ନୂଆଦିଲ୍ଲୀ: ଦୁଇ ଦିନିଆ ଲଦାଖ ଗସ୍ତରେ ଥିବା ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ପୂର୍ବ ଲଦାଖ କ୍ଷେତ୍ରରେ (Army chief in Ladakh) କେତେକ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେ ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ଆପାଚିରେ (Army chief flies in IAFs Apache chopper ) ଉଡିଛନ୍ତି । ଭାରତ-ଚୀନ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ତାର ସାମରିକ ଶକ୍ତି ବଢାଇବା ଉକ୍ତ ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ଲଢୁଆ ଆଟାକ ହେଲିକପ୍ଟର ଆପାଚି ମୁତୟନ କରିଛି । ଏହି ଅତ୍ୟାଧୁନିକ ହେଲିକପ୍ଟର ସେଠାରେ ସର୍ବିଲାନ୍ସ ଓ ଡ୍ରାଗନ ସେନାର ଗତିବିଧି ନେଇ ପ୍ରଭାବୀ ଭାବେ ନଜର ରଖିଛି ।
ଏହି ଅତ୍ୟାଧୁନିକ ଆପାଚି ହେଲିକପ୍ଟର ଆମେରିକା ଠାରୁ କ୍ରୟ କରିଥିଲା ଭାରତ। ବର୍ତ୍ତମାନ ଭାରତୀୟ ବାୟୁସେନା ଓ ସ୍ଥଳସେନାରେ 22ଟି ଆପାଚି ହେଲିକପ୍ଟର କାର୍ଯ୍ୟକ୍ଷମ ରହିଛି । ତେବେ ଲଦାଖ ପରି ଉଚ୍ଚତମ ତଥା ପ୍ରତିକୂଳ ଫରଓ୍ବାର୍ଡ ପୋଷ୍ଟରେ ଏହିପରି ଅତ୍ୟାଧୁନିକ ତଥା ଲଢୁଆ ହେଲିକପ୍ଟରର ଆବଶ୍ୟକତା ଥିବା ଯୋଗୁ ଏହା 2020 ପର ଠାରୁ ଲଦାଖ ଏୟାର ବେସରେ କାର୍ଯ୍ୟକ୍ଷମ ରହିଛି । ଗତକାଲି ଜେନେରାଲ ପାଣ୍ଡେ କିଛି ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରି ସେଠାରେ ଜାରି ରହିଥିବା ଅଭ୍ୟାସ ପରେସନ ‘ପ୍ରଭାତ ପ୍ରହାର’କୁ ଅନୁଧ୍ୟାନ ମଧ୍ୟ କରିଥିଲେ । ପରେ ସେ ପୂର୍ବ-ଲଦାଖ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ । ଆଜି ସେ ଆପାଚି ହେଲିକପ୍ଟରରେ ଉଡି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି (Army chief flies in IAFs Apache chopper ) ।
ଏହା ମଧ୍ୟ ପଢନ୍ତୁ:-Operation Parvat Prahar: ଲଦାଖରେ ସ୍ଥିତି ପରିଖିଲେ ସ୍ଥଳ ସେନାମୁଖ୍ୟ
ଗତକାଲି ଦୁଇ ଦିନିଆ ଗସ୍ତରେ ଲଦାଖ ପହଞ୍ଚିଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ପୂର୍ବ ଲଦାଖ କ୍ଷେତ୍ରରେ ଭାରତୀୟ ସ୍ଥଳସେନା ଦ୍ବାରା ଜାରି ରହିଥିବା ସାମରିକ ଅଭ୍ୟାସ ‘ପ୍ରଭାତ ପ୍ରହାର’ ( Parvat Prahar) ରେ ସାମିଲ ହୋଇଥିଲେ । (Exercise Parvat Prahar ) ଦୁଇ ଦେଶର କମାଣ୍ଡରସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉତ୍ତେଜନାପୂର୍ଣ୍ଣ ଗୋଗ୍ରା-ହଟ୍ର ପାଟ୍ରୋଲିଂ ପଏଣ୍ଟ-15ରୁ ଉଭୟ ଭାରତ ଏବଂ ଚୀନ ନିଜ ସୈନ୍ୟ ଅପସାରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓ କୌଣସି ଅପ୍ରିତିକର ପରିସ୍ଥିତିର ପ୍ରଭାବୀ ମୁକାବିଲା କରିବା ପାଇଁ ଭାରତୀୟ ସ୍ଥଳ ସେନା ସାମରିକ ଅଭ୍ୟାସ ପ୍ରଭାତ ପ୍ରହାର ଆରମ୍ଭ କରିଛି ।