ETV Bharat / bharat

ପ୍ରଥମ CDS ଜେନେରାଲ ବିପିନ ରାଓ୍ୱତଙ୍କ ନାମରେ ନାମିତ ହେଲା ଅରୁଣାଚଳ ପ୍ରଦେଶର ମିଲିଟାରୀ କ୍ୟାମ୍ପ

author img

By

Published : Sep 10, 2022, 5:51 PM IST

ପ୍ରଥମ CDS ଜେନେରାଲ ବିପିନ ରାଓ୍ବତଙ୍କ (first CDS late Gen Bipin Rawat) ନାମରେ ନାମିତ ହେଲା ଅରୁଣାଚଳ ପ୍ରଦେଶରେ ଥିବା କିବିଥୁ ମିଲିଟାରୀ ବେସ (Army base in Arunachal) । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସେନାଧିକାରୀ ଥିଲେ ସାମିଲ । ମିଲିଟାରୀ ବେସ ସଲଗ୍ନ ୨୨ କି.ମି ରାସ୍ତା ମଧ୍ୟ ହେଲା ଜେନେରାଲ ବିପିନ ରାଓ୍ବତ ମାର୍ଗ । ଗୋର୍ଖା ବାଟାଲିୟନର ନେତୃତ୍ବ ନେଲା ବେଳେ ଏହି ବେସରେ କାର୍ଯ୍ୟ କରିଥିଲେ ଜେନେରାଲ ରାଓ୍ବତ । ଅଧିକ ପଢନ୍ତୁ

ପ୍ରଥମ CDS ମେଜର ବିପିନ ରାଓ୍ବତଙ୍କ ନାମରେ ନାମିତ ହେଲା ଅରୁଣାଚଳ ପ୍ରପ୍ରଥମ CDS ମେଜର ବିପିନ ରାଓ୍ବତଙ୍କ ନାମରେ ନାମିତ ହେଲା ଅରୁଣାଚଳ ପ୍ରଦେଶର ଏକ ଆର୍ମି କ୍ୟାମ୍ପଦେଶର ଏକ ଆର୍ମି କ୍ୟାମ୍ପ
ପ୍ରଥମ CDS ମେଜର ବିପିନ ରାଓ୍ବତଙ୍କ ନାମରେ ନାମିତ ହେଲା ଅରୁଣାଚଳ ପ୍ରଦେଶର ଏକ ଆର୍ମି କ୍ୟାମ୍ପ

ଇଟାନଗର: ଦେଶର ପ୍ରଥମ ପ୍ରତିରକ୍ଷା ପ୍ରମୁଖ (ସିଡିଏସ) ଦିବଙ୍ଗତ ଜେନେରାଲ ବିପିନ ରାଓ୍ବତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅରୁଣାଚଳ ପ୍ରଦେଶର କିବିଥୁ ମିଲିଟାରୀ ବେସକୁ ତାଙ୍କ ନାମରେ ନାମିତ କରାଯାଇଛି (Army base in Arunachal named after first CDS) । ଆଜି ଏହାର ଉଦ୍ଘାଟନ କରାଯାଇଛି (Army base in Arunachal) । ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବିଡି ମିଶ୍ରା, ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ସମେତ ବରିଷ୍ଠ ସେନାଧିକାରୀ, ଜେନେରାଲ ରାଓ୍ବତଙ୍କ ଝିିଅଙ୍କ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଏହି ମିଲିଟାରୀ ବେସରେ ଏକ ବିଶାଳ ଗେଟ ସ୍ଥାନୀୟ ସ୍ଥାପତ୍ୟ କଳାରେ ନିର୍ମାଣ କରାଯାଇଛି । ଏହାକୁ ଆଜି ରାଜ୍ୟପାଳ ଉଦ୍ଘାଟନ କରିଥିଲେ ।ଗତବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାଓ୍ବତଙ୍କ ସହ ମୋଟ ୧୪ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜେନାରାଲ ରାଓ୍ବତଙ୍କ ପତ୍ନୀ ମଧୁଲିକା ରାଓ୍ବତ ମଧ୍ୟ ଥିଲେ ।

