, 10:35 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମାର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆର୍ମି ମୁଖ୍ୟ ମନୋଜ ପାଣ୍ଡେ । LACରେ ସ୍ଥିତି ଏବେ ସ୍ଥିର ରହିଛି । ଚୀନ ସହିତ ଲାଗିରହିଥିବା 7ଟି ସମସ୍ୟାରୁ ଭାରତୀୟ ସେନା ୫ଟି ସମସ୍ୟାର ସମାଧାନ କରିଥିବା ବେଳେ ଶତ୍ରୁ ସହ ମୁକାବିଲା କରିବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଯେକୌଣସି ସମସ୍ୟାର ସମ୍ମୁଖୀନ କରିବା ଲାଗି ଭାରତୀୟ ସେନା ନିକଟରେ ଯଥେଷ୍ଟ ବଳ ଉପଲବ୍ଧ ଥିବା କହିଛନ୍ତି ସେନା ମୁଖ୍ୟ । ଆଗକୁ ସେନା ଦିବସ ଆସୁଥିବା ବେଳେ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସ୍ଥିତି ଉପରେ ସେ ଆଲୋଚନା କରିଛନ୍ତି ।

ବାର୍ଷିକ ସେନା ଦିବସ ପ୍ରେସ କନଫେରନ୍ସରେ ପାଣ୍ଡେ LAC ସମ୍ପର୍କରେ କହିଛନ୍ତି, "ଚୀନ ସୀମାରେ ଏବେ ସ୍ଥିତି ସ୍ଥିର ରହିଛି । ତଥାପି ସେନା ଆଲର୍ଟରେ ରହିଛି । ଏଲଏସିରେ ଚୀନ ସେନାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ହେଲେ ଭାରତୀୟ ସେନା ସେମାନଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି । ଉତ୍ତରାଞ୍ଚଳୀ ସୀମାବର୍ତ୍ତୀ ଅଞ୍ଚଳରେ ୭ଟି ସମସ୍ୟା ମଧ୍ୟରୁ ୫ଟି ସମସ୍ୟାର ସମାଧାନ କରାଯାଇଛି । ଶତ୍ରୁପକ୍ଷ ସହ କୂଟନୈତିକ ସ୍ତରରେ ଆଲୋଚନା ମଧ୍ୟ ଜାରି ରହିଛି ।"

ସୀମାବର୍ତ୍ତୀ ଅଞ୍ଚଳକୁ ଯୋଗାଯୋଗ କରିବା ଲାଗି ନିର୍ମାଣ ହେଉଥିବା ରାସ୍ତା ସମ୍ପର୍କରେ ସେନା ମୁଖ୍ୟ ମନୋଜ ପାଣ୍ଡେ କହିଛନ୍ତି ଯେ ବର୍ଡର ରୋଡ୍ସ ଅର୍ଗାନାଜେଇନ (BRO) ଉତ୍ତରାଞ୍ଚଳ ସୀମା ନିକଟକୁ ୨୧୦୦କିମି ରାସ୍ତା ନିର୍ମାଣ ହୋଇଛି । ଗତ ୫ବର୍ଷ ମଧ୍ୟରେ ୭୪୫୦ ମିଟର ପୋଲ ମଧ୍ୟ ନିର୍ମାଣ ହୋଇଛି । ଅରୁଣାଚଳ ପ୍ରଦେଶର ଜାତୀୟ ରାଜପଥକୁ ସଂଯୋଗ କରିବା ଲାଗି ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ପୂର୍ବାଞ୍ଚଳ ଲଦାଖରେ ୫୦୦ ଟ୍ୟାଙ୍କ ଓ ୪୦୦ ଗନ ରହିଥିବା ବେଳେ ୫୫ ହଜାର ସେନାଙ୍କୁ ମଧ୍ୟ ମୁତୟନ କରାଯାଇଛି । ଉତ୍ତରାଞ୍ଚଳର ଅଧିକାଂଶ ରାଜ୍ୟ ଶାନ୍ତି ଫେରିପାଇଛି ।

ଏହା ବି ପଢନ୍ତୁ- Joshimath Hotel Demolition: ଭଙ୍ଗା ହେଲା ଦୁଇ ହୋଟେଲ

ଆସନ୍ତା ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ ହେବାକୁ ଥିବା ବେଳେ ସେନା ମୁଖ୍ୟ ମନୋଜ ପାଣ୍ଡେ ବାର୍ଷିକ ରିପୋର୍ଟ ଦେଇଛନ୍ତି । ସବୁଠୁ ଖାସ କଥା ହେଉଛି ଦେଶ ସ୍ବାଧୀନତାର ୭୫ତମ ଦିବସ ପାଳନ କରୁଥିବା ବେଳେ ସେନା ମଧ୍ୟ ଚଳିତ ବର୍ଷ ୭୫ତମ ସେନା ଦିବସ ପାଳନ କରିବାକୁ ଯାଉଛି । ଦଳରେ ଆହୁରି ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେନା ମୁଖ୍ୟ କହିଛନ୍ତି ।

'ଯୋଶୀମଠରେ ସେନା କ୍ୟାମ୍ପରେ ଫାଟ ସୃଷ୍ଟି':- ଉତ୍ତରାଖଣ୍ଡ ଯୋଶୀମଠରେ ଭୌଗୋଳିକ ବିପର୍ଯ୍ୟୟର ଶିକାର ହୋଇଛି ସେନା କ୍ୟାମ୍ପ । ଏହି ଅଞ୍ଚଳରେ ଥିବା ପ୍ରାୟ ୨୫-୨୮ଟି ସେନା କ୍ୟାମ୍ପରେ ଫାଟ ସୃଷ୍ଟି ହୋଇଛି । ଏଠାରେ ରହୁଥିବା ସେନାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି । ଏବେ ସେମାନଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି । ଆଗକୁ ଦରକାର ପଡ଼ିଲେ ସେମାନଙ୍କୁ ସ୍ଥାୟୀ ଭାବେ ଅଲିକୁ ସ୍ତାନାନ୍ତର କରାଯିବ । ଯୋଶୀମଠରେ ବାଇପାସ ରୋଡ଼ ବନ୍ଦ ଥିବା ବେଳେ ସେନା କାର୍ଯ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ମାତ୍ର ଅପରେସନ ପ୍ରଭାବିତ ହୋଇନଥିବା ସେ କହିଛନ୍ତି । ସ୍ଥାନୀୟ ପ୍ରଶାସନକୁ ଏହି ବିପଦ ବେଳେ ସେନା ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି ।

Last Updated : Jan 12, 2023, 10:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.