ଏହି ସେନା କ୍ୟାମ୍ପକୁ ଜେନେରାଲ ରାଓ୍ବତଙ୍କ ନାମରେ ନାମିତ କରିବାରେ କାରଣ ମଧ୍ୟ ରହିଛି । 1999-2000 ଜେନେରାଲ ରାଓ୍ବତ ଭାରତୀୟ ସ୍ଥଳସେନାର ଗୋର୍ଖା ରାଇଫଲର ନେତୃତ୍ବ ନେଉଥିବା ବେଳେ ଏହି କ୍ୟାମ୍ପରେ କାର୍ଯ୍ୟରତ ଥିଲେ । ସେତେବେଳେ ସେଠାରେ ତାଙ୍କ ନେତୃତ୍ବରେ ସେନା ଭିତ୍ତିଭୂମି ଓ ସୁରକ୍ଷା ସୁଦୃଢ ହୋଇଥିଲା । ପଡୋଶୀ ଶତୃ ଚୀନ ସୀମାକୁ ଲାଗିଥିବା ଅରୁଣାଚଳ ପ୍ରଦେଶର ଲୋହିତ ଭ୍ୟାଲି ଅଧୀନରେ ଏହି ସେନା କ୍ୟାମ୍ପଟି ଯାଉଥିବା ବେଳେ ରଣନୈତିକ ଓ ସୁରକ୍ଷା ଦୃଷ୍ଟିରୁ ବେସ ଗୁରୁତ୍ବପୂର୍ଣ୍ଣ ରହିଆସିଛି । କେବଳ ସେନା କ୍ୟାମ୍ପର ନାମକରଣ ନୁହେଁ ବରଂ ଓ୍ବାଲଙ୍ଗରୁ କିବିଥୁ (Walong to Kibithu) ୨୨ କି.ମି ଲମ୍ବ ସଡକ ପଥକୁ ମଧ୍ୟ ଜେନେରାଲ ରାଓ୍ବତଙ୍କ ନାମରେ ‘ଜେନେରାଲ ବିପିନ ରାଓ୍ବତ ମାର୍ଗ’ (GENERAL BIPIN RAWAT MARG) ନାମିତ କରାଯାଇଛି । ଏହାକୁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଭାରତୀୟ ସ୍ଥଳସେନାର ଅଧ୍ୟକ୍ଷ ଥିବା ଜେନେରାଲ ବିପିନ ରାଓ୍ବତଙ୍କୁ ପରବର୍ତ୍ତୀ ସମୟରେ ଦେଶର ପ୍ରଥମ ପ୍ରତିରକ୍ଷା ପ୍ରମୁଖ (CDS) ଭାବେ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । ତିନି ସେନାର ଏକତ୍ରୀକରଣ ଓ ମିଳିତ କମାଣ୍ଡ ପାଇଁ ଏହି ସର୍ବୋଚ୍ଚ ସେନା ପଦବୀ ସୃଷ୍ଟି କରାଯାାଇଥିଲା । ତେବେ ଗତବର୍ଷ ଡିସେମ୍ବରରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଜେନେରାଲ ରାଓ୍ବତ ସପତ୍ନୀକ ତାମିଲନାଡୁର ସେଲୁରରେ ଥିବା ସେନା ଏକାଡେମୀକୁ ଯାଇଥିବା ବେଳେ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଖରାପ ପାଗ ଯୋଗୁ ସେ ଯାତ୍ରା କରୁଥିବା MI-17 ହେଲିକପ୍ଚରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ରାଓ୍ବତ ଦମ୍ପତିଙ୍କ ସମେତ ମୋଟ ୧୪ ପ୍ରତିରକ୍ଷା କର୍ମୀଙ୍କ ପ୍ରାଣହାନୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